ETV Bharat / state

Jharsuguda bypoll: ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ସମାସିଂଘା ଅଞ୍ଚଳ ଚାଷୀ

author img

By

Published : May 6, 2023, 8:59 AM IST

ଭୋଟ ବର୍ଜନ ନିଷ୍ପତ୍ତରୁ ଓହରିଲେ ସମାସିଂଘା ଅଞ୍ଚଳ ଚାଷୀ
ଭୋଟ ବର୍ଜନ ନିଷ୍ପତ୍ତରୁ ଓହରିଲେ ସମାସିଂଘା ଅଞ୍ଚଳ ଚାଷୀ

ଜଳସେଚନ ସମସ୍ୟା ନେଇ ଉପନିର୍ବାଚନ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଚାଷୀ ନିଜର ମନ ବଦଳାଇଛନ୍ତି । ଉପନିର୍ବାଚନ ମତଦାନରେ ସାମିଲ ହେବେ ଝାରସୁଗୁଡା ସମାସିଂଘା ଅଞ୍ଚଳ ଚାଷୀ । ଅଧିକ ପଢନ୍ତୁ

ଝାରସୁଗୁଡା: ଉପନିର୍ବାଚନ ଯେତେ ପାଖେଇ ଆସୁଛି ଭୋଟରମାନଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ହେଲେ ଝାରସୁଗୁଡ଼ାର ବିଭିନ୍ନ ଅଞ୍ଚଳରେ ଏବେ ମଧ୍ୟ ବିକାଶ ଅପହଞ୍ଚ ହୋଇରହିଛି । ଯେଉଁଥି ପାଇଁ କିଛି ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଝାରସୁଗୁଡ଼ାର ଗ୍ରାମାଞ୍ଚଳରେ ଚାଷୀମାନଙ୍କ ପାଇଁ ପ୍ରମୁଖ ସମସ୍ୟା ରହିଛି ଜମିକୁ ପାଣି ଯୋଗାଇବା । ପୂର୍ବରୁ ଅନେକ ସମୟରେ ଜଳସେଚନ ସମସ୍ୟା ରହିବା ଯୋଗୁଁ ମରୁଡ଼ି ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାରମ୍ବାର ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କୁ ଜଣାଇବା ପରେ ମଧ୍ୟ ସମାଧାନ ହୋଇନାହିଁ । ଫଳରେ ଅନେକ ଚାଷୀ ହତୋତ୍ସାହିତ ରହିଛନ୍ତି । ତେଣୁ ଆସନ୍ତା ଉପନିର୍ବାଚନରେ ଭୋଟ ବର୍ଜନ କରିବାକୁ ସମାସିଂଘା ପଞ୍ଚାୟତ ଚାଷୀକୂଳ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ସମ୍ମାନ ଦୃଷ୍ଟିରୁ ଚାଷୀ ନିଜର ମନ ବଦଳାଇ ମତଦାନରେ ସାମିଲ ହେବାକୁ କହିଛନ୍ତି ।

ଆସନ୍ତା ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ହେବାକୁ ଯାଉଛି । ତେଣୁ ଜଳସେଚନ ସମସ୍ୟା ଭୋଗୁଥିବା ସମାସିଂଘା ଅଞ୍ଚଳର ଚାଷୀ ନିଜ ଅସୁବିଧା ସମ୍ପର୍କରେ ପ୍ରଶାସନ ଏବଂ ସରକାରୀ ଦଳର ନେତାମାନଙ୍କୁ ଜଣାଇଥିଲେ । ଯଦି ତାଙ୍କର ଦାବି ପୂରଣ ନହୁଏ ତାହାହେଲେ ଆସନ୍ତା ଉପନିର୍ବାଚନ ଭୋଟ ବର୍ଜନ କରିବାକୁ ଧମକ ଦେଇଥିଲେ । ଚାଷୀଙ୍କ ନିଷ୍ପତ୍ତି ଶୁଣିବା ପରେ ଶୁକ୍ରବାର ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କହିଥିଲେ । ଏହି ପରିପ୍ରେକ୍ଷୀରେ ଚାଷୀ ଏବଂ ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ପୂର୍ବକ ଉପନିର୍ବାଚନରେ ଭୋଟଦାନ କରିବାକୁ ସମାସିଂଘା ଚାଷୀ ରାଜି ହୋଇଛନ୍ତି ।

ଶୁକ୍ରବାର ଅପରାହ୍ନରେ ଚାଷୀମାନେ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଥିବା କହିଛନ୍ତି । ଏହାସହିତ ଚାଷ ଜମିକୁ ପାଣି ଯୋଗାଣ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଚାଷୀଙ୍କ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପ୍ରସ୍ତାବିତ ସମସ୍ତ ୧୨୦୦ ହେକ୍ଟର ଜମିର ସମସ୍ତ ଅଞ୍ଚଳକୁ ପାଣି ଯୋଗାଇବା ପାଇଁ ଦାବି କରାଯାଇଛି । ଚେତାନନ୍ଦ ପଟେଲଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟିଥିଲେ । ଆଲୋଚନା ପରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ ସକାଶେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଝାରୁସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.