ETV Bharat / state

ନୂଆଁଖାଇଲେ କଳାହାଣ୍ଡିବାସୀ

author img

By

Published : Sep 1, 2022, 9:40 PM IST

ନୂଆଁଖାଇଲେ କଳାହାଣ୍ଡିବାସୀ
ନୂଆଁଖାଇଲେ କଳାହାଣ୍ଡିବାସୀ

ନିର୍ଦ୍ଧାରିତ ସମୟରେ ମା’ ଲଙ୍କେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ପରିବାରରେ ନବାନ୍ନ ଗ୍ରହଣ ପରେ ଗୀତ ନାଚରେ ମସଗୁଲ କଳାହାଣ୍ଡିବାସୀ । ଅଧିକ ପଢ଼ନ୍ତୁ

କଳାହାଣ୍ଡି: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଫଳରେ ନୂଆଁଖାଇ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ସଭିଏଁ । ଏହି ଅବସରରେ ନୂଆଁ ଖାଇଛନ୍ତି କଳାହାଣ୍ଡିବାସୀ । ଜୁନାଗଡ଼ର ଆରାଧ୍ୟା ଦେବୀ ମାଁ ଲଙ୍କେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପରେ ଘରେ ଘରେ ପରିବାର ସହ ମିଶି ନୂଆଁଖାଇ ପର୍ବ ପାଳିଛନ୍ତି ସ୍ଥାନିୟ ବାସିନ୍ଦା । ତେବେ କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ପର୍ବର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି ।

ନୂଆଁଖାଇଲେ କଳାହାଣ୍ଡିବାସୀ

ପଶ୍ଚିମ ଓଡ଼ିଶାରେ ଆଜି ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ପର୍ଯାୟକ୍ରମରେ ନୂଆଁ ଖାଇଥାନ୍ତି । ପର୍ବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଛି । ଜିଲ୍ଲାରେ ମହାନ ଗଣପର୍ବ ନୂଆଁଖାଇ ସପ୍ତପୁରୀ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରାର ଦଶମୀରେ ଶେଷ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ: ପାଳିତ ହେଲା ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ଆଜି ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପର୍ବ ପାଳନ ହୋଇଛି । ପିଠାପଣା କ୍ଷୀରି, ପୁରୀରେ ମହକି ଉଠିଛି ଗାଁଦାଣ୍ଡ । ସେପଟେ ଅନେକ ଗାଁରେ ସାମୁହିକ ନୂଆଖାଇ ପାଳନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର କୁଶୁର୍ଲା ଗାଁରେ ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଳନ କରିଥିବା ବେଳେ ଗାଁ ଗାଁ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ନୂଆଁ ଖାଇଥିଲେ ସଭିଏଁ ।

ଏହାମଧ୍ୟ ପଢନ୍ତୁ: Balangir Nuakhai: ନୂଆଁଖାଇ ପର୍ବରେ ମସ୍‌ଗୁଲ ବଲାଙ୍ଗୀରବାସୀ, ଜୁହାର ଭେଟ ପରେ ଝୁମୁଛନ୍ତି ଲୋକେ

ପରେ ଜୁହାର ଭେଟର ପର୍ବ ଆରମ୍ଭ ହୋଇଥିଲା । ଗାଁର ସମସ୍ତ ଛୋଟମାନେ ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଖେଳକୁଦ, ନାଚଗୀତର ଆସର ଜମିଥିଲା । ଏସବୁଭିତରେ ଗାଁରେ ଗର୍ଜି ଉଠିଥିଲା ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ଘୁମ୍‍ ଶବ୍ଦ। ଏହି ଶବ୍ଦରେ ଦୁଲୁକି ଉଠିଥିଲା ଗାଁ ଦାଣ୍ଡ ।

ଏହାମଧ୍ୟ ପଢନ୍ତୁ: ନୂଆଁଖାଇ ତିହାର, ସୁରେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ଆଜି ପଶ୍ଚିମ ଓଡିଶାର ଗଣପର୍ବ ବା କୃଷିଭିତିକ ପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗିଥିଲା । ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା । ଏହା ପରେ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ନବାନ୍ନ ଅର୍ପଣ କରି ଘରେ ନିଜର ଇଷ୍ଟ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ନୂଆଁଖାଇ ପାଳନ କରିଥିଲେ । ସେହିପରି ବଲାଙ୍ଗୀରରେ ଧୂମଧାମ୍‌ରେ ପାଳିତ ହେଉଛି ନୂଆଁଖାଇ । ଦେବୀ ମାଆ ପାଟନେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି । ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାପରେ ଘରେ ଘରେ ଲୋକେ ଏକାଠି ନୂଆଁଖାଇ ପାଳିଛନ୍ତି । ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳବାସୀ ଚଳିତ ବର୍ଷର ନବାନ୍ନ ପର୍ବ ପାଳନ କରିଛନ୍ତି । ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପର୍ବ ପାଳନ ହୋଇଛି । ବୌଦ୍ଧ ଗଡଜାତର ଇଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ସରିଆ ଧାନରୁ ପ୍ରସ୍ତୁତ ଖୀରି ଭୋଗ ନବାନ୍ନ ଭାବରେ ଅର୍ପଣ ପରେ ବିଭିନ୍ନ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ଖୀରି, କାକରା, ମଣ୍ଡା ଓ ଅନ୍ୟାନ୍ୟ ପିଠାପଣା ସହିତ ସରିଆ ଧାନରୁ ପ୍ରସ୍ତୁତ ଭୋଗକୁ ପ୍ରଥମେ ନିଜ ଇଷ୍ଟଙ୍କ ନିକଟରେ ଅର୍ପଣ କରି ମିଳିମିଶି ନୂଆଁଖାଇ ପାଳନ କରିଛନ୍ତି ବୌଦ୍ଧ ଜିଲ୍ଲାବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.