ETV Bharat / state

ଟ୍ରିପଲ ମର୍ଡରର ପର୍ଦ୍ଦାଫାଶ: ସ୍ତ୍ରୀ ଓ ଦୁଇ ପୁଅକୁ ହତ୍ୟା କରିଥିଲା ଅଭିଯୁକ୍ତ

author img

By

Published : Sep 10, 2019, 5:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହଣ୍ଡି

ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ନିଜେ ମାଆ ଆତ୍ମହତ୍ୟା କରିବା ଘଟଣାରେ ଆସିଛି ନୂଆ ମୋଡ। ସ୍ତ୍ରୀକୁ ହତ୍ୟା କରିସାରିବା ପରେ ଦୁଇ ପୁଅଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ବାପ।

କଳାହାଣ୍ଡି: ଜିଲ୍ଲାର ସଦର ଥାନା ଅଧିନସ୍ଥ ସିଂଝରଣ ଗାଁରେ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ମାଆ ଆତ୍ମହତ୍ୟା କରିବା ଘଟଣାରେ ଆସିଛି ନୂଆ ମୋଡ। ପୋଲିସ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଏହା ଏକ ଟ୍ରିପଲ ମର୍ଡର। ସ୍ତ୍ରୀକୁ ହତ୍ୟା ପରେ ଦୁଇ ଶିଶୁଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ବାପ।

ଏ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପରକୀୟ ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ହୋଇଛି। ସାମ୍ବାଦିକ ସମ୍ବିଳନୀରେ ଏ ସମ୍ପର୍କରେ ଜଣାଇଛନ୍ତି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର। ଗତ ସୋମବାର ଜିଲ୍ଲାର ସିଂଝରଣ ଗାଁର ଜଣେ ମହିଳା ତାଙ୍କର ଦୁଇ ପୁଅକୁ ହତ୍ୟା କରି ନିଜେ ରେଳଧାରଣାରେ ଆତ୍ମହତ୍ୟା କରିଥିବା ନେଇ ଖବର ପ୍ରକାଶ ପାଇଥିଲା।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:BREKING_କଳାହାଣ୍ଡି ଦୁଇ ଶିଶୁଙ୍କ ସହ ମାଁ ର ମୃତଦେହ ମିଳିବା ଘଟଣା ସ୍ତ୍ରୀକୁ ହତ୍ୟା ପରେ ଦୁଇ ଶିଶୁଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ବାପାBody:ଘଟଣାରେ ଅଭିଯୁକ୍ତ ବାପା କୁ ଗିରଫ କଲା ପୋଲିସ।ପରକୀୟ ପ୍ରୀତି ପାଇଁ ହତ୍ୟାକାଣ୍ଡ ହୋଇଥିବା ସୂଚନା।Conclusion: ଗତକାଲି ସିଂଝରଣ ଗାଁରେ ହୋଇଥିଲା ଟ୍ରିପଲ ମଡର।ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଲେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର
ବାଇଟ-ବାତୁଲା ଗଙ୍ଗାଧର (ଏସପି କଳାହାଣ୍ଡୁି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.