ETV Bharat / state

ଜଗତସିଂହପୁରରେ ନାବାଳିକା ଦୁଷ୍କର୍ମକାରୀରୁ ୭ ବର୍ଷ ଜେଲ୍

author img

By ETV Bharat Odisha Team

Published : Sep 16, 2023, 7:49 AM IST

ଜଗତସିଂହପୁରରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲାରେ ଗୁଜୁରାଟର ଯୁବକକୁ ୭ ବର୍ଷ ଜେଲ୍ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମକାରୀରୁ ୭ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମକାରୀରୁ ୭ ବର୍ଷ ଜେଲ୍

ଜଗତସିଂହପୁର: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଆସାମୀକୁ ୭ ବର୍ଷ ଜେଲ୍ । ୩୫ ହଜାର ଟଙ୍କା ଜରିମାନା ସହ ୭ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ଜଗତସିଂହପୁର ଜିଲ୍ଲା ପୋକ୍ସୋ କୋର୍ଟ । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ହୋଇଛି । ଆସାମୀ ଯୁବକର ନାମ ଦିନେଶ ମାଳି ଓ ତା' ଘର ଗୁଜୁରାଟରେ । ୨୦୧୫ ଅକ୍ଟୋବରରେ ଜଗତସିଂହପୁର ଜୟବଡ ଅଞ୍ଚଳରେ ଏହି ଅପହରଣ ଓ ଦୁଷ୍କର୍ମ ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ଗୁଜୁରାଟ ଫୁଲୱାଡି ଜିଲ୍ଲା ଝାସନଗର ଅଞ୍ଚଳର ଦିନେଶ ମାଳି ଜଗତସିଂହପୁର ସହରର ଜୟବଡ଼ ଅଞ୍ଚଳରେ ରହି ବ୍ୟବସାୟ କରୁଥିଲେ । ସେହି ଅଞ୍ଚଳରେ ପୀଡିତା ନାବାଳିକା ନିଜ ବାପାମାଆ ସହ ଭଡାଘରେ ରହୁଥିଲେ । ତାଙ୍କର ବାପାମାଆ ସ୍ଥାନୀୟ ବଜାରରେ ବ୍ୟବସାୟ କରୁଥିଲେ । ଫଳରେ ନାବାଳିକା ଉପରେ ଦିନେଶର ନଜର ପଡିଥିଲା । ୨୦୧୫ ଅକ୍ଟୋବର ୫ ତାରିଖ ଦିନ ନାବାଳିକା ଘରେ ଏକାକୀ ଥିବାର ସୁଯୋଗ ନେଇ ଦିନେଶ ତାଙ୍କ ଘରେ ପଶିଥିଲା ଏବଂ ତାଙ୍କୁ ଅଟୋରେ ପୁରୀ ନିମାପଡା ନେଇ ପଳାଇଥିଲା ।

ଏହାମଧ୍ୟ ପଢନ୍ତୁ: ରାତିରେ ୮ ବର୍ଷର ଝିଅକୁ ଟେକି ନେଇ ଦୁଷ୍କର୍ମ, ଧାନ ବିଲରୁ ଉଦ୍ଧାର

ନିମାପଡା ଅଞ୍ଚଳରେ ନାବାଳିକାକୁ ୧୫ ଦିନ ରଖିବା ପରେ ତାଙ୍କ ସହ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା । ଅନ୍ୟପଟେ ପୀଡିତାଙ୍କ ପରିବାର ଲୋକେ ଝିଅକୁ ନପାଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ୩୩୬/୧୫ରେ ମାମଲା ରୁଜୁ କରି କରି ନିମାପଡାରୁ ଅଭିଯୁକ୍ତ ଦିନେଶ ମାଳିକୁ ଗିରଫ କରିଥିଲା । ତା' ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ସେତେବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଏହାମଧ୍ୟ ପଢନ୍ତୁ: ଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ, ଦୋଷୀକୁ ୨୦ ବର୍ଷ ଜେଲ

ଶୁକ୍ରବାର ସନ୍ଧ୍ୟାରେ ଜଗତସିଂହପୁର ପୋକ୍ସୋ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ଏହି ମାମଲାର ବିଚାର କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ଦିନେଶକୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ଆସିବା ପରେ ପୀଡିତାଙ୍କ ପରିବାର ନ୍ୟାୟ ପାଇଥିବା କହିଛନ୍ତି ।


ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.