ETV Bharat / state

ପୁଷ୍‌ପୁନିରେ ଉତ୍ସବମୁଖର ପୁର ପଲ୍ଲୀ: ପିଠାପଣାରେ ମହକିଲା ଘର

author img

By

Published : Jan 17, 2022, 9:24 PM IST

ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ପୁଷ୍‌ପୁନି ତିହାର । ପଶ୍ଚିମ ଓଡ଼ିଶାର ଗଣ ପର୍ବ ପୁଷ୍‌ପୁନି ତିହାର ଏହି କୃଷି ଭିତ୍ତିକ ପର୍ବ । ଅଧିକ ପଢନ୍ତୁ

ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର
ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର

ଭବାନୀପାଟଣା : ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ପୁଷ୍‌ପୁନି ତିହାର । ପଶ୍ଚିମ ଓଡ଼ିଶାର ଗଣ ପର୍ବ ପୁଷ୍‌ପୁନି ତିହାର ଏହି କୃଷି ଭିତ୍ତିକ ପର୍ବ । ଏ ଅବସରରେ ପାରମ୍ପରିକ ନାଚଗୀତ ସହ ପିଠାପଣାରେ ମହକି ଉଠୁଛି ପୁରପଲ୍ଲୀ ।

ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର

ଆଜିର ଦିନରେ ଶ୍ରମିକମାନେ ସେମାନଙ୍କ ମାଲିକଙ୍କ ପାଖରୁ ମୁକୁଳିଥାନ୍ତି । ସେମାନଙ୍କର ପାରିଶ୍ରମିକ ବାବଦକୁ ପାଉଣା ପାଇଥାନ୍ତି । ଏ ପର୍ବକୁ ମନଭରି ଉପଭୋଗ କରିଥାନ୍ତି ।

ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର
ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର

ଏହାବି ପଢନ୍ତୁ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି: ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର
ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର
ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର
ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର

ସେପଟେ ଗାଁ ଦାଣ୍ଡରେ କୁନି କୁନି ପିଲା ସକାଳ ପହରରୁ ବିଭିନ୍ନ ଗୀତଗାଇ ଘର ଘର ବୁଲି ଥାନ୍ତି । ସେମାନଙ୍କୁ ବିଭିନ୍ନ ପ୍ରତ୍ୟକ ଘରୁ ଚାଉଳ, ଡାଲି ଓ ଟଙ୍କା ମଧ୍ୟ ମିଳିଥାଏ । ଏହାକୁ ନେଇ ସେମାନେ ଭୋଜି କରିଥାନ୍ତି । ଯାହାକୁ ଛେରଛେରା ବୋଲି କୁହାଯାଏ ।

ନୂଆଖାଇ ପରେ ପୁଷ୍‌ପୁନି ହେଉଛି ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ଗଣ ପର୍ବ । ନୂଆଖାଇ ଦିନ ଅମଳ ଧାନକୁ ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ଚାଷୀ ପର୍ବ ପାଳନ କରୁଥିବା ବେଳେ ପୁଷ୍‌ପୁନି ଦିନ ଚାଷ କାମ ଭଲରେ ସରି ଯାଇଥିବାରୁ ପୁଷ୍‌ପୁନି ପର୍ବ ପାଳନ କରାଯାଇ ଥାଏ। ଭୋଜି ଭାତର ଆସର ପରେ ପରେ ବିର ବାଦ୍ୟ ଘୁମୁରାର ନାଦରେ ଦୁଲୁକି ଉଠେ ଗାଁ ଦାଣ୍ଡ। ଏ ପର୍ବକୁ ସଭିଏଁ ମିଳିମିଶି ଉପଭୋଗ କରିଥାନ୍ତି ।

ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର
ପୁଷ୍ପପୁନିରେ ଉତ୍ସବ ମୁଖର ପୁର ପଲ୍ଲୀ : ପିଠାପଣାରେ ମହକିଲା ଘର

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.