ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତକୁ ଆଜୀବନ ଜେଲ୍

author img

By ETV Bharat Odisha Team

Published : Sep 23, 2023, 7:20 AM IST

ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ
ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ

ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ । ଅଭିଯୁକ୍ତକୁ ଆଜୀବନ ଜେଲ୍ । ଅଧିକ ପଢନ୍ତୁ

ଭବାନୀପାଟଣା: ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲା । ଦୋଷୀକୁ ଆଜୀବନ ଜେଲ୍ ପଠାଇଲେ ପୋକ୍ସୋ କୋର୍ଟ । ୮ ବର୍ଷ ତଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ଠଣସୁନ୍ଦର ମାଝୀ ନାମକ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତକାଲି (ଶୁକ୍ରବାର) ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍ ସହ ୨୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି ।

ସରକାରୀ ଓକିଲ ଦେଇଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ଅଞ୍ଚଳର ଠଣସୁନ୍ଦର ମାଝୀ ନିଜ ଗାଁର ଜଣେ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା । ୨୦୧୬ ମସିହା ଜୁନ ୩୦ ତାରିଖରେ ସେ ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏନେଇ ପୀଡିତା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ପକ୍ଷରୁ ଠଣସୁନ୍ଦର ନାଁରେ ଧର୍ମଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତତ୍କାଳୀନ ଧର୍ମଗଡ଼ ଏସ୍‌ଡିପିଓ ସୁନୀଲ ଆଚାର୍ଯ୍ୟ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଠଣସୁନ୍ଦର ମାଝୀକୁ କୋର୍ଟ ଚାଲାଣ କରିଥିଲେ । ଯେଉଁ ମାମଲାର ଗତକାଲି (ଶୁକ୍ରବାର) ପୋକ୍ସୋ କୋର୍ଟରେ ଶୁଣାଣି ହୋଇଛି ।

ଏହାମଧ୍ୟ ପଢନ୍ତୁ: ଇଏ ଗୁରୁ ନା ରାକ୍ଷସ ! ପରୀକ୍ଷାରେ ଫେଲ୍ କରିବାକୁ ଧମକାଇ ଛାତ୍ରୀଙ୍କୁ ୫ ବର୍ଷ ଧରି ଗଣଦୁଷ୍କର୍ମ

ଏହାମଧ୍ୟ ପଢନ୍ତୁ : ଜଗତସିଂହପୁରରେ ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍

ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ଜଜ ପୋକ୍ସୋ ଶୁଭଞ୍ଜନ ମହାନ୍ତି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଠଣସୁନ୍ଦର ମାଝୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାକୁ ଆଜୀବନ କାରାଦଣ୍ଡାଦେଶ ସହିତ ୨୩ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କହିଛନ୍ତି କୋର୍ଟ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ରୋହିତ ମିଶ୍ର ପରିଚାଳନା କରିଥିଲେ ।

ଏହାମଧ୍ୟ ପଢନ୍ତୁ : କିଛିଦିନ ପରେ ପଡିଥାନ୍ତା ହାତଗଣ୍ଠି, ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା !

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.