ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ସ୍ବାସ୍ଥ୍ୟ ବିଭାଗର ଅନେକ ପ୍ରକଳ୍ପ ଉଦଘାଟନ

author img

By

Published : Sep 18, 2019, 4:08 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ରାଜ୍ୟରେ ଅସୁସ୍ଥ ହୋଇ ପଡିଥିବା ସ୍ବାସ୍ଥ୍ୟ ସେବାକୁ ସୁସ୍ଥ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଜୋରଦାର ଉଦ୍ୟମ କରୁଛନ୍ତି । ସ୍ବାସ୍ଥ୍ୟ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା କଳାହାଣ୍ଡିରେ ନବ ନିର୍ମିତ ଚକ୍ଷୁ ବିଭାଗକୁ ଉଦଘାଟନ କରିଛନ୍ତି ।

କଳାହାଣ୍ଡି: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ସାରି ମଙ୍ଗଳବାର ଫେରିଛନ୍ତି । ମନ୍ତ୍ରୀଙ୍କ ସୋମବାର କଳାହାଣ୍ଡି ଗସ୍ତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଗୋଲାମୁଣ୍ଡାଠାରେ ୫କୋଟି ଟଙ୍କା ବ୍ୟୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଏଥିସହ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ମଧ୍ୟରେ ୪୪ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୦ ଶଯ୍ୟା ବିଶିଷ୍ଟ ଜରା ଚିକିତ୍ସା ବିଭାଗର ଉଦଘାଟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସେହିପରି ୪୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚକ୍ଷୁ ବିଭାଗର ଓପିଡି ଉଦଘାଟନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆସି ନଥିଲେ । ପ୍ରୋଟୋକଲ ଭଙ୍ଗ ଅଭିଯୋଗରେ ସେ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିବା ଜଣାପଡିଛି । କାରଣ ବିରୋଧୀ ଦଳ ନେତା ହେଉଛନ୍ତି କ୍ୟାବିନେଟ ପାହ୍ୟା । କିନ୍ତୁ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରମନ୍ତ୍ରୀଙ୍କ ନା ତଳେ ତାଙ୍କ ନାମ ଲେଖା ଯାଇଛି । ଏହାକୁ ବିରୋଧ କରି ଆସିନଥିଲେ ବିଧାୟକ ତଥା ବିରୋଧୀ ଦଳ ନେତା ।

ସ୍ବାସ୍ଥ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ବୈଠକରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲାରେ ମୋଟ ଅନୁଦାନପ୍ରାପ୍ତ 340 ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୧୭ ଜଣ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଭବାନୀପାଟଣା ସଦର ମହକୁମା ଡାକ୍ତରଖାନାରେ ୭୬ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨୪ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ୧୬୫ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବା ସହିତ ଏହାର ନୂତନ କୋଠା ନିର୍ମାଣ କରାଯିବା ପାଇଁ ଆଲୋଚନା ହୋଇଛି ।

ଅନ୍ୟପଟେ ଧର୍ମଗଡଠାରେ ଏକ ଡାଇଲିସିସ କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ ଓ ଦୁଷ୍ମନ୍ତ ନାଏକ ପ୍ରମୂଖଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଡଃ.ପରାଗ ହର୍ଷଦ ଗାଭାଲି, ସିଡିଏମଓ ବନଲତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦୁଇଦିନିୟ କଳାହାଣ୍ଡି ଗସ୍ତ।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଗୋଲାମୁଣ୍ଡା ଠାରେ ୫କୋଟି ଟଙ୍କା ବ୍ୟୟ ଅଟକଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ପାଇଁ ଭୂମିପୂଜନ କରାଯାଇଛି । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ମଧ୍ୟରେ ୪୪ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୦ ଶଯ୍ୟା ବିଶିଷ୍ଟ ଜରା ଚିକିତ୍ସା ବିଭାଗ ର ଉଦଘାଟନ କରାଯାଇଛି । ସେହିପରି ୪୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚକ୍ଷୁ ବିଭାଗର ଓପିଡି ବିଭାଗର ଉଦଘାଟନ କରାଯାଇଛି । ଜରା ଚିକିତ୍ସା ବିଭାଗ ଉଦଘାଟନ ଫଳକରେ ରାଜ୍ୟ ବିରୋଧି ଦଳ ନେତା ଙ୍କ ନାମ ରାଷ୍ଟ୍ର ମନ୍ତ୍ରୀଙ୍କ ନାମ ତଳକୁ ଲେଖାଯାଇଥିବା ହେତୁ ପୋ୍ରଟୋକଳ ଭଙ୍ଗାଯାଇଥିବା ଅଭିଯୋଗ କରି ବିରୋଧି ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବର୍ଜନ କରାଯାଇଥିବା ଦେଖାଯାଇଥିଲା ।Body: ରାଜ୍ୟ ବିରୋଧି ଦଳନେତା କ୍ୟାବିନେଟ ପାହ୍ୟା ହୋଇଥିବା ହେତୁ ପୋ୍ରଟୋକଳ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ସିଡିଏମଓ ଏହାର ସଂଶୋଧନ କରିଦିଆଯିବ ବୋଲି କହିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ସମଗ୍ର କଳାହାଣ୍ଡି ଜିଲ୍ଲାରେ ୩୪୦ ଜଣ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୧୭ ଜଣ ଡାକ୍ତର କାର୍ଯ୍ୟ କରୁଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଭବାନୀପାଟଣା ସଦର ମହକୁମା ଡାକ୍ତରଖାନାରେ ୭୬ ଜଣ ଡାକ୍ତର ସ୍ଥାନରେ ମାତ୍ର ୨୪ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ୧୬୫ ଶଯ୍ୟା ବିଶିଷ୍ଟ ଏହି ଡାକ୍ତର ଖାନାକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବା ସହିତ ଏହାର ନୂତନ କୋଠା ନିର୍ମାଣ କରାଯିବା ପାଇଁ ଆଲୋଚନା ହୋଇଥିଲା । Conclusion:ଧର୍ମଗଡ ଠାରେ ଏକ ଡାଇଲିସିସ କେନ୍ଦ୍ର ସ୍ଥାପନ କରାଯିବାକୁ ମଧ୍ୟ ଆଲୋଚନା ହୋଇଥିବା ପ୍ରକାଶ । ଭଙ୍ଗାବାରୀ ଠାରେ ମେଡିକାଲ କଲେଜ ନିର୍ମାଣ ସଂକ୍ରାନ୍ତରେ ଆଲୋଚନା ହେବା ସହିତ ଦାୟୀତ୍ୱରେ ଥିବା ବେଦାନ୍ତ କାର୍ଯ୍ୟକର୍ତା ମାନଙ୍କୁ ଆଗାମୀ ୨୦୨୧ ଫେବୃଆରୀ ସୁଦ୍ଧା ଉକ୍ତ ନିର୍ମାଣ ଶେଷ କରିବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଏହିସବୁ କାର୍ଯ୍ୟକ୍ରମରେ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବ ବିଧାୟକ ଅନାମ ନାଏକ ଓ ଦୁଷ୍ମନ୍ତ ନାଏକ ପ୍ରମୂଖ ଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ସିଡିଏମଓ ବନଲତା ଦେବୀ ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀ ଅଂଶ ଗ୍ରହଣ କରିଥିଲେ ।
ବାଇଟ-ନବକିଶୋର ଦାସ(ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ସରକାର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.