ETV Bharat / state

Omicron ସମୀକ୍ଷା ବୈଠକ, ଭିସି ଯୋଗେ ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jan 3, 2022, 7:48 PM IST

ଓମିକ୍ରନ ସମୀକ୍ଷା ବୈଠକ, ଭିସି ଯୋଗେ ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଓମିକ୍ରନ ସମୀକ୍ଷା ବୈଠକ, ଭିସି ଯୋଗେ ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ବ୍ଲକ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ସୋମବାର ଝାରସୁଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ଓମିକ୍ରନ ସମୀକ୍ଷା ବୈଠକ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ଭିସି ଯୋଗେ ଏହି ବୈଠକରେ ଯୋଗ ଦେଇଥିଲେ । ଓମିକ୍ରନ ଚିକିତ୍ସା ପାଇଁ କେନ୍ଦ୍ରର ମାର୍ଗଦର୍ଶିକା ଆସିନଥିବାରୁ ଏହି ଦିଗରେ ବିଶେଷଜ୍ଞ ଦଳଙ୍କୁ ଦୃଷ୍ଟି ଦେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କହିଛନ୍ତି ।

ଓମିକ୍ରନ ସମୀକ୍ଷା ବୈଠକ, ଭିସି ଯୋଗେ ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୭୦ଟି ନମୁନା ଜିନୋମ୍ ସିକ୍ୱେନ୍ସିଂରୁ ୩୭ ଓମିକ୍ରନ ଚିହ୍ନଟ ହୋଇଛି । ଏପଟେ ଆରଟିପିସିଆର ପଜିଟିଭ ଥିବା ନୂଆ ୩୭୦ ଜଣଙ୍କ ନମୁନା ସଂଗ୍ରହ କରାଯାଇ ଆଇଏଲଏସକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

ଝାରସୁଗୁଡ଼ା ବ୍ଳକ କାର୍ଯ୍ୟାଳୟର କନ୍ଫରେସିଂ ହଲ ଠାରେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହି ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ପ୍ରସ୍ତୁତିକୁ ଆହୁରି ଜୋରଦାର କରିପାରନ୍ତି ବୋଲି କହିଥିଲେ । ଏହାସହିତ ଓମିକ୍ରନ ଚିକିତ୍ସାର ସମ୍ପର୍କରେ ସେ ଆଲୋଚନା କରିଥିବା କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.