ETV Bharat / state

ମୃତଦେହ ବ୍ୟବଚ୍ଛେଦରେ ଅବହେଳା ଅଭିଯୋଗ ଆଣିଲେ ପରିବାର

author img

By

Published : Feb 15, 2022, 7:38 PM IST

ମୃତଦେହ ବ୍ୟବଚ୍ଛେଦରେ ଅବହେଳା ଅଭିଯୋଗ ଆଣିଲେ ପରିବାର
ମୃତଦେହ ବ୍ୟବଚ୍ଛେଦରେ ଅବହେଳା ଅଭିଯୋଗ ଆଣିଲେ ପରିବାର

କଳାହାଣ୍ଡି ଥୁଆମୁଳ ରାମପୁର ଅଞ୍ଚଳରେ ମୃତଦେହ ବ୍ୟବଚ୍ଛେଦରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଥୁଆମୁଳ ରାମପୁର ଅଞ୍ଚଳରେ ମୃତ୍ୟୁ ପରେ ମୃତକଙ୍କ ବ୍ୟବଚ୍ଛେଦରେ ଅବହେଳା ଅଭିଯୋଗ ଆଣିଲେ ପରିବାର । ସେପଟେ ଗାଁକୁ ମୃତଦେହ ନେବାକୁ ବାହକ ଗାଡ଼ି ମିଳିନଥିବା ଅଭିଯୋଗ ହୋଇଛି । ସେପଟେ ପରିବାର ଜୋରଜବରଦସ୍ତ ଡାକ୍ତରଖାନାରୁ ମୃତଦେହ ନେଇ ଚାଲି ଯାଇଥିବା CDMO କହିଛନ୍ତି ।

ମୃତଦେହ ବ୍ୟବଚ୍ଛେଦରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ମିଳିଥିବା ସୂଚନା ଅନୁସାରେ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରୋଗୀ । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ପରେ ଏବେ ବିବାଦ ଉପୁଜିଛି । ମୃତକ ପରିବାରଙ୍କ ଅଭିଯୋଗ ମୁତାବକ ମୃତ୍ୟୁ ପରେ ବ୍ୟବଚ୍ଛେଦରେ ଅବହେଳା ହେବା ସହ ନିଜ ଗାଁକୁ ମୃତଦେହ ନେବାପାଇଁ ମିଳିନାହିଁ ବାହକ ଗାଡ଼ି । ଅନ୍ୟପଟେ ଧୈର୍ଯ୍ୟହରା ପରିବାର ଜୋରଜବରଦସ୍ତ ଡାକ୍ତରଖାନାରୁ ମୃତଦେହ ନେଇ ଚାଲି ଆସୁଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

ସେପଟେ CDMO ମଧ୍ୟ ସମାନ କଥା କହିଛନ୍ତି । ବିନା ଅନୁମତିରେ ପରିବାର ବର୍ଗ ଡାକ୍ତରଖାନାରୁ ମୃତଦେହ ନେଇ ଚାଲି ଯାଇଥିବା ପ୍ରକାଶ କରିଛନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ହେଉଥିବା ଜଣାପଡ଼ିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.