ETV Bharat / state

ବାପାକୁ ହତ୍ୟା କରି ପୋତି ଦେଲା ଜହ୍ଲାଦ ପୁଅ

author img

By

Published : Jan 5, 2023, 10:42 PM IST

son killed his father
son killed his father

କଳାହାଣ୍ଡି ଜିଲ୍ଲାରେ ବାପାକୁ ହତ୍ୟା କରି ପରିତ୍ୟକ୍ତ କୋଠରୀରେ ପୋତି ଦେଲା ଜହ୍ଲାଦ ପୁଅ । ଅଧିକ ପଢନ୍ତୁ

ଭବାନୀପାଟଣା: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବାପ ପୁଅ ସମ୍ପର୍କକୁ ଭୁଲିଗଲା ପୁଅ । ବାପାକୁ ହତ୍ୟାକରି ପରିତ୍ୟକ୍ତ କୋଠରୀରେ ପୋତି ଦେଲା ଜହ୍ଲାଦ ପୁଅ । କଳାହାଣ୍ଡି ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ବାପା ପୁଅର ଅମୂଲ୍ୟ ସମ୍ପର୍କ କୁ ଭୁଲି ଯାଇଛି ପୁଅ । ମାଆ ପୁଅକୁ ସ୍ନେହ ଦେଇ ଥାଏ ହେଲେ ବାପା ପୁଅକୁ ଆକଟ କରେ ସମାଜରେ ଭଲ ମଣିଷ କରି ଗଢିତୋଳିବା ପାଇଁ। ନିଜେ ଭୋକରେ ରହି ପୁଅକୁ ଖୁଆଇ ଥାଏ ହେଲେ ସେହି ପୁଅ ଆଜି ବାପ ରକ୍ତରେ ହୋଲି ଖେଳିଛି।

ସୂଚନା ଅନୁଯାୟୀ, ଜିଲ୍ଲାର ସଦର ଥାନା ଅନ୍ତର୍ଗତ କାଡମ ଗାଁର ପରମା ହରିଜନ ଓ ପୁଅ ସୁମନ୍ତ ହରିଜନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ତେବେ ଗତ ୧ ତାରିଖ ଦିନ ବାପା ପରମା ହରିଜନ ଓ ପୁଅ ସୁମନ୍ତ ହରିଜନଙ୍କ ମଧ୍ୟରେ ପୁନଃ ବଚସା ହୋଇଥିଲା । ଏଥିରେ ପୁଅ ଉତକ୍ଷିପ୍ତ ହୋଇ ବାପାକୁ ପିଟିପିଟି ହତ୍ୟା କରି ଏକ ଭଙ୍ଗା ଘରେ ପୋତି ଦେଇଥିଲା ସୁମନ୍ତ । 5 ଦିନ ଧରି ପରମାଙ୍କ ଦେଖା ନ ମିଳିବାରୁ ମଝିଆ ପୁଅ ଓ ବଡ଼ପୁଅ ଅନେକ ଖୋଜାଖୋଜି କରିବା ସହ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ପଚାରି ବୁଝି ଥିଲେ । ହେଲେ ବାପାଙ୍କୁ ନପାଇ 2 ପୁଅ ନିରାଶ ହୋଇଥିଲେ ।

ସାନ ପୁଅ ସାମ୍ନା ଭଙ୍ଗା ଘରେ ସିମେଣ୍ଟ ରଖି ଥିବାରୁ ସିମେଣ୍ଟ ଦେଖି ଯାଉଥିବା ବେଳେ ସେହି ପରିତ୍ୟକ୍ତ ଭଙ୍ଗା ଘରେ ଦୁର୍ଗନ୍ଧ ବାହାରି ଥିଲା । ସେଠାରେ ଦୁର୍ଗନ୍ଧକୁ ନେଇ ମାଟି ଖୋଲିଥିଲେ ପରିବାର ଲୋକେ। ସେଥିରୁ ବାପାଙ୍କ ମୃତଦେହ ବାହାରି ଥିଲା । ପରମାଙ୍କୁ କିଏ ହତ୍ୟା କରିଛି ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ହତ୍ୟା କରିଥିବା ପୁଅ ସୁମନ୍ତ ଫେରାର ହୋଇ ଯାଇଥିଲା ।

ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସେପଟେ ପରିବାର ସାନ ପୁଅ ନାଁରେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁମନ୍ତଙ୍କ ପତ୍ନୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୂଚନା ଦେଇଛି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.