ETV Bharat / state

ନଦୀ ପାର୍‌ ବେଳେ ଇନ୍ଦ୍ରାବତୀରେ ଭାସି ଯାଇଥିଲେ ଯୁବକ, ମିଳିଲା ମୃତଦେହ

author img

By

Published : Oct 20, 2022, 12:55 PM IST

ଇନ୍ଦ୍ରାବତୀ ନଦୀରେ ଭାସିଯାଇଥିବା ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଇନ୍ଦ୍ରାବତୀ ନଦୀରେ ଭାସିଯାଇଥିବା ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଇନ୍ଦ୍ରାବତୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ହେଲେ ନିକେଶଯୋର ଗାଁର ଉଦୟନାଥ ନାଏକ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କର ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ହେଲେ ନିକେଶଯୋର ଗାଁର ଉଦୟନାଥ ନାଏକ । ଉଦୟନାଥଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ୍ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନିକେଶଜୋର ଗାଁର ଉଦୟନାଥ ନାଏକ ଥୁଆମୂଳ ରାମପୁରରୁ ନିଜ ଗାଁକୁ ଯାଉଥିଲେ । ଏନେଇ ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ ।

ଇନ୍ଦ୍ରାବତୀ ନଦୀରେ ଭାସିଯାଇଥିବା ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଗାଁକୁ ଯିବା ପାଇଁ ଇନ୍ଦ୍ରାବତୀ ନଦୀ ପାର୍ ହେଉଥିବା ସମୟରେ ଯୁବକ ଜଣକ ଭାସିଯାଇଥିଲେ । ନଦୀର ପ୍ରଖର ସ୍ରୋତରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ଅସାବଧାନତା ଯୋଗୁଁ ନଦୀର ଗଭୀର ସ୍ରୋତରେ ଭାସିଯାଇଥିଲେ । ତେବେ ଦୀର୍ଘ ସମୟ ଯାଏଁ ଉଦୟନାଥ ଘରକୁ ନଆସିବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ । ହେଲେ ଉଦୟନାଥଙ୍କ କୌଣସି ଖୋଜ ଖବର ମିଳିନଥିଲା । କିଛି ସମୟ ପରେ ଇନ୍ଦ୍ରାବତୀ ନଦୀ ବାଟ ଦେଇ ଆସୁଥିବା ସ୍ଥାନୀୟ ଲୋକେ ନଦୀରେ କେହି ଭାସୁଥିବା ଦେଖି ତୁରନ୍ତ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ଖବରପାଇ ସେଠାରେ ପହଞ୍ଚି ଥିଲେ ।

ସେଠାରେ ଗ୍ରାମବାସୀ ଅନେକ ଚେଷ୍ଟା କରିଥିଲେ ନଦୀ ଭିତରୁ ଯୁବକଙ୍କୁ ଉଦ୍ଧାର ପାରିନଥିଲେ । ଶେଷରେ ଓଡ୍ରାଫ ଟିମକୁ ଖବର ଦେଇଥିଲେ ଗ୍ରାମବାସୀ । ଖବରପାଇ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଅନେକ ଖୋଜାଖୋଜି ପରେ ଉଦୟନାଥଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ସେପଟେ ଉଦୟନାଥଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.