ETV Bharat / state

ମିମିତା ତାତି: ବବି ଦାସ ଓ ଦିବ୍ୟଶଙ୍କରଙ୍କୁ କଳା ପତାକା ପ୍ରଦର୍ଶନ

author img

By

Published : Nov 6, 2021, 10:33 PM IST

ମିମିତା ତାତି;ବବି ଦାସ ଓ ଦିବ୍ୟଶଙ୍କରଙ୍କୁ କଳା ପତାକା ପ୍ରଦର୍ଶନ
ମିମିତା ତାତି;ବବି ଦାସ ଓ ଦିବ୍ୟଶଙ୍କରଙ୍କୁ କଳା ପତାକା ପ୍ରଦର୍ଶନ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଯାହା ଏବେ ରାଜ୍ୟ ରାଜନୀତିକୁ କରିଛି ସରଗରମ । ବବି ଦାସ ଓ ଦିବ୍ୟଶଙ୍କରଙ୍କୁ କଳା ପତାକା ପ୍ରଦର୍ଶନ କଲେ ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ଭବାନୀପାଟଣା : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଯାହା ଏବେ ରାଜ୍ୟ ରାଜନୀତିକୁ କରିଛି ସରଗରମ। ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପି କରାଯାଉଛି ପ୍ରତିବାଦ । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ଅଭିଯୋଗରେ ସରକାରଙ୍କୁ ଘେରିଛନ୍ତି ବିରୋଧି । ମମିତାଙ୍କୁ ନ୍ୟାୟ ଓ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଆଜି ଭବାନୀପାଟଣା ଠାରେ ରାଜ୍ୟ ଯୁବ ବିଜେଡି ସାଙ୍ଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳା ପତାକା ପ୍ରଦର୍ଶନ କରିଛି ବିଜେପି ଯୁବ ମୋର୍ଚ୍ଚା।

ମିମିତା ତାତି;ବବି ଦାସ ଓ ଦିବ୍ୟଶଙ୍କରଙ୍କୁ କଳା ପତାକା ପ୍ରଦର୍ଶନ

ସୂଚନା ଅନୁଯାୟୀ ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଭବାନୀପାଟଣା ଠାରେ ସମୀକ୍ଷା ସାରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ଜୁନାଗଡ଼ ଯାଉଥିଲେ । ଏହି ସମୟରେ ଭବାନୀପାଟଣା ନକଟିଗୁଡା ଛକ ନିକଟରେ କଳା ପତାକା ପ୍ରଦର୍ଶନ କରିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ। ପରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବିଜେପି କର୍ମୀଙ୍କୁ ଅଟକ ରଖିଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.