ଝାରସୁଗୁଡାରେ ବସକୁ ଟ୍ରଲର ପିଟିବା ଘଟଣା: ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି

author img

By

Published : Sep 16, 2022, 10:21 PM IST

Updated : Sep 17, 2022, 8:43 AM IST

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସକୁ ପିଟିଲା ଟ୍ରଲର, ୫ ମୃତ, ୧୭ ଗୁରୁତର

ଝାରସୁଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (road accident in jharsuguda) । ବିଜୁ ଏକ୍ସପ୍ରେସ ୱେ ର ନିଖିଳ ଢ଼ାବା ନିକଟରେ ବସକୁ ପିଟିଲା ଟ୍ରଲର । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10 ଜଣ ଗୁରୁତର ଥିବା ଜଣା ପଡ଼ିଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡା: ବିଜୁ ଏକ୍ସପ୍ରେସ ୱେର ନିଖିଳ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସକୁ ଟ୍ରଲର ପିଟିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 10 ଜଣ ଗୁରୁତର ଥିବା ଜଣାପଡ଼ିଛି । ସମ୍ବଲପୁର ଜିଲ୍ଲା ଠେଲାକୁଳିରୁ ଶ୍ରମିକମାନଙ୍କୁ ନେଇଯାଉଥିବା JSWର 15 ନମ୍ବର ବସ ନେଇ ଝାରସୁଗୁଡା ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଗୁରୁତରମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଠେଲାକୁଳିରୁ ଶ୍ରମିକମାନଙ୍କୁ ନେଇଯାଉଥିବା JSWର 15 ନମ୍ବର ବସ ଝାରସୁଗୁଡା ଫେରୁଥିବା ସମୟରେ ବସକୁ ଏକ ଟ୍ରଲର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 8 ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ଶ୍ରମିକ ବାହାର ରାଜ୍ୟର ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଜଣ, ସମଲେଶ୍ବରୀ ହସ୍ପିଟାଲରେ ଜଣେ, ବୁର୍ଲା ଯାଉଥିବା ବାଟରେ ଜଣେ ଏବଂ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ୟ ଶ୍ରମିକମାନେ ଏବେ ମଧ୍ୟ ଚିକିତ୍ସିତ ହେଉଥିବା ବେଳେ ସ୍ଥିତି ସଂକଟାପନ୍ନ ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ଝାରସୁଗୁଡା ଡବଲ ମର୍ଡର, ଶାଶୁ ବୋହୂଙ୍କ ମୃତଦେହ ଉଦ୍ଧାର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସକୁ ପିଟିଲା ଟ୍ରଲର, ୫ ମୃତ, ୧୭ ଗୁରୁତର

ତେବେ ଦୁର୍ଘଟଣାରେ ୧୭ ଜଣ ଗୁରୁତର ହୋଇଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଗୁରୁତରମାନେ ଝାରସୁଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାରେ ଝାରସୁଗୁଡ଼ା ଜିଲ୍ଲାପାଳ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏନେଇ ପ୍ରତିକ୍ରିୟାରେ ଆହତ ମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated :Sep 17, 2022, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.