ETV Bharat / state

ନୂଆ ବାଇକ କିଣି ଘରକୁ ଫେରୁଥିଲେ, ରାସ୍ତାରେ ଚାପି ଦେଲା ଟ୍ରକ ଜଣେ ମୃତ

author img

By

Published : Sep 17, 2022, 11:25 AM IST

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ବେନାଗୁଡା ଗ୍ରାମରେ ଅଘଟଣ । ନୂଆ ଗାଡ଼ି କିଣି ଘରକୁ ଫେରୁଥିବା ସମୟରେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

major road accident in kalahandi
ଟ୍ରକ ଧକ୍କାରେ ଜଣେ ମୃତ, 2 ଗୁରୁତର

ଭବାନୀପାଟଣା: ମୃତ୍ୟୁ କେବେ ଓ କେତେବେଳେ ଆସେ ତାହା କାହାକୁ ଜଣାନଥାଏ । କ୍ଷଣିକ ସୁଖ ଦୁଃଖରେ ପାଲଟିଯାଏ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ବେନାଗୁଡା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ନୂଆ ବାଇକ କିଣି ଫେରୁଥିବା ସମୟରେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ବେନାଗୁଡା ଗ୍ରାମର କ୍ଷମା ବାଗ ଦୁଇଜଣ ବନ୍ଧୁଙ୍କ ସହ ଭବାନୀପାଟଣାରୁ ନୂଆ ବାଇକ କିଣି ଘରକୁ ଫେରୁଥିଲେ । ଏହା ସମୟରେ ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନାମୁଖୀ ଜଙ୍ଗଲ ନିକଟରେ ସାମ୍ନା ପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କ୍ଷମା ବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦୁଇ ଦିନ ପୂର୍ବରୁ ମଧ୍ୟ କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। କୋକସରା ଥାନା ବାରବଖରା ଗାଁର ବୁଡୁ ଧରୁଆ ଓ ଗଜପତି ମେହେର ଉଭୟ ବାଇକ ଯୋଗେ ଧର୍ମଗଡ଼ରୁ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ତାଙ୍କର ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବୁଡୁ ଧରୁଆଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରିବାର ଲୋକେ ବିଶାଖାପାଟଣାର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପରିବାର ଲୋକେ ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରିଥିଲେ ମଧ୍ୟ ବିଶାଖାପାଟଣା ପୋଲିସ ମୃତଦେହ ଛାଡି ନଥିଲା । ସେହିପରି ଗୁରୁତର ଥିବା ଗଜପତି ମେହେରଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ତେବେ ବିଶାଖାପାଟଣାରୁ ବୁଡୁ ଧରୁଆଙ୍କ ମୃତଦେହ ଫେରାଇ ଆଣିବା ଓ ଏହା ଏକ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ରାସ୍ତା ଅବରୋଧ କରିଥିଲେ ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ବ୍ୟାଣ୍ଡ ପାର୍ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗଣେଶ ପୂଜା ବିସର୍ଜନରେ ପ୍ରୋସେସନ ପାଇଁ ଯାଉଥିବା ସମୟରେ ଭାରସାମ୍ୟ ହରାଇବାରୁ ଭବାନୀପାଟଣା ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ କାନ୍ତେଶୀର ନିକଟରେ ବ୍ୟାଣ୍ଡ ପାର୍ଟି ଗାଡିର ଚକ ଫାଟି ଜିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.