ETV Bharat / state

ନବ ଦାସଙ୍କୁ BJPର ସମାଲୋଚନା, ନୂଆ ଝାରସୁଗୁଡ଼ାର ମିଛ ସ୍ବପ୍ନ ଦେଖାଉଛନ୍ତି ମନ୍ତ୍ରୀ

author img

By

Published : Aug 23, 2022, 12:31 PM IST

bjp criticizes minister nabadas review of development project in jharsuguda
ନବଦାସଙ୍କ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷାକୁ ନେଇ ବିଜେପିର ସମାଲୋଚନା

ଝାରସୁଗୁଡ଼ାରେ ନିର୍ମାଣରତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ବିଧାୟକ ତଥା ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ଯାହାକୁ ନେଇ BJP ସମାଲୋଚନା କରିଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଜିଲ୍ଲାର ନୂତନ ନିର୍ମାଣ ନାରାଦେଇ ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ବିକାଶ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଝାରସୁଗୁଡ଼ାର ନବନିର୍ମିତ ବସଷ୍ଟାଣ୍ଡ, ଜାତୀୟ ରାଜପଥ ୪୯ର ସଂପ୍ରସାରଣ, ଚୌକିପଡା ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ତଦାରଖ କରିଥିଲେ । ଯାହାକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଛି (BJP criticize Health minister Naba das ) ।

ନବଦାସଙ୍କ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷାକୁ ନେଇ ବିଜେପିର ସମାଲୋଚନା

ଏହା ମଧ୍ୟ ପଢ଼ନ୍ତୁ: ସୁଗୁଡ଼ା ହେବ ନମ୍ବର 1 ସହର

ଝାରସୁଗୁଡ଼ା ବିଧାୟକ ତଥା ସ୍ଵାସ୍ଥ୍ୟମନ୍ତ୍ରୀ ( health minister naba kishore das) ଯେଉଁ ସବୁ କାର୍ଯ୍ୟର ସମୀକ୍ଷା କରିଛନ୍ତି ତାହା ଗ୍ରହଣ ଯୋଗ୍ୟ । କିନ୍ତୁ ମନ୍ତ୍ରୀ ଯଦି ନିଜ ବିଭାଗର ସମୀକ୍ଷା କରିଥାନ୍ତେ ତେବେ ତାହା ବେଶ ଭଲ ହୋଇଥାନ୍ତା । ଜିଲ୍ଲା ବିଜେପି କାର୍ଯ୍ୟାଳୟରେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏପରି କହିଛନ୍ତି ।

ସେ କହିଛନ୍ତି, "କେନ୍ଦ୍ର ସରକାରଙ୍କ ଟଙ୍କାରେ ରାଜ୍ୟ ସରକାର କାମ କରି ମିଛ ବାଃ ବାଃ ନେଉଛନ୍ତି । ଜନସାଧାରଣଙ୍କୁ ନୂଆ ଝାରସୁଗୁଡ଼ାର ମିଛ ସ୍ବପ୍ନ ଦେଖାଉଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଯେଉଁ ବିଭାଗର ମନ୍ତ୍ରୀ, ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । କିନ୍ତୁ ଯାହା କେନ୍ଦ୍ର ସରକାରଙ୍କ ତତ୍ତ୍ବାବଧାନରେ ହେଉଛି ଏବଂ ସୁଚାରୁ ରୂପେ ଚାଲୁଛି ମନ୍ତ୍ରୀ ତାକୁ ସମୀକ୍ଷା କରୁଛନ୍ତି । କିନ୍ତୁ ଲୋକଙ୍କ ମୌଳିକ ଅଧିକାର ଉପରେ ଗୁରୁତ୍ବ ଦିଆଯାଉନାହିଁ । ସମସ୍ୟା ପାହାଡ଼ରେ ପୋତି ହୋଇଛି ଝାରସୁଗୁଡ଼ା ।" ଜିଲ୍ଲାବାସୀଙ୍କ ସମସ୍ୟା କେବେ ଦୂର କରିବେ ସରକାର, ତାହା ଆମର ମୂଳ ପ୍ରଶ୍ନ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତ୍ରିନାଥ ଗୁଆଲ, ନେତାଜୀ ପଟ୍ଟନାୟକ ଓ ବୀମଳେନ୍ଦୁ ଭୋଳଙ୍କ ସମେତ ବିଜେପିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସୂଚନା ଥାଉକି, ଚୌକିପଡା ଠାରେ ୧୫୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଚୌକିପଡା ଓଭରବ୍ରିଜ । ଜାତୀୟ ରାଜପଥ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ସହ ଓଭରବ୍ରିଜ ନିର୍ମାଣର ସ୍ଥାନ ପରିଦର୍ଶନ ବିଧାୟକ ନବ ଦାସ ସ୍ଥାନ ପରିଦର୍ଶନ କରିଛନ୍ତି । ସେହିପରି ଜିଲ୍ଲାର ବୁଡ଼ିପତର ଠାରୁ ପତ୍ରାପାଳି ନୂତନ NH ରାସ୍ତା ନିର୍ମାଣର ସ୍ଥାନର ମଧ୍ୟ ତଦାରଖ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.