ETV Bharat / state

ଯୋଡିମାଦେଲି ଘାଟିରେ ଓଲଟିଲା କାର, 3 ମୃତ ଓ ଜଣେ ଗୁରୁତର

author img

By ETV Bharat Odisha Team

Published : Nov 15, 2023, 9:29 PM IST

କୋରାପୁଟର ଯୋଡିମାଦେଲି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ କାର୍ ଖସି ପଡ଼ିବାରୁ ୩ ଜଣଙ୍କ ଜୀବନ ଯାଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢ଼ନ୍ତୁ

car skidded off the gorge
ଯୋଡିମାଦେଲି ଘାଟିରେ ଓଲଟିଲା କାର
ଯୋଡିମାଦେଲି ଘାଟିରେ ଓଲଟିଲା କାର

କୋରାପୁଟ: ଯୋଡିମାଦେଲି ଘାଟିରେ ଓଲଟିଲା କାର । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟିରେ କାର ଓଲଟି ପଡିବାରୁ କାରରେ ଥିବା 3 ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗୋଟିଏ ପରିବାରର 4 ଜଣ ସଦସ୍ୟ ଛତିଶଗଡରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଏକ କାର ଯୋଗେ ଯାଉଥିଲେ ।

ସୂଚନା ଅନୁସାରେ, ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟିରେ କାରଟି ହଠାତ ଭାରସାମ୍ୟ ହରାଇ 50 ଫୁଟ ତଳକୁ ଖସି ପଡିଥିଲା । କାରରେ ଥିବା 4 ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାଙ୍ଗୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଏହା ବି ପଢନ୍ତୁ...ଜୁଡ଼ାମ୍ବ ଘାଟିରେ ଦୁର୍ଘଟଣା: ୭ ଶ୍ରମିକ ଗୁରୁତର, ୨୦ ଆହତ

ସୂଚନା ମୁତାବକ, କାରରେ ଥିବା 2 ଜଣ ପୁରୁଷ ଜଣେ ମହିଳାଙ୍କ ସମେତ ଜଣେ ଶିଶୁ ରହିଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । କାର ଭିତରୁ 4 ଜଣଙ୍କୁ ଉଦ୍ଧାର କରିଥିଲା ପୋଲିସ । ହେଲେ ଘଟଣା ସ୍ଥଳରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ପୋଲିସ ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ସେପଟେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାରୁ ମିଳିଛି ।

ଏହା ବି ପଢନ୍ତୁ...ଦୁଆରଶୁଣୀ ଘାଟିରେ ଜଗି ବସିଥିଲା ଯମ ! ପୂଜା ସାରି ଫେରିବାବେଳେ ଦୁର୍ଘଟଣାରେ ୨ ମୃତ

ଲମ୍ବା ରାସ୍ତା ଅତିକ୍ରମ କରି ଆସିଥିଲେ ଏହି ପରିବାର । ଦୀର୍ଘ ସମୟ ଧରି ଗାଡି ଚଳାଉଥିବାରୁ ଗାଡି ଚାଳକଙ୍କ ଆଖି ଲାଗି ଯାଇଥାଇପାରେ । ଯେଉଁଥିପାଇଁ ଏମିତି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ତାହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ । ତେବେ ଅନେକ ସମୟରେ ଘାଟିରେ ଏଭଳି ଦୁର୍ଘଟଣା ଘଟିବାର ନଜିର ରହିଛି । ତେଣୁ ଘାଟି ରାସ୍ତାରେ ଗାଡି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.