ETV Bharat / state

କଳାହାଣ୍ଡିରେ ସାମ୍ବାଦିକ ନାଁରେ ଲାଗିଲା ମାଓ ପୋଷ୍ଟର

author img

By

Published : Oct 28, 2022, 3:19 PM IST

କଳାହାଣ୍ଡିରେ ସାମ୍ବାଦିକ ନାଁରେ ଲାଗିଲା ମାଓ ପୋଷ୍ଟର
କଳାହାଣ୍ଡିରେ ସାମ୍ବାଦିକ ନାଁରେ ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅସୁରଗଡ ଛକରେ ଲାଗିଛି ମାଓ ପୋଷ୍ଟର । ପୋଷ୍ଟରରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଧମକ ଦିଆଯାଇଥିବା ଦେଖାଯାଇଛି । ଅଧିକ ପଢନ୍ତୁ

ଭବାନୀପାଟନା: କଳାହାଣ୍ଡିରେ ଦବଦବା ଜାହିର କଲା ଲାଲ୍ ବାହିନୀ । ଆଜି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅସୁରଗଡ଼ ଛକରେ ବିଭିନ୍ନ ସ୍ଥାନରେ ଲାଲ ବାହିନୀର ପୋଷ୍ଟର ଲାଗିଛି(Mao Poster Spotted In Kalahandi) । ଅସୁରଗଡ଼ ଛକ ନିକଟରରେ ଥିବା ଗଛ ଓ ଯାତ୍ରୀ ବିଶ୍ରାମାଗାର ଠାରେ ସକାଳୁ ସକାଳୁ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ସ୍ଥାନୀୟ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କୁ ଧମକ ଦିଆଯାଇଛି । ସାମ୍ବାଦିକ ଜଣକ ଗରିବ ଲୋକଙ୍କୁ ଡରାଇବା ସହ ସ୍ଥାନୀୟ ବ୍ୟବସାୟୀଙ୍କୁ ଧମକ ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

କଳାହାଣ୍ଡିରେ ସାମ୍ବାଦିକ ନାଁରେ ଲାଗିଲା ମାଓ ପୋଷ୍ଟର

ସାମ୍ବାଦିକ ରଞ୍ଜନ ମହାନ୍ତି ଯଦି ନିଜ କାର୍ଯ୍ୟରେ ସୁଧାର ନ ଆଣନ୍ତି ତେବେ ଆଗାମୀ ଦିନରେ ମାଓବାଦୀଙ୍କ ପକ୍ଷରୁ ତାଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଧମକ ଦିଆଯାଇଛି । ଏପରିକି ତାଙ୍କୁ ପ୍ରଜାକୋର୍ଟକୁ ନିଆଯାଇ ସେଠାରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ଓ ବ୍ୟାନର୍‌ରେ ଉଲ୍ଲେଖ କରାଯାଇଛି । ଏ ସମ୍ପର୍କରେ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି ଲାଗିଥିବା ପୋଷ୍ଟର ଜବତ କରିବା ସହ ପୋଷ୍ଟର ସତ୍ୟତାକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୫ତାରିଖରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କଳାହାଣ୍ଡିର ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଅକାଳ ମୃତ୍ୟୁ ହୋଇଥିଲା । ମୃତ ସାମ୍ବାଦିକ ଜଣକ ଥିଲେ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ । କଳାହାଣ୍ଡି ମଦନପୁର ରାମପୁର ଅନ୍ତର୍ଗତ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଡମ୍ବ କର୍ଲାଖୁଣ୍ଟା ନିକଟରେ ଘଟିଥିଲା ଏହି ଅଘଟଣ । ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ରାଜ୍ୟର ଏକ ପ୍ରମୁଖ ଦୈନିକ ଖବର କାଗଜରେ ରୋହିତ ବିଶ୍ବାଳ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ ।

ଏହା ମଧ୍ୟ ପଢନ୍ତୁ: BJD ସାଂସଦଙ୍କ ପ୍ରତିନିଧିଙ୍କୁ ଲାଲବାହିନୀର ଚେତାବନୀ, ବେଳ ଥାଉ ସୁଧୁରି ଯାଅ

ସୂଚନା ଅନୁଯାୟୀ, ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ସହ ବିଭିନ୍ନ ଦାବି ନେଇ କର୍ଲାଖୁଣ୍ଟା ବ୍ରିଜ୍ ନିକଟରେ ପୋଷ୍ଟର ଲଗାଇଥିଲେ ମାଓବାଦୀ । ଏନେଇ ଖବର ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଦୈନିକ ଖବର କାଗଜର ସ୍ଥାନୀୟ ପ୍ରତିନିଧି ରୋହିତ ବିଶ୍ୱାଳ । ଏହା ସମୟରେ ମାଓବାଦୀ ଲଗାଇଥିବା ପୋଷ୍ଟରର ଫଟୋ ଉତ୍ତୋଳନ କରିବା ସମୟରେ ହଠାତ୍ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ହିଁ ରୋହିତଙ୍କ ମୃତ୍ୟୁ ହୋଇଥିଲା । କର୍ଲାଖୁଣ୍ଟା ବ୍ରିଜ୍ ପାଖରେ ଭୋଟ ବର୍ଜନ ସହ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ହଟାଇବା ପାଇଁ ଚିଠିରେ ଉଲ୍ଲେଖ କରିଥିଲେ ମାଓବାଦୀ । ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଥିଲା ।

ନିକଟରେ ଅର୍ଥାତ ଗତ ସେପ୍ଟେମ୍ବର ମାସ ୩ ତାରିଖରେ କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀ ପଡୋଶୀ କନ୍ଧମାଳ ଜିଲ୍ଲାରେ ମାଓବାଦୀ ପୋଷ୍ଟର ଲଗାଇ ବିଜେଡି ସାଂସଦ ପ୍ରତିନିଧିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଧମକ ପୂର୍ଣ୍ଣ ପୋଷ୍ଟର ଲଗାଇଥିଲେ । ବିଜେଡି ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କ ବିରୋଧରେ ମାଓ ପୋଷ୍ଟର ଲଗାଯାଇଥିଲେ । ବେଳ ଥାଉ ଥାଉ ଯଦି ନ ସୁଧୁରିବେ ତାହେଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.