ETV Bharat / state

ଛାତ୍ର ମାଡରେ ଆଖି ବୁଜିଲେ ଅଧ୍ୟାପକ ଅମିତ, ଅବାକ୍ ପରିବାର ଝୁରୁଛି ଗାଁ

author img

By ETV Bharat Odisha Team

Published : Oct 29, 2023, 2:13 PM IST

lecturer died by student attack case
lecturer died by student attack case

9 ମାସ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତ 25 ତାରିଖରେ ଆଖି ବୁଜିଛନ୍ତି ଛାତ୍ର ଆକ୍ରମଣର ଶିକାର ହୋଇଥିବା ଅଧ୍ୟାପକ ଅମିତ ବାରିକ । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ

lecturer died by student attack case

ଝାରସୁଗୁଡା: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ବର । ଗୁରୁ ଭଗବାନ ତୁଲ୍ୟ । ଆଜିର ଏ ଛାତ୍ରସମାଜ ଗୁରୁଙ୍କୁ ସମ୍ମାନ ଦେବା ଦୂରରେ ଥାଉ ଗୁରୁଙ୍କ ଉପରକୁ ହାତ ଉଠାଇବାକୁ ପଛାଇ ନାହାନ୍ତି । ଝାରସୁଗୁଡ଼ାରେ ଜଣେ ଅଧ୍ୟ୍ୟାପକଙ୍କ ଉପରକୁ ଛାତ୍ର ଆକ୍ରମଣ ଘଟଣା ସମସ୍ତଙ୍କୁ ବିଚଳତି କରିଛି । 9 ମାସ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତ 25 ତାରିଖରେ ଆଖି ବୁଜିଛନ୍ତି ଅଧ୍ୟାପକ ଅମିତ ବାରିକ । ଅଧ୍ୟାପକ ଅମିତଙ୍କୁ ଝୁରୁଛନ୍ତି ଗାଁ ଲୋକ । ପରିବାର ଲୋକ ଶୋକରେ ବୁଡିଛନ୍ତି । ଏହି ଘଟଣା ସମସ୍ତଙ୍କୁ ଆଘାତ ଦେଇଛି । ଏହାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଅମିତଙ୍କୁ ହରାଇ ପରିବାର ଅବାକ ହୋଇଯାଇଛନ୍ତି ପରିବାର ।

2012 ମସିହାରୁ ଝାରସୁଗୁଡା ସଦର ବ୍ଲକ କଟାପାଲି PKSS କଲେଜରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଁ ଅଳ୍ପ ବେତନରେ ଅଧ୍ୟାପକ ରୂପେ ଅବସ୍ଥାପିତ ହୋଇଥିଲେ ଅଧ୍ୟାପକ ଅମିତ ବାରିକ । ଦିନେଶ ସାହିସ ନାମକ ଜଣେ ଛାତ୍ରର ଦାଦାଗିରିର ପ୍ରତିବାଦ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଅମିତ । ଗୁରୁତର ଅବସ୍ଥାରେ ଘରୋଇ ଡାକ୍ତରଖାନାରେ ୯ ମାସ ଚିକିତ୍ସା ପରେ ଆଖି ବୁଜିଛନ୍ତି ଅମିତ ବାରିକ । ଏହି ଘଟଣା ସମସ୍ତଙ୍କୁ ଅବାକ କରିଛି । ଅମିତଙ୍କୁ ଗାଁ ଲୋକ ଝୁରୁଛନ୍ତି । ଭଲ ପାଠ ପଢି ଗାଁ ପାଇଁ ସୁନାମ ଆଣିଥିବା ଅମିତ ଯେ ଦିନେ ସମସ୍ତଙ୍କୁ ଛାଡ଼ିଯିବେ, ଏହା କେହି ବିଶ୍ୱାସ କରି ପାରୁ ନାହାନ୍ତି । ସବୁ ଦିନ ପରି ଗତ ଫେବ୍ରୁଆରୀ 22 ତାରିଖ କଲେଜକୁ ଯାଇ ପାଠପଢ଼ା ଆରମ୍ଭ କରିଥିଲେ ମାତ୍ର ସେ ବି ଜାଣି ନଥିଲେ କି ଫେବ୍ରୁଆରୀ 22 ତାରିଖର ପାଠପଢ଼ା ତାଙ୍କ ଜୀବନର ଶେଷ ପାଠ ପଢା ହେବ ବୋଲି । ଝଡ଼ ଆସିବା ଭଳି ବିପଦ ଓ କାଳ ରାକ୍ଷସ ଆସି ବାପା ମାଆଙ୍କ ସ୍ୱପ୍ନକୁ ଚୁରମାର କରିଦେଲା ।

