ETV Bharat / state

ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଛି ଆମ୍ବୁଲାନ୍ସ

author img

By ETV Bharat Odisha Team

Published : Oct 16, 2023, 6:45 AM IST

ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଛି ଆମ୍ବୁଲାନ୍ସ
ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଛି ଆମ୍ବୁଲାନ୍ସ

ପୁଣି ଭାରରେ ବୁହା ହେଲେ ରୋଗୀ । ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ ଫଳରେ ଖଟିଆ ପାଲଟି ଯାଉଛି ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଅଧିକ ପଢ଼ନ୍ତୁ

ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଛି ଆମ୍ବୁଲାନ୍ସ

ଭବାନୀପାଟଣା: ପୁଣି ଭାରରେ ବୁହା ହେଲେ ରୋଗୀ । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ରାସ୍ତା ନିର୍ମାଣ ଓ ପୋଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ବାହାଦୂରୀ ମାରୁଥିବା ବେଳେ ଏହି ଯୋଜନା ଆଜି ବି ଅପହଞ୍ଚ ଇଲାକାବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଏବେ ବି ଅନେକ ଗାଁ ଅଛି ଯେଉଁଠି ପକ୍କା ରାସ୍ତା ତ ଦୂରର କଥା କଚା ମାଟି ରାସ୍ତା ଟିଏ ମଧ୍ୟ୍ୟ ନାହିଁ । ପକ୍କା ରାସ୍ତା ଟିକକ ନଥିବାରୁ ଏଠି ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ଫଳରେ ଖଟିଆ ପାଲଟି ଯାଉଛି ଆମ୍ବୁଲାନ୍ସ । ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ଆଦିବାସୀ ଅଧ୍ୟୁଷିତ ତଲଝାପୀ ପଞ୍ଚାୟତର ଖମନପଡ଼ା ଗାଁର ଚନ୍ଦ୍ରିକା ଗୌଡ଼ ନାମ୍ନୀ ଜଣେ ବୃଦ୍ଧା ଆଜି ଅପରାହ୍ନରେ ପଡ଼ି ଯାଇଥିଲେ । ଫଳରେ ସେ ଅସୁସ୍ଥ ହୋଇ ଯାଇଥିଲେ । ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ହେଲେ ଖମନପଡା ଗାଁକୁ ଯିବାପାଇଁ ସବୁଦିନିଆ ରାସ୍ତା ନାହିଁ କି ବାଲିଯୋର ନଦୀରେ ପୋଲ ନାହିଁ ଯାହା ଫଳରେ ଆମ୍ବୁଲାନ୍ସ ଦେର୍ଲା ଛକ ନିକଟରେ ଅଟକି ରହିଥିଲା । ପରେ ପରିବାର ଓ ସମ୍ପର୍କୀୟମାନେ ଖଟିଆରେ କାନ୍ଧେଇ ଚନ୍ଦ୍ରିକାଙ୍କୁ ବାଲିଯୋର ନଦୀ ପାର କରି ପ୍ରାୟ 5 କିଲୋମିଟର ଦେର୍ଲା ଛକ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ବୃଦ୍ଧା ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରିକାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ......ଆମ୍ବୁଲାନ୍ସ ନୁହେଁ ଭାରରେ ମେଡିକାଲ ଗଲେ ରୋଗୀ

ପୂର୍ବରୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସାନ ଦେଇଳା ଗାଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଗାଁର ରାଜୁ ଶବର ଭୀଷଣ ଜ୍ବରରେ ପୀଡ଼ିତ ଥିଲେ । ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବା ଯୋଗୁଁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ଗାଁର କିଛି ଯୁବକ ଭାର ସାହଯ୍ୟରେ ରୋଗୀଙ୍କୁ 6 କିମି ବୋହି ନେବାପରେ ଆମ୍ବୁଲାନ୍ସ ମିଳିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.