ETV Bharat / state

Naba Das Murder Case: ପାଇଖାନା ଟାଙ୍କିରୁ ମିଳିଲା ପ୍ରମାଣ !

author img

By

Published : Feb 3, 2023, 3:22 AM IST

Naba Das Murder Case
Naba Das Murder Case

ପ୍ରାୟ ୧୮ ଘଣ୍ଟା ଧରି ସ୍ବେରେଜ ଟ୍ୟାଙ୍କ ଖୋଳିବା ପରେ ମିଳିଛି ଖଣ୍ଡ ବିଖଣ୍ଡିତ ହୋଇଥିବା କାଗଜ । ଅଧିକ ପଢନ୍ତୁ

ପାଇଖାନା ଟାଙ୍କିରୁ ମିଳିଲା ଟୁକୁଡା କାଗଜ

ଝାରସୁଗୁଡା: ନବ ଦାସ ହତ୍ୟାକାଣ୍ଡ ଘଟଣାର ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ । ଏନେଇ ଗତକାଲି(ବୁଧବାର) ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ବିମାନ ବନ୍ଦର ଥାନାରେ ପହଞ୍ଚି ଖୋଳଡାଡ଼ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଟିମ୍ ହତ୍ୟାକାଣ୍ଡ ପଛର କିଛି ସୁରାଗ ସନ୍ଧାନରେ ରାତି ଅଧିଆ ବିମାନବନ୍ଦର ଥାନା ପରିସରରେ ଥିବା ଏକ ପାଇଖାନା ଟାଙ୍କିକୁ ଖୋଳିବା ଆରମ୍ଭ କରିଥିଲା।

ତେବେ ପ୍ରାୟ ୧୮ ଘଣ୍ଟା ଧରି ଖୋଳିବା ପରେ ସ୍ବେରେଜ ଟ୍ୟାଙ୍କରୁ ମିଳିଛି ଲେଖା ହୋଇଥିବା ଟୁକୁଡା କାଗଜ । ଯାହାକି ଅଭିଯୁକ୍ତ ଗୋପାଳ ଦାସକୁ ବିମାନବନ୍ଦର ଥାନା ଅଣାଯାଇଥିବା ବେଳେ ପରିଶ୍ରା କରିବାକୁ ଯାଇ ସେହି କାଗଜକୁ ଚିରି ପାଇଖାନାରେ ପକାଇ ଦେଇଥିଲା ବୋଲି କ୍ରାଇମବ୍ରାଞ୍ଚ ଜେରା କରିବା ସମୟରେ କହିଥିଲା । ହେଲେ ଗୋପାଳ ଦାସ ଖଣ୍ଡଖଣ୍ଡ କରି ଚିରିଥିବା କାଗଜଟି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହୋଇପାରେ କି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ତଥ୍ୟ ପ୍ରମାଣ କେତେ କାମରେ ଆସିବ ତାହା ସମୟ ହିଁ କହିବ ।

ପ୍ରକାଶ ଥାଉକି, ଗତକାଲି ଅଭିଯୁକ୍ତ ଗୋପାଳ ଦାସଙ୍କୁ OSAP ଦ୍ଵିତୀୟ ବାଟାଲିୟନରେ ଜେରା କରାଯିବା ପରେ ହାତଲେଖା ଚିଠି ସମ୍ପର୍କରେ ସୁରାଗ ମିଳିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ସେହି ଚିଠି ଖୋଜିବା ପାଇଁ ରାତି ଅଧିଆ ଝାରସୁଗୁଡା ବିମାନବନ୍ଦର ଥାନାରେ ପହଞ୍ଚି ପାଇଖାନା ଟାଙ୍କି ଖୋଳିଛି । ତେଣୁ ଏହି ଟାଙ୍କିରେ ହତ୍ୟା ରହସ୍ୟ ଲୁଚିଥିବା ଏବେ ଚର୍ଚ୍ଚା ହେଉଛି । ଏଥିସହ ଅନ୍ୟପଟେ ଗତକାଲି ଗୋପାଳକୁ ଦାସଙ୍କୁ ଜେରା ସମୟରେ କ୍ରାଇମବ୍ରାଞ୍ଚ ଦଳ ବଡ ସୁରାଗ ଖୋଜୁଥିବା ନେଇ ସୂଚନା ଦେଇଥିଲେ।

ସେହିପରି ଅନ୍ୟପଟେ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଏହି ହତ୍ୟା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ । କାହିଁକି ଏଏସଆଇ ଗୋପାଳ ଦାସ ତାଙ୍କୁ ହତ୍ୟା କଲେ ସେନେଇ ଖୋଳତାଡ଼ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଦାସଙ୍କ ଆଙ୍କୁଲି ବାସଭବନରେ ପହଞ୍ଚି ତଦନ୍ତ କରିଥିଲା । ଜଳେଶ୍ବରପୁର ସ୍ଥିତ ପୈତୃକ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ପଚାରାଉଚରା କରିବା ପରେ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.