ETV Bharat / state

ଘରୁ ଉଠାଇ ନେଇ ପିଟିପିଟି ମାରିଦେଲେ, 3 ଅଭିଯୁକ୍ତ ଗିରଫ

author img

By

Published : Jul 18, 2022, 9:23 PM IST

ଘରୁ ଉଠାଇ ନେଇ ପିଟିପିଟି ମାରିଦେଲେ, 3 ଅଭିଯୁକ୍ତ ଗିରଫ
ଘରୁ ଉଠାଇ ନେଇ ପିଟିପିଟି ମାରିଦେଲେ, 3 ଅଭିଯୁକ୍ତ ଗିରଫ

ଘରୁ ଉଠାଇ ନେଇ ଜୀବନରୁ ମାରିଦେଲେ ଦୁବୃର୍ତ୍ତ । ପୋଲିସ ଏବାବଦରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଘଟଣାର ସମ୍ପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

କଳାହାଣ୍ଡି : ଘରୁ ଉଠାଇ ନେଇ ଜୀବନରୁ ମାରିଦେଲେ ଦୁବୃର୍ତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମିନଗୁଡା ଗାଁରେ । ସୂଚନା ଅନୁଯାୟୀ ଗତ ଜୁଲାଇ ୮ ତାରିଖରେ ୩ ଜଣ ଦୁବୃର୍ତ୍ତ ଗାଁର କେଶରୀ ମାଝୀଙ୍କ ଘରେ ପଶି କେଶରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । କେଶରୀଙ୍କ ସ୍ତ୍ରୀ ଜୟମଣି ଦୁବୃର୍ତ୍ତ ମାନଙ୍କୁ ଅଟକାଇ ପାରି ନଥିଲେ । ଏହାପରେ ଦୁବୃର୍ତ୍ତମାନେ କେଶରୀଙ୍କୁ ଘରୁ ଉଠାଇ ଆଣି ଅଧା ରାସ୍ତାରେ ମାଡ ମାରି ଛାଡି ପଳାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହ ସାହାୟତାରେ ଜୟାମଣି କେଶରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଘଟଣା ପରେ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏବାବଦରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଘଟଣାର ସମ୍ପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭବାନୀପାଟଣା ସହରର ଅଜୟ ସିଂ,ଜୟଲାଲ ଲହାଜଳ ଓ ଜିତୁ ମାଝୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.