ETV Bharat / state

କଳାହାଣ୍ଡିରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ

author img

By

Published : Oct 4, 2021, 7:23 AM IST

କଳାହାଣ୍ଡିରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ
କଳାହାଣ୍ଡିରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ନୂଆଖାଇ ଭେଟଘାଟ । ନୂଆଖାଇ ହେଉଛି କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା । ଦୀର୍ଘ ୪୦ ଦିନ ଧରି ଗାଁଠୁ ସହର ସବୁଠି ଦେଖିବାକୁ ମିଳେ ନୂଆଁଖାଇ ଝଲକ । ଅଧିକ ପଢନ୍ତୁ...

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ନୂଆଖାଇ ଭେଟଘାଟ । ନୂଆଁଖାଇ ହେଉଛି କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା। ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ କରି ଦଶହରା ଦଶମୀ ତିଥି ପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ ଧରି ଗାଁଠୁ ସହର ସବୁଠି ନୂଆଖାଇ ଝଲକ ଦେଖିବାକୁ ମିଳେ । ଗାଁ ଗାଁରେ ଆୟୋଜିତ ଥାଏ ଜୁହାର ଭେଟର ପର୍ବ, ନାଚ ଗୀତରେ ମସଗୁଲ ହୋଇଥାନ୍ତି ପିଲାଠୁ ବୁଢା । ଏହାକୁ ନେଇ ଗତକାଲି(ରବିବାର) କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ କଳାହାଣ୍ଡି କଳାକାର ଗ୍ରୁପ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି ।

କଳାହାଣ୍ଡିରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ତେବେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ , ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଦ ରଥ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା କଳାକାରମାନଙ୍କୁ ସମ୍ମାନିତ କରିଥିଲେ । ଏହାପରେ ନାଚଗୀତରେ ମସଗୁଲ ହୋଇଥିଲେ ଦର୍ଶକଙ୍କଠାରୁ ଅତିଥି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.