ETV Bharat / state

ଝାରସୁଗୁଡ଼ା ହେବ ନମ୍ବର 1 ସହର

author img

By

Published : Aug 21, 2022, 10:24 PM IST

ଝାରସୁଗୁଡ଼ା ଜିଲ୍ଲାର ବୁଡ଼ିପତର ଠାରୁ ପତ୍ରାପାଳି ନୂତନ NH ରାସ୍ତା ନିର୍ମାଣ ସ୍ଥାନ ତଦାରଖ କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଦୀର୍ଘ ଦିନରୁ ଚୌକିପଡାଠାରେ ଲୋକେ ଦାବି କରୁଥିବା ଓଭରବ୍ରିଜ ନିର୍ମାଣ ହେବ । ଏନେଇ ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ସ୍ଥାନ ପରିଦର୍ଶନ କଲେ ବିଧାୟକ । ଅଧିକ ପଢ଼ନ୍ତୁ

ଚୌକିପଡା ଠାରେ ନିର୍ମାଣ ହେବ ଓଭରବ୍ରିଜ, NH ରାସ୍ତା ନିର୍ମାଣ ସ୍ଥାନ ତଦାରଖ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଚୌକିପଡା ଠାରେ ନିର୍ମାଣ ହେବ ଓଭରବ୍ରିଜ, NH ରାସ୍ତା ନିର୍ମାଣ ସ୍ଥାନ ତଦାରଖ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଚୌକିପଡା ଠାରେ ନିର୍ମାଣ ହେବ ଓଭରବ୍ରିଜ । ଦୀର୍ଘ ଦିନରୁ ସ୍ଥାନୀୟ ଲୋକ କରି ଆସୁଥିବା ଦାବି ପୂରଣ ହେବ । ଜିଲ୍ଲାର ବୁଡ଼ିପତର ଠାରୁ ପତ୍ରାପାଳି ନୂତନ NH ରାସ୍ତା ନିର୍ମାଣର ସ୍ଥାନ ତଦାରଖ କଲେ ବିଧାୟକ ନବ କିଶୋର ଦାସ । ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଓଭରବ୍ରିଜ ନିର୍ମାଣର ସ୍ଥାନ ମଧ୍ୟ ପରିଦର୍ଶନ କଲେ ବିଧାୟକ ।

ଚୌକିପଡା ଠାରେ ନିର୍ମାଣ ହେବ ଓଭରବ୍ରିଜ, NH ରାସ୍ତା ନିର୍ମାଣ ସ୍ଥାନ ତଦାରଖ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ାବାସୀଙ୍କର ଦୀର୍ଘ ବର୍ଷ ଧରି ରହିଥିବା ଦାବି ପୁରଣ ହେବ । ୧୫୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଚୌକିପଡା ଓଭରବ୍ରିଜ । ଏନେଇ ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଏହି ସ୍ଥାନ ପରିଦର୍ଶନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ । ଆଜି(ରବିବାର) ବୁଡ଼ିପତର ଠାରୁ ପତ୍ରାପାଳି ନୂତନ NH ରାସ୍ତା ନିର୍ମାଣର ସ୍ଥାନ ମଧ୍ୟ ତଦାରଖ କରାଯାଇଥିଲା ।

ଏନେଇ ବିଧାୟକ କହିଛନ୍ତି, "ଝାରସୁଗୁଡ଼ାର ଦୀର୍ଘ ୫୦ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଚୌକିପଡା ଓଭରବ୍ରିଜ ନିର୍ମାଣ କରାଯାଉଛି । ୨୦୧୮ ମସିହାରେ ମୁଁ ପ୍ରସ୍ତାବ ଦେଇଥିବା କାର୍ଯ୍ୟ ଏବେ ହେବାକୁ ଯାଉଥିବାରୁ ମୁଁ ବହୁତ ଖୁସି । ଝାରସୁଗୁଡ଼ା ନିର୍ମାଣର ଏହା ଏକ ନୂତନ ଅଧ୍ୟାୟ । ଏହି ଓଭରବ୍ରିଜ ଓ ବାଇପାସ ସହରର ଅର୍ଥନୈତିକ ଉନ୍ନତିରେ ସହାୟକ ହେବ । ତେବେ ଆସନ୍ତା ୨୦ ବର୍ଷ ପରେ ଝାରସୁଗୁଡ଼ା ନିଶ୍ଚିତ ଭାବରେ ଓଡ଼ିଶାର ୧ ନମ୍ବର ସହର ହେବାକୁ ଯାଉଛି ।" ସେପଟେ ଏହି ଓଭରବ୍ରିଜ କାର୍ଯ୍ୟ ଆସନ୍ତା ନଭେମ୍ବରରେ ଆରମ୍ଭ ହେବାକୁ ଥିବାବେଳେ ଦେଢ଼ବର୍ଷ ଭିତରେ ଏହାର କାର୍ଯ୍ୟ ଶେଷ କରାଯିବ ବୋଲି ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.