ETV Bharat / state

5Tରେ ସ୍କୁଲ୍‌ ରୂପାନ୍ତରୀକରଣକୁ ନେଇ ପ୍ରଶ୍ନ ଉଠାଇଲା କଳାହାଣ୍ଡି କଂଗ୍ରେସ

author img

By

Published : Jun 7, 2022, 7:28 PM IST

5Tରେ ସ୍କୁଲ୍‌ ରୂପାନ୍ତରୀକରଣକୁ ନେଇ ପ୍ରଶ୍ନ ଉଠାଇଲା କଳାହାଣ୍ଡି କଂଗ୍ରେସ
5Tରେ ସ୍କୁଲ୍‌ ରୂପାନ୍ତରୀକରଣକୁ ନେଇ ପ୍ରଶ୍ନ ଉଠାଇଲା କଳାହାଣ୍ଡି କଂଗ୍ରେସ

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର କଳାହାଣ୍ଡିର ୧୦୦ଟି ସ୍କୁଲକୁ 5Tରେ ରୂପାନ୍ତରିତ କରିବା ପରେ ଉଦଘାଟନ କରିଥିଲେ । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି କଳାହାଣ୍ଡି ଯୁବ ଓ ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ଆଜି(ମଙ୍ଗଳବାର) ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଗତକାଲି(ସୋମବାର) ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ଜିଲ୍ଲାର ୧୦୦ଟି ସ୍କୁଲକୁ 5T ରେ ରୂପାନ୍ତରିତ କରିବା ପରେ ଉଦଘାଟନ କରିଥିଲେ । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି କଳାହାଣ୍ଡି ଯୁବ ଓ ଛାତ୍ର କଂଗ୍ରେସ ।

5Tରେ ସ୍କୁଲ୍‌ ରୂପାନ୍ତରୀକରଣକୁ ନେଇ ପ୍ରଶ୍ନ ଉଠାଇଲା କଳାହାଣ୍ଡି କଂଗ୍ରେସ

5T ସ୍କୁଲ୍‌ ରୂପାନ୍ତରିତ ନାଁରେ ପୁରୁଣା କୋଠାରେ ରଙ୍ଗ ବୋଳି ସରକାରଙ୍କ ରାଜସ୍ବ ହାନୀ କରାଯାଉଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । କଳାହାଣ୍ଡିରେ ପଲିଟେକ୍ନିକ୍‌ କଲେଜ୍‌ରେ ଅବ୍ୟବସ୍ଥା ଲାଗି ରହିଛି । ଗ୍ରାମାଞ୍ଚଳରେ ଥିବା ସ୍କୁଲ୍‌ଗୁ଼ଡ଼ିକରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ରାଜ୍ୟର ଅଧିକାଂଶ ସ୍କୁଲ୍‌ରେ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ତାହାକୁ ପୁରଣ କରାଯାଉନଥିବା ବେଳେ ସରକାର ସ୍କୁଲ୍‌ ରୂପାନ୍ତରୀକରଣ ନାଁରୋ ଲୋକଙ୍କୁ ଭୁଆଁ ବୁଲାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଳାହାଣ୍ଡି ଯୁବ ଓ ଛାତ୍ର କଂଗ୍ରେସ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.