ETV Bharat / bharat

ଇଏ ଗୁରୁ ନା ରାକ୍ଷସ ! ପରୀକ୍ଷାରେ ଫେଲ୍ କରିବାକୁ ଧମକାଇ ଛାତ୍ରୀଙ୍କୁ ୫ ବର୍ଷ ଧରି ଗଣଦୁଷ୍କର୍ମ

author img

By ETV Bharat Odisha Team

Published : Sep 22, 2023, 8:12 AM IST

ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ୫ ବର୍ଷ ଧରି ଗଣଦୁଷ୍କର୍ମ । ୫ ବର୍ଷରେ ପୀଡିତାଙ୍କ ୫ ଥର ଗର୍ଭପାତ । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ୫ ବର୍ଷ ଧରି ଗଣଦୁଷ୍କର୍ମ
ଛାତ୍ରୀଙ୍କୁ ୫ ବର୍ଷ ଧରି ଗଣଦୁଷ୍କର୍ମ

ଚଣ୍ଡିଗଡ଼: ଜହ୍ଲାଦ ଅଧ୍ୟାପକଙ୍କ ଜଘନ୍ୟ କାଣ୍ଡ । ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ନିଜର ସହଯୋଗୀଙ୍କ ସହ ମିଶି ୫ ବର୍ଷ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରୁଥିଲେ ଅଧ୍ୟାପକ । କାହାରିକୁ କହିଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ୫ ବର୍ଷ ଭିତରେ ପୀଡ଼ିତା ୫ ଥର ଗର୍ଭବତୀ ହୋଇଥିବା ବେଳେ ଅଭିଯୁକ୍ତ ସବୁଥର ତାଙ୍କର ଗର୍ଭପାତ କରାଇଥିଲା । ଶେଷରେ ଅତ୍ୟାଚାର ଅସହ୍ୟ ହେବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ଛାତ୍ରୀ । ହରିୟାଣାର ପଲୱଲ ଜିଲ୍ଲାରେ ଏଭଳି ଅମାନବୀୟ ଘଟଣା ଘଟିଛି ।

ପରୀକ୍ଷାରେ ଫେଲ୍ କରିବା ନାଁରେ ଗଣଦୁଷ୍କର୍ମ: ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଆଇଟିଆଇରେ ପଢ଼ୁଥିଲେ । କଲେଜ ଇନଚାର୍ଜ ନୀରଜର ତାଙ୍କ ଉପରେ ଖରାପ ନଜର ଥିଲା । ଅନେକ ଥର ନୀରଜ ଛାତ୍ରୀଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା । ହେଲେ ସେ ଏହାକୁ ପ୍ରତିବାଦ କରୁଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ଫେଲ୍ କରି ଦେଇଥିଲା । ପାସ୍ କରିବାକୁ ହେଲେ ତାଙ୍କୁ ଅଜୟ ନାମକ ଆଉ ଜଣେ ଯୁବକଙ୍କ ଘରକୁ ଆସିବାକୁ କହିଥିଲା ।

ପୀଡିତା ଛାତ୍ରୀ ଅଜୟର ଘରେ ପହଞ୍ଚିବା ପରେ ସେଠାରେ ନୀରଜ ଓ ଅଜୟ ମିଶି ତାଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଆଇଥିଲେ । ପୀଡ଼ିତା ବେହୋସ୍ ହୋଇଯିବା ପରେ ଦୁହେଁ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଏବଂ ଏହି ସମୟରେ ଭିଡିଓ ଉତ୍ତୋଳନ କରିଥିଲେ । ପୀଡିତାଙ୍କ ହୋସ୍ ଆସିବା ପରେ ସେ କିଛି ବୁଝି ପାରିନଥିଲେ । ଦୁଇ ଅଭିଯୁକ୍ତ ତାଙ୍କୁ ଭିଡିଓ ଦେଖାଇ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏହାପରେ ଦୁହେଁ ବ୍ଲାକମେଲ୍‌ କରି ପୀଡ଼ିତାଙ୍କୁ ଖିବଲେଶ ନାମକ ଆଉ ଜଣେ ଯୁବକଙ୍କ କ୍ବାର୍ଟରକୁ ଡକାଇଥିଲେ । ସେଠାରେ ନୀରଜ, ଅଜୟ ଓ ଖିବଲେଶ ମିଶି ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ଏତିକିରେ ସେମାନଙ୍କର ପାଶବିକତା ସରି ନଥିଲା । ବାରମ୍ବାର ସେମାନେ ପୀଡିତାଙ୍କୁ ବ୍ଲାକମେଲ୍‌ କରି ଗଣଦୁଷ୍କର୍ମ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବର୍ବର ! ସ୍ବାମୀ-ପିଲାଙ୍କ ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ

୫ ବର୍ଷରେ ୫ ଥର ଗର୍ଭପାତ: କିଛି ଦିନ ପରେ ପୀଡ଼ିତା ଗର୍ଭବତୀ ହୋଇଥିଲେ । ଅଭିଯୁକ୍ତମାନେ ମେଡିସିନ୍‌ ଖୁଆଇ ତାଙ୍କର ଗର୍ଭପାତ କରିଥିଲେ । ଏମିତି ୫ ଥର ପୀଡିତାଙ୍କ ଗର୍ଭପାତ କରାଯାଇଥିଲା । ପୀଡିତା ନିଜର ଅଶ୍ଲୀଳ ଭିଡିଓ ଡିଲିଟ କରିବାକୁ କହିବାରୁ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ । ଏହାପରେ ପୀଡିତାଙ୍କ ଏଟିଏମ ନେଇ ୪ ଲକ୍ଷ ୮୦ ହଜାର ଟଙ୍କା ଉଠାଣ କରିଥିଲେ । ପୁଣିଥରେ ପୀଡିତା ସାଢେ ୩ ମାସରେ ଗର୍ଭବତୀ ଥିବାର ଜାଣିବା ପରେ ଅଭିଯୁକ୍ତ ନୀରଜ ନିଜ ବାପାମାଆ ଓ ଅନ୍ୟ ଦୁଇ ସାଙ୍ଗ ସହଯୋଗରେ ତାଙ୍କୁ ଗର୍ଭପାତ ପାଇଁ ଗୋଟିଏ ଦୋକାନକୁ ନେଇଥିଲେ ।

ଗର୍ଭପାତ କରିବା ପରେ ପୀଡିତାଙ୍କୁ ଗୋଟିଏ ହୋଟେଲରେ ରଖି ୫ ଦିନ ପରେ ଘରକୁ ପଠାଇ ଦେଇଥିଲେ । ତେବେ ପୁଣିଥରେ ପୀଡିତା ନିଜର ଭିଡିଓ ଡିଲିଟ୍ କରିବାକୁ କହିବାରୁ ସେମାନେ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନୀରଜ, ତା' ବାପାମାଆ ଓ ଦୁଇ ସାଙ୍ଗ ଅଜୟ ଓ ଖିବଲେଶ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.