ଅମିତଙ୍କ ବାପା ଶିକ୍ଷକତା କରି ତାଙ୍କୁ ଉଚ୍ଚଶିକ୍ଷା ପାଠ ପଢ଼ାଇଥିଲେ । 2 ଭଉଣୀ ଓ 3 ଭାଇ ମଧ୍ୟରୁ ଅମିତ ଥିଲେ ସାନ । ଚଳିତ ବର୍ଷ ବିବାହ ପାଇଁ ଝିଅ ଖୋଜା ଚାଲିଥିଲା । ହେଲେ ସ୍ବପ୍ନ ସ୍ବପ୍ନରେ ରହିଗଲା । କ୍ଲାସ୍‌ରେ ପାଠ ପଢାଉଥିବା ସମୟରେ ଦିନେଶ ନାମକ ଛାତ୍ର ଆକ୍ରମଣରେ 9ମାସ ହେବ ଚିକିତ୍ସିତ ହେଉଥିବା ଅମିତ ସବୁ ଦିନ ପାଇଁ ଆଖି ବୁଜିଛନ୍ତି । ଏହି ଘଟଣା ସହରର ଅନେକ ବୁଦ୍ଧିଜୀବୀ ଓ ଅଧ୍ୟାପକ ତଥା ପୂର୍ବତନ ପ୍ରିନ୍ସିପାଲ ସମସ୍ତଙ୍କୁ କଠୋର ଆଘାତ ପହଞ୍ଚାଇଛି । ସମସ୍ତେ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏଭଳି ଛାତ୍ର ଛାତ୍ର ସମାଜ ପାଇଁ ଏକ କଳଙ୍କ ବୋଲି କହିଛନ୍ତି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା । ସେହିପରି ସରକାରୀ ଓକିଲ ଦୟାନିଧି ଚାନ୍ଦ ଘଟଣାରେ ଅଭିଯୁକ୍ତ ଦିନେଶକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ମତ ଦେଇଛନ୍ତି । ଗୁରୁ ଶିଷ୍ୟର ସମ୍ପର୍କକୁ ଏହା କଳଙ୍କିତ କରିଛି , ତେଣୁ କଠୋର ଦଣ୍ଡ ଦେଇ ଏଭଳି ଦୁଷ୍ଟ ଛାତ୍ରମାନଙ୍କୁ ଏକ ଶିକ୍ଷା ଦିଆଯାଉ ବୋଲି ମତ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...9ମାସ ମୃତ୍ୟୁ ସହ ସଂଘର୍ଷ କରି ହାରିଗଲେ ଅଧ୍ୟାପକ, ଛାତ୍ରଙ୍କ ମାଡରେ ହୋଇଥିଲେ ଗୁରୁତର

ଝାରସୁଗୁଡ଼ା ଏସ୍‌ଡିପିଓଙ୍କ କହିବା ମୁତାବକ, ଯେହେତୁ ଅଭିଯୁକ୍ତ ଛାତ୍ରକୁ ପୂର୍ବରୁ ଏହି ଘଟଣାରେ ୩୦୭ ଦଫାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ଅଭିଯୁକ୍ତ ଛାତ୍ର କିଛି ମାସ ଜେଲ ହାଜତରେ ରହିବା ପରେ ତାକୁ ଅଦାଲତ ଜାମିନ ପ୍ରଦାନ କରିଥିଲେ । ୩୦୭ ଦଫାରୁ ୩୦୨ ହତ୍ୟା ଅଭିଯୋଗରେ ପୁନର୍ବାର ହାଜତ ପଠାଇବା ପାଇଁ ଅପିଲ କରାଯାଇଛି । ନ୍ୟାୟ ବିଭାଗ ନିଶ୍ଚିତ ଭାବରେ ଏ ଦିଗ ଉପରେ ଅତ୍ୟନ୍ତ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ଆସ୍ଥା ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.