ETV Bharat / state

ଟ୍ୟାଙ୍କର ଧକ୍କାରେ ୫ ବର୍ଷର ଶିଶୁ ମୃତ ଓ ମାଆ ଗୁରୁତର, ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ

author img

By ETV Bharat Odisha Team

Published : Oct 17, 2023, 3:26 PM IST

ଖୋର୍ଦ୍ଧା ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ଭାଲିଆବାଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି ସହ ଟ୍ୟାଙ୍କର ଧକ୍କାରେ ସ୍କୁଲ ଛାତ୍ର ମୃତ, ମାଆ ଗୁରୁତର । ସେପଟେ ହମ୍ପସ ନିର୍ମାଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ

Etv Bharat
ଟ୍ୟାଙ୍କର ଧକ୍କାରେ ୫ବର୍ଷ ସ୍କୁଲ ଛାତ୍ର ମୃତ, ମାଆ ଗୁରୁତର, ହମ୍ପସ ନିର୍ମାଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ

ଖୋର୍ଦ୍ଧା: ସ୍କୁଟି ସହ ଟ୍ୟାଙ୍କର ଧକ୍କାରେ ସ୍କୁଲ ଛାତ୍ର ମୃତ, ମାଆ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ଭାଲିଆବାଡି ଛକରେ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟି ସହ ଟ୍ୟାଙ୍କର ଧକ୍କାରେ ମାଆ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷୀୟ ପୁଅର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଗୁରୁତର ମହିଳାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା । ଛକରେ ହମ୍ପସ ନିର୍ମାଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା, ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ 2 ମୃତ

ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ଭାଲିଆବାଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟି ସହ ଟ୍ୟାଙ୍କର ଧକ୍କାରେ ଜଣେ 5 ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବିଡିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲରେ ଏଲକେଜିରେ ବିନାୟକ ଦାସ ପାଠ ପଢନ୍ତି । ଆଜି ପରୀକ୍ଷା ସାରି ବୈଜୟନ୍ତି ସ୍କୁଟିରେ ପୁଅ ବିନାୟକକୁ ଧରି ଘରକୁ ଫେରୁଥିଲେ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ବୈଜୟନ୍ତି ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ବିନାୟକ ତଳେ ପଡି ଯାଇଥିଲେ । ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ..ଦୁର୍ଘଟଣାରେ ପ୍ରାଣ ହରାଇଲେ ଛାତ୍ର, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥରେ ଉତ୍ତେଜନା

ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଗୋଡାଇ ନୂଆ ବସଷ୍ଟାଣ୍ଡ ଛକରେ ଧରିଥିଲେ । ଏହାପରେ ପୋଲିସ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଚାଳକ ଓ ହେଲପରଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।

ଅନ୍ୟପଟେ ଭାଲିଆବାଡି ଛକରେ ହମ୍ପ୍ସ ନଥିବା ଯୋଗୁ ଗାଡି ଗୁଡିକ ଦ୍ରୁତ ଗତିରେ ଆସୁଛି । ଯେଉଁଥିପାଇଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଛକରେ ଏକ ହମ୍ପସ ନିର୍ମାଣ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ଦୀର୍ଘ ସମୟ ଧରି ରାସ୍ତାର 2 ପାର୍ଶ୍ବରେ ଗାଡିମଟର ଅଟକି ରହିଥିଲା । ତେବେ ପୋଲିସ ଆସି ବୁଝାସୁଝା କରିବା ପରେ ଓ ହମ୍ପସ ନିର୍ମାଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.