ETV Bharat / state

ବିଜେଡି ଛାଡିଲେ ତୁଲେଶ୍ଵର ନାଏକ, କଂଗ୍ରେସରେ ହୋଇପାରନ୍ତି ସାମିଲ

author img

By

Published : Oct 8, 2022, 4:21 PM IST

ବିଜେଡି ଛାଡିଲେ ତୁଲେଶ୍ଵର ନାଏକ, କଂଗ୍ରେସରେ ହୋଇପାରନ୍ତି ସାମିଲ
ବିଜେଡି ଛାଡିଲେ ତୁଲେଶ୍ଵର ନାଏକ, କଂଗ୍ରେସରେ ହୋଇପାରନ୍ତି ସାମିଲ

ବିଜେଡିରୁ ଇସ୍ତଫା ଦେଲେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଓବିସି ନେତା ତଥା ଗୋଲାମୁଣ୍ଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ । ଅଧିକ ପଢନ୍ତୁ

ଭବାନୀପାଟଣା: ଜୁନାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତ ଧକ୍କା । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଓବିସି ନେତା ତଥା ଗୋଲାମୁଣ୍ଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡିରେ ଦୀର୍ଘ ଦିନରୁ ଏକ ସକ୍ରିୟ ସଦସ୍ୟ ଭାବରେ ରହିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏପରିକି ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ ତୁଲେଶ୍ଵର ।

ବିଜେଡି ଛାଡିଲେ ତୁଲେଶ୍ଵର ନାଏକ

ଏହା ମଧ୍ୟ ପଢନ୍ତୁ: Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ

ବିଜେଡିରେ ତାଙ୍କୁ ଗୁରୁତ୍ବ ଦେଉ ନଥିବା ଅଭିଯୋଗ କରିବା ସହ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ତାଙ୍କୁ ଅଣଦେଖା କରୁଥିବା ନେଇ ସେ ସିଧା ସଳଖ ଅଭିଯୋଗ ଆଣିଛନ୍ତି । କଳାହାଣ୍ଡିର ଜଣେ ପ୍ରଭାବଶାଳୀ ଓବିସି ନେତା ଭାବରେ ବେଶ ପରିଚିତ ଥିବା ବେଳେ ତୁଲେଶ୍ୱର ବିଜେଡିରୁ ଇସ୍ତଫା ଦେବା ଘଟଣା ଆଗାମୀ ଦିନରେ ବିଜେଡିକୁ ବହୁଳ ଭାବରେ ଫରକ୍ ପକାଇବ ବୋଲି ରାଜନୀତି ସମିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ତୁଲେଶ୍ୱର୍ ପଣ୍ଡରା ମାଳି ସମାଜର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବରେ ବର୍ତ୍ତମାନ ଦାୟିତ୍ଵ ବହନ କରୁଥିବାବେଳେ ଆଗାମୀ ଦିନରେ ସେ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗେସରେ ଯୋଗଦାନ ଦେବାର ସମ୍ଭାବନା ରହିଛି ।

ଏନେଇ ତୁଲେଶ୍ୱର ନାଏକ କହିଛନ୍ତି ଯେ, "୨୦୧୯ ମସିହାରେ ମୁଁ ବିଜୁ ଜନତା ଦଳରେ ଯୋଗ ଦେଇଥିଲି । ପୂର୍ବ ଇଲେକ୍ସନରେ ବିଜେଡି ଦଳକୁ ଜିତେଇବା ପାଇଁ ଆମେ ପ୍ରୟାସ କରିଥିଲୁ । କିନ୍ତୁ ଦୁଃଖର ବିଷୟ ମୁଁ ବିଜୁ ଜନତା ଦଳରେ ସାମିଲ ହେବା ପରଠାରୁ ମୋତେ ବିଜେଡିର ରାଜନେତାମାନେ ଅଣଦେଖା କଲେ । ଯେଉଁଥିପାଇଁ ମୁଁ ଆଜି ଇସ୍ତଫା ଦେଲି । ମୁଁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହଯୋଗୀ ଥି୍ଲି ।

"ନିର୍ବାଚନ ସମୟରେ ବହୁତ ସହଯୋଗ ମଧ୍ୟ କରିଥିଲି । କିନ୍ତୁ ସେ ଜାଣିପାରିଲେ ନାହିଁ କିଏ ଦଳ ପାଇଁ କାମ କରୁଛି କିଏ ନାହିଁ । ମୋତେ ସମ୍ପୁର୍ଣ୍ଣ ଭାବେ ଅଣଦେଖା କଲେ । ରାଜନୈତିକ ଅକ୍ରୋସ ରଖି ସମସ୍ତଙ୍କୁ ହଇରାଣ କଲେ । ଆଗକୁ ବହୁତ ଜଣ ମଧ୍ୟ ବିଜୁ ଜନତାଦଳରୁ ଇସ୍ତଫା ଦେବେ । ମୁଁ ୨୫ ବର୍ଷ ଧରି କଂଗ୍ରେସରେ ରହିଥିଲି । କିନ୍ତୁ କେଉଁ ଦଳରେ ଯୋଗଦେବି ତାହା ସମୟ କହିବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.