ETV Bharat / state

ଛଟେଇ ସଫେଇ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

author img

By

Published : Jun 26, 2020, 1:07 AM IST

Updated : Jun 26, 2020, 3:05 AM IST

Darmagarh NAC Cleaning staffs appeal Collector Kalahandi for help
ଛଟେଇ ସଫେଇ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ଜୀବିକା ହରାଇବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି, ଧର୍ମଗଡ଼ ଏନଏସିର ସଫେଇ କର୍ମଚାରୀ ।

କଳାହାଣ୍ଡି: ଜୀବିକା ହରାଇବା ପରେ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସଫେଇ କର୍ମଚାରୀ । ଧର୍ମଗଡ଼ ଏନଏସିର ଛଟେଇ ହୋଇଥିବା ସଫେଇ କର୍ମଚାରୀମାନେ ଉପାୟଶୂନ୍ୟ ହୋଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

କର୍ମଚାରୀ ମାନେ ଉତ୍କଳ ଫେସିଲିଟି ସର୍ଭିସ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ଅଧୀନରେ 2015 ଠାରୁ କାର୍ଯ୍ୟ କରି ଆସୁଥିଲେ । ଅଭିଯୋଗ ଅନୁଯାୟୀ କର୍ମଚାରୀଙ୍କ ମାସିକ ଦରମା, ଇପିଏଫ ଟଙ୍କା ଦେବାରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଅନିୟମିତତା କରାଯାଇଥିଲା । ଏନେଇ କର୍ମଚାରୀମାନେ ଏନଏସି କର୍ତ୍ତୃପକ୍ଷ ଓ ଜିଲ୍ଲା ଶ୍ରମ ବିଭାଗକୁ ଅଭିଯୋଗ କରିଥିଲେ ।

ଛଟେଇ ସଫେଇ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ପରେ ଉକ୍ତ ସଂସ୍ଥା ସେମାନଙ୍କୁ କାମରୁ ଛଟେଇ କରିବା ସହ ବେଆଇନ ଭାବେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି କରିଥିବା ଅଭିଯୋଗ ହୋଇଛି । ଏହାପରେ ଏକାଧିକ ଥର ଉପ ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପରେ କୌଣସି ସୁଫଳ ମିଳିନଥିଲା । ଅନ୍ୟପଟେ କୋରୋନା କଟକଣା ଯୋଗୁଁ ଅନତ୍ର କାର୍ଯ୍ୟ କରିବା ସମ୍ଭବ ହେଉନାହିଁ । ଚାକିରୀ ଖଣ୍ଡକ ଚାଲିଯିବା ପରେ, ପରିବାର ପ୍ରତିପୋଷଣର ରାସ୍ତା ବି ବନ୍ଦ । ଫଳରେ କର୍ମଚାରୀମାନେ ବାଧ୍ୟହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଉପଯୁକ୍ତ ତଦନ୍ତ ସହ ଉଚିତ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟରେ ପୁନଃ ଥଇଥାନ ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Last Updated :Jun 26, 2020, 3:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.