ETV Bharat / city

ପାଳିତ ହେଲା ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

author img

By

Published : Sep 1, 2022, 1:39 PM IST

Updated : Sep 1, 2022, 1:58 PM IST

ପାଳିତ ହେଲା ନୂଆଁଖାଇ,  ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ
ପାଳିତ ହେଲା ନୂଆଁଖାଇ, ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ନିର୍ଦ୍ଧାରିତ ସମୟରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ପରିବାରରେ ନବାନ୍ନ ଗ୍ରହଣ ପରେ ଗୀତ ନାଚରେ ମସଗୁଲ ସମ୍ବଲପୁରବାସୀ । ଅଧିକ ପଢନ୍ତୁ

ସମ୍ବଲପୁର:ଆଜି ପଶ୍ଚିମ ଓଡିଶାର ଗଣପର୍ବ ବା କୃଷିଭିତିକ ପର୍ବ ନୂଆଁଖାଇ । ଏଥିପାଇଁ ଉତ୍ସବମୁଖର ସମ୍ବଲପୁର ସହର । ପାରିବାରିକ,ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନ ବହନ କରୁଥିବା ଏହି ପର୍ବକୁ ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଛି । ନୂଆଁଖାଇ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି ।

ପାଳିତ ହେଲା ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ଆଜି ସକାଳୁ ମା'ଙ୍କୁ ସ୍ନାନ କରାଯିବା ପରେ ପାଟବସ୍ତ୍ର ସହ ଅଳଙ୍କାରରେ ସଜ୍ଜିତ କରାଯାଇଥିଲା । ଏହାପରେ ନବାନ୍ନ ଲାଗି ହେବା ପୂର୍ବରୁ ମୁଖ୍ୟ ପୂଜକ ପାର୍ଶ୍ୱ ଦେବା ଦେବୀଙ୍କ ଠାରେ ଝୋଟି ପକାଇଥିଲେ । ଏହାପରେ ମୂଖ୍ୟ ପୂଜକଙ୍କ ସହ ଅନ୍ୟ ପୂଜକଙ୍କ ଘରୁ ନବାନ୍ନ ଭୋଗ ସହ ପୂଜା ସାମଗ୍ରୀ ମନ୍ଦିରକୁ ଯାଇଥିଲେ । ପରେ ଦିନ 10 ଟା 56 ରୁ 11ଟା 10 ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗିଥିଲା । ମନ୍ଦିରର 115 ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା ।

ପରବର୍ତ୍ତୀ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲା ଯାଇଥିଲା । ଏହା ପରେ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ନବାନ୍ନ ଅର୍ପଣ କରି ନିଜ ଘରେ ନିଜର ଇଷ୍ଟ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ନୂଆଁଖାଇ ପାଳନ କରିଥିବା ବେଳେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂଆଁଖାଇ ଅବସରରେ ଆଜି ଘରେ ଘରେ ପିଠାପଣା ଆସର ଜମିଛି । ନୂଆଁଖାଇ ଅବସରରେ ଆଜି ପଶ୍ଚିମ ଓଡିଶାରେ ଆବାଳ ବୃଦ୍ଧ ବନିତା ଖୁବଧୁମ ଧାମର ସହ ଏହି ଗଣପର୍ବକୁ ପାଳନ କରୁଛନ୍ତି ଗୀତ ନାଚ ଓ ବାଦ୍ୟରେ କମ୍ପୁଛି ଚର୍ତୁଃଦିଗ ।

ପଶ୍ଚିମ ଓଡିଶାର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ୍ଣ ରୂପେ କୃଷି ଭିତ୍ତିକ ଅଟେ । ଏଥିରେ ପାରିବାରିକ,ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ହୋଇଥାଏ । ପ୍ରକୃତି ପୂଜା, ଜ୍ୟେଷ୍ଠଙ୍କୁ ସମ୍ମାନ,କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବର୍ତ୍ତା ଦେଇଥାଏ । ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନରେ ନୂଆଁଖାଇ ପାଳିତ ହୁଏ ।

Last Updated :Sep 1, 2022, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.