ETV Bharat / state

କଳାହାଣ୍ଡିରୁ ଠକିଥିଲେ, ଉତ୍ତରପ୍ରଦେଶରୁ ଧରା ପଡିଲେ 5 ସାଇବର ଠକ

author img

By

Published : Jan 27, 2021, 3:37 PM IST

Five cyber fraud arrested in Uttar Pradesh
ଉତ୍ତରପ୍ରଦେଶରୁ ୫ ସାଇବର ଠକ ଗିରଫ

ଉତ୍ତରପ୍ରଦେଶରୁ ୫ ସାଇବର ଠକ ଗିରଫ । ଗତ ୯ ତାରିଖରେ ଭବାନୀପାଟଣା ସହରରୁ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା ୨ ଲକ୍ଷରୁ ଅଧିକ ଟଙ୍କା । ଅଧିକ ପଢନ୍ତୁୁ...

ଭବାନୀପାଟଣା: ଅନଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ । ଭବାନୀପାଟଣାରୁ ଅନଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶ ହରିପୁର ଠାରୁ ୫ ସାଇବର ଠକ ଗିରଫ ହୋଇଛନ୍ତି । ମୋବାଇଲ ଫୋନ ଜରିଆରେ ଅଭିଯୁକ୍ତ ଲଟେରୀ ଟଙ୍କା ପୈଠ ଲୋଭ ଦେଖାଇ ଅନଲାଇନ ଠକେଇ କରୁଥିଲେ। ଗିରଫ ୫ ଜଣ ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶରର ଅଭିଳାଷ ସିଂ, ପରବେଜ ଅହମ୍ମଦ, ବାହୀଦ ଖାଁ,ସାରୁଖ ଖାଁ,ଜୁନେଦ ଏହମ୍ମଦ ।

ଉତ୍ତରପ୍ରଦେଶରୁ ୫ ସାଇବର ଠକ ଗିରଫ

ସେମାନଙ୍କ ଠାରୁ ମୋଟ ୫୨ ହଜାର ୩୮୮ ଟଙ୍କା ଓ ୧୦ଟି ମୋବାଇଲ ଜବତ କରାଯାଇଛି । ଗତ ୯ ତାରିଖରେ ଭବାନୀପାଟଣା ସହରର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧି ୨ ଲକ୍ଷ ୬୮ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କଳାହାଣ୍ଡି ପୋଲିସ ଏକ ମାମଲା ରୁଜ୍ଜୁ କରି ୩ଟି ସ୍ବାର୍ଡ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ସାଇବର ଟ୍ରାକିଂ ସାହାଯ୍ୟରେ ୫ ଜଣ ସାଇବର ଠକଙ୍କୁ ଉତ୍ତର ପ୍ରଦେଶରରୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଭବାନୀପାଟଣା ଏସଡିପିଓ ସୂଚନା ଦେଇଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.