ETV Bharat / state

ଜୁଡ଼ାମ୍ବ ଘାଟିରେ ଦୁର୍ଘଟଣା: ୭ ଶ୍ରମିକ ଗୁରୁତର, ୨୦ ଆହତ

author img

By ETV Bharat Odisha Team

Published : Aug 23, 2023, 3:25 PM IST

ଶ୍ରମିକମାନଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ୭ ଜଣ ଗୁରୁତର ହୋଇଥିବାବେଳେ ପାଖାପାଖି ୨୦ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ

ଜୁଡ଼ାମ୍ବ ଘାଟିରେ ଦୁର୍ଘଟଣା
ଜୁଡ଼ାମ୍ବ ଘାଟିରେ ଦୁର୍ଘଟଣା
ଜୁଡ଼ାମ୍ବ ଘାଟିରେ ଦୁର୍ଘଟଣା

ରାଇରଙ୍ଗପୁର: ଶ୍ରମିକମାନଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏହାସହ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜୁଡାମ୍ବ ଘାଟିରେ ଏପରି ଏକ ଦୁର୍ଘଟଣା ଘଟିଯାଇଛି। ଏକ ଟାଟା ଏସି ଗାଡ଼ି ଯୋଗେ ଶ୍ରମିକମାନେ ଯାଉଥିବାବେଳେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ ଗଛ କୁ ଧକ୍କା ଦେବା ଫଳରେ ଗାଡ଼ି ରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ପାଖାପାଖି ୨୦ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଭୋର ୩ଟା ରୁ ୩ଟା ୩୦ ସମୟ ମଧ୍ୟରେ ଘାଟିରେ ଦୁର୍ଘଟଣା ଘଟିଛି।

ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିପଦା ଗ୍ରାମରୁ ପାଖାପାଖି ୪୦ ଜଣ ଶ୍ରମିକଙ୍କୁ ଧାନ ବିଲରେ କାମ କରିବାକୁ ନେଇ ଏହି ଗାଡ଼ିଟି ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଯାଉଥିଲା। । ଶ୍ରମିକମାନଙ୍କୁ ନେଇ ଯାଉଥିବାବେଳେ ଠାକୁରମୁଣ୍ଡାଠାରୁ 2 କିଲୋମିଟର ଦୂର ଠାକୁରମୁଣ୍ଡା - ଆନନ୍ଦପୁର ରାସ୍ତାର ଜୁଡାମ୍ବ ଘାଟିରେ ଏହାର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ୨୦ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି।

ଏହା ବି ପଢନ୍ତୁ...UP: ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ, ବିନା ଇଞ୍ଜିନରେ ଗଡିଗଲା 5 ବଗି

ଘଟଣା ସମ୍ପର୍କରେ ଠାକୁରମୁଣ୍ଡା ଥାନା ପୋଲିସ ଓ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ। ସମସ୍ତ ଆହତ ଓ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବା ସହିତ ଗୁରୁତର ଥିବା ୭ ଜଣଙ୍କୁ କରଞ୍ଜିଆ ମେଡିକାଲ ଓ କେନ୍ଦୁଝର ଜିଲ୍ଲାର ଘଷିପୁରା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଗୁରୁତରମାନେ ହେଲେ ଜଡିପଦା ଗ୍ରାମର ମିତା ନାଏକ, ଶାନ୍ତିଲତା ନାଏକ, ମାଳତୀ ନାଏକ, ଗଜେନ୍ଦ୍ର ନାଏକ, ରୁନା ନାଏକ, ଯଶୋଦା ନାଏକ ଓ ଉତ୍ତମ ଦାସ। ସେପଟେ ଠାକୁରମୁଣ୍ଡା ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ପ୍ରତ୍ୟେକ ଦିନ ମହୁଲଡିହା ଥାନା ସମ୍ମୁଖରେ ୧୫ ରୁ ଅଧିକ ପିକଅପ୍, ଟାଟାଏସି ଗାଡିରେ ୪୦ ରୁ ୬୦ ଜଣ ଶ୍ରମିକ ଯିବା ଆସିବା କରୁଥିବାବେଳେ ପୋଲିସ ଏଥିପ୍ରତି ଗୁରୁତ୍ବ ନ ଦେଉଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.