ETV Bharat / state

ଆରମ୍ଭ ହୋଇନି ଧାନକିଣା, ଖୋଲା ଆକାଶ ତଳେ ପଡିଛି ଅମଳ ଫସଲ

author img

By

Published : Dec 14, 2021, 10:19 PM IST

ଆରମ୍ଭ ହୋଇନି ଧାନକିଣା, ଖୋଲା ଆକାଶ ତଳେ ପଡିଛି ଅମଳ ଫସଲ
ଆରମ୍ଭ ହୋଇନି ଧାନକିଣା, ଖୋଲା ଆକାଶ ତଳେ ପଡିଛି ଅମଳ ଫସଲ

ଝାରସୁଗୁଡ଼ା ଜିଲ୍ଲାରେ ଧାନକିଣା ଆରମ୍ଭ ହେବାର ସଠିକ ତାରିଖ ନିର୍ଦ୍ଧାରିତ ହୋଇପାରୁନାହିଁ । ଉପଯୁକ୍ତ ମୂଲ୍ୟରେ ଶୀଘ୍ର ଧାନକିଣା ବ୍ୟବସ୍ଥା କରାଯାଉ ବୋଲି ଝାରସୁଗୁଡା ଚାଷୀମାନେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ: ଜିଲ୍ଲାରେ ଏପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇ ପାରିନାହିଁ । ଚାଷୀମାନେ ଧାନ ବିକ୍ରି କରି ନପାରି ଫସଲକୁ ଖୋଲା ଆକାଶ ତଳେ ପକାଇ ରଖିବାକୁ ବାଧ୍ୟ ହେଉଛନ୍ତି । ଫଳରେ କେତେବେଳେ ବର୍ଷା ତ କେତେବେଳେ ଜଙ୍ଗଲୀ ଜୀବଙ୍କ ଦାଉରେ ନଷ୍ଟ ହେଉଛି ଅମଳ ଧାନ ।

ଆରମ୍ଭ ହୋଇନି ଧାନକିଣା, ଖୋଲା ଆକାଶ ତଳେ ପଡିଛି ଅମଳ ଫସଲ


ଡିଏଲପିସି ବୈଠକର ନିଷ୍ପତ୍ତି ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାରେ ଡିସେମ୍ବର ୭ ତାରିଖରୁ ଧାନକିଣଆ ଆରମ୍ଭ ହେବାକୁ ଥିଲା । ହେଲେ ସମବାୟ ସମିତିର କର୍ମଚାରୀମାନେ ୫ ଦଫା ଦାବି ନେଇ ଧାରଣା ଦେଇଥିବାରୁ ଏହାକୁ ଡିସେମ୍ବର ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ସମବାୟ ସମିତି କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇନଥିବାରୁ ଏବେ ଧାନକିଣା ଏବେ ଅନିଶ୍ଚିତତା ଘେରରେ ରହିଛି ।



ସେପଟେ ଚାଷୀଙ୍କ ଧାନ କିପରି ସୁରୁଖୁରୁରେ କିଣାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଥିବା ସିଏସଓ କହିଛନ୍ତି । ଚଳିତବର୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନକିଣା ଆରମ୍ଭ କରିବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ଧାନକିଣା ପାଇଁ ବର୍ତ୍ତମାନ ଯାଏଁ ୧୩ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରସ୍ତୁତ କରାଯାଇଛି । ଆଗାମୀ ଦିନରେ ଆହୁରି ୫୦ଟି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ପ୍ରସ୍ତୁତ କରାଯିବାର ଯୋଜନା ରହିଛି ।




ଝାରସୁଗୁଡ଼ା ଜିଲ୍ଲାରେ ଧାନକିଣା ଆରମ୍ଭ ହେବାର ସଠିକ ତାରିଖ ନିର୍ଦ୍ଧାରିତ ହୋଇପାରୁନାହିଁ । ଉପଯୁକ୍ତ ମୂଲ୍ୟରେ ଶୀଘ୍ର ଧାନକିଣା ବ୍ୟବସ୍ଥା କରାଯାଉ ବୋଲି ଝାରସୁଗୁଡା ଚାଷୀମାନେ ଦାବି କରିଛନ୍ତି ।


ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.