ETV Bharat / state

ବେଲପାହାଡ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭରସା ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ

author img

By

Published : Nov 1, 2020, 8:58 PM IST

ବେଲପାହାଡ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭରସା ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ
ବେଲପାହାଡ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭରସା ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ

ଶରୀର ପାଇଁ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ । ଆଉ ନାଗରିକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସରକାରଙ୍କ ଦାୟିତ୍ବ । କିନ୍ତୁ ରାଜ୍ୟରେ ଏକ ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ସତ୍ତ୍ବେ ଆଜି ମଧ୍ୟ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଅସୁସ୍ଥ । ଆଉ ସବୁଠାରୁ ଉଦବେଗଜନକ କଥା ହେଉଛି ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାର ଅନ୍ୟତମ ଆର୍ଥିକ ହବ ପାଲଟିଥିବା ବେଲପାହାଡର ଅବ୍ୟବସ୍ଥା ସ୍ବାସ୍ଥ୍ୟସେବା । ଦୁର୍ଭାଗ୍ୟର କଥା ଯେ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାର ସ୍ବାସ୍ଥ୍ୟସେବା ସଜାଡିବାକୁ ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀ ବିଫଳ । ଅଧିକ ପଢନ୍ତୁ...

ଝାରସୁଗୁଡା: ମହାମାରୀ କୋରୋନା କାଳରେ ସମଗ୍ର ଦେଶରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଭିତ୍ତିଭୂମି ଉନ୍ନତିକରଣ କରାଯାଉଛି । ହେଲେ ପରିତାପର ବିଷୟ ଏସବୁ ବି ପରେ ସ୍ଥାୟୀ ଡାକ୍ତରଙ୍କ ବଦଳରେ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲୁଛି ସରକାରୀ ଡାକ୍ତରଖାନା । ତା' ସାଙ୍ଗକୁ ଅନ୍ୟ କର୍ମଚାରୀଙ୍କ ଅଭାବ ହସ୍ପିଟାଲକୁ ଏକପ୍ରକାର ସ୍ଥାଣୁ କରିଦେଇଛି । ତେବେ ଏସମସ୍ତ ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ବରଂ ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାର ଅନ୍ୟତମ ଆର୍ଥିକ ହବ ପାଲଟିଥିବା ବେଲପାହାଡ ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା ସ୍ବାସ୍ଥ୍ୟସେବା ।

ବେଲପାହାଡ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭରସା ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ

ପୌରପରିଷଦ ଅଞ୍ଚଳର ହଜାର ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ । କିନ୍ତୁ ହସ୍ପିଟାଲରେ ମୋଟ 4 ଜଣ ଷ୍ଟାଫ ନର୍ସରୁ ରହିଛନ୍ତି ମାତ୍ର 3 ଜଣ ନର୍ସ । ସେହିପରି ସ୍ଥାୟୀ ଡାକ୍ତର ନଥିବାବେଳେ ନିକଟରେ ଜଣେ ଆୟୁଷ ଡାକ୍ତର ନିଯୁକ୍ତ ହୋଇଛନ୍ତି । ଡାକ୍ତରଙ୍କ ଡ୍ୟୁଟି 4 ଘଣ୍ଟା ରହୁଥିବାବେଳେ ଉପର ବେଳା ହସ୍ପିଟାଲରେ କେହି ରୁହନ୍ତି ନାହିଁ । ଆଉ ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ଭରସାରେ ଚାଲେ ହସ୍ପିଟାଲ ।

ସେପଟେ 108 ଆମ୍ବୁଲାନ୍ସ କଥା ନ କହିବା ଭଲ । ଏହା ଥାଇ ମଧ୍ୟ ରୋଗୀଙ୍କୁ ଚିକିତ୍ସା ପାଇଁ ବେସରକାରୀ ଡାକ୍ତରଖାନାକୁ ପଠାଯାଇଥାଏ । ହସ୍ପିଟାଲର ଭିତ୍ତିଭୂମି ସ୍ଥାପନା ହେବା ପରଠୁ କୌଣସି ସରକାରୀ ବାବୁ କି ଜନ ପ୍ରତିନିଧି ଏଠାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇନାହାନ୍ତି । ଏପରିକି କଂଗ୍ରେସ ଛାଡି ବିଜେଡିରେ ମିଶି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ହେବା ପରେ ବି ଡାକ୍ତରଖାନାର ଉନ୍ନତିକରଣ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି । 2019ରେ ଖୋଦ୍ ମୁଖ୍ୟମନ୍ତ୍ରୀ ବେଲପାହାଡକୁ 50 ଶଯ୍ୟା ସହ ଆଧୁନିକୀକରଣ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଘୋଷଣା ଖାଲି ଘୋଷଣାରେ ରହିଯାଇଛି ।

ବାରମ୍ବାର ଦିଆଯାଉଥିବା ପ୍ରତିଶ୍ରୁତିର ପାଳନ ନ ହେବା ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଘୋଷଣାନାମାରେ ରହିବା ବେଲପାହାଡ଼ବାସୀଙ୍କୁ ସୁଗମ ରୋଗୀ ସେବାରୁ ବଞ୍ଚିତ ରଖିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.