ଝାରସୁଗୁଡା ଡବଲ ମର୍ଡର, ଶାଶୁ ବୋହୂଙ୍କ ମୃତଦେହ ଉଦ୍ଧାର

author img

By

Published : Sep 16, 2022, 1:51 PM IST

ଝାରସୁଗୁଡା ଡବଲ ମର୍ଡର,  ଶାଶୁ ବୋହୂଙ୍କ ମୃତଦେହ ଉଦ୍ଧାର

କତରବଗା ପଞ୍ଚାୟତ ମିସ୍ତ୍ରୀ ପଡ଼ାରେ ଏକ ଘରୁ ଶାଶୁ ଓ ବୋହୁର ମୃତଦେହ ଠାବ । ଜଣକୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

ଝାରସୁଗୁଡା: ଜିଲ୍ଲାରେ ଡବଲ ମର୍ଡର । କତରବଗା ପଞ୍ଚାୟତ ମିସ୍ତ୍ରୀ ପଡ଼ାରେ ଶାଶୁ ବୋହୁଙ୍କୁ ହତ୍ୟା । ଏକ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ବୋହୂ ହେଉଛନ୍ତି ସାଏବାନୀ ଖଡ଼ିଆ ଓ ଶାଶୁ ଝିମ ଖଡ଼ିଆ ବୋଲି ଜଣାପଡିଛି । ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ସାଏବାନୀ ଖଡ଼ିଆ ଓ ଝିମ ଖଡ଼ିଆଙ୍କ ମୃତଦେହ ଗୁରୁବାର ଏକ ଘରୁ ଠାବ କରାଯାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣା ପରେ ଝିମି ଖଡିଆଙ୍କ ପୁଅ କୁଲଥୁ ଖଡିଆକୁ ପୋଲିସ ଅଟକ ରଖି ପଚାରଉଚରା କରୁଛି । ଏନେଇ ରେଙ୍ଗାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଉଭୟ ଶାଶୁ ବୋହୂ ଯଦି ହତ୍ୟା କରାଯାଇଛି କିଏ ଓ କାହିଁକି ହତ୍ୟା କଲା ତାର ସୁରାକ ଖୋଜୁଛି ପୋଲିସ । ତଦନ୍ତ ପରେ ସତ୍ୟ ଘଟଣା ସାମ୍ନାକୁ ଆସିବ । ହତ୍ୟାକାଣ୍ଡ ନେଇ ପରିବାର ପକ୍ଷରୁ ଅଧିକ ସୂଚନା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-ଝିଅକୁ କମେଣ୍ଟ କରୁଥିଲେ, ବିରୋଧ କରିବାରୁ ପରିବାରକୁ ମରଣାନ୍ତକ ଆକ୍ରମଣ

ଚଳିତ ମାସ ପ୍ରାରମ୍ଭରେ ପାରିବାରିକ କଳହକୁ ନେଇ ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡା ବାବାମାଠିଆ ପଡ଼ାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ବେଲ୍ଟକୁ ନେଇ ବଡ ଭାଇ ଓ ସାନ ଭାଇ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଏଥିରେ ଉତ୍ୟକ୍ତ ହୋଇପଡିଥିଲେ ସାନ ଭାଇ ଉମେଶ । ଏହା ପରେ ବଡ ଭାଇକୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ସମୟରେ ପରିବାର ଲୋକେ ଉମେଶକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗୁରୁତର ଅବସ୍ଥାରେ ଚଟାଣରେ ପଡିଥିବା ସୋମେଶଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକେ ବିଳମ୍ବ କରିଥିଲେ । ମେଡିକାଲ ନେବା ବେଳକୁ ତାର ମୃତ୍ୟୁ ଘଟିଥିଲା ।

ଖବର ପାଇ ଓରିଏଣ୍ଟ ପୋଲିସ ଓ ବ୍ରଜରଜନଗର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଥିଲା । ତେବେ ଅଭିଯୁକ୍ତ ଜଣକ ପେଶାଦାର ଅପରାଧି ବୋଲି ଅଭିଯୁକ୍ତର ବାପା ଗଣେଶ ଚୌହାନ କହିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.