ସାହାଯ୍ୟ ଅପେକ୍ଷାରେ ମୃତକଙ୍କ ପରିବାର, 5ଦିନ ପରେ ଷ୍ଟେସନରେ ଅଟକିବ ଟ୍ରେନ

author img

By

Published : Nov 22, 2022, 9:55 PM IST

Updated : Nov 22, 2022, 10:44 PM IST

ସାହାଯ୍ୟ ଅପେକ୍ଷରେ ମୃତକଙ୍କ ପରିବାର ଲୋକେ

ମାଲବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ଛାରଖାର ହୋଇଯାଇଥିଲା ରେଳ ଷ୍ଟେସନ। ଏନେଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ ଜଣ ମହିଳା । ଏପଟେ ସାହାଯ୍ୟ ଅପେକ୍ଷରେ ମୃତକଙ୍କ ପରିବାର ଲୋକେ । ଏପଟେ ଆସନ୍ତା 5ଦିନ ପର୍ଯ୍ୟନ୍ତ କୋରେଇ ରେଳ ଷ୍ଟେସନ ପରିସରରେ କୌଣସି ଟ୍ରେନ ନରହିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଅଧିକ ପଢନ୍ତୁ

ଯାଜପୁର: ଯାଜପୁର କୋରାଇ ରେଳ ଷ୍ଟେସନ ମାଲଗାଡି ଦୁର୍ଘଟଣା ପରେ ପରିବାରଠୁ ସବୁଦିନ ପାଇଁ ଆଲଗା ହୋଇଯାଇଛନ୍ତି 3 ମହିଳା । 3 ମାସର ଛୁଆ ମା’କୁ ହରାଇ ଥିବା ବେଳେ ସ୍ବାମୀକୁ ଛାଡି ଅଫେରା ରାଇଜକୁ ଚାଲିଗଲେ ସ୍ତ୍ରୀ । ସ୍ବାମୀର ଜୀବନ ବଞ୍ଚାଇବା ପାଇଁ ଯାଇ ସ୍ତ୍ରୀ ହାରିଦେଲେ ନିଜ ଜୀବନ । ଅନ୍ୟପଟେ ଦୁର୍ଘଟଣାରେ ଆତ୍ମୀୟଙ୍କୁ ହରାଇ ସ୍ତବ୍ଧ ପରିବାରବର୍ଗ ।

ସାହାଯ୍ୟ ଅପେକ୍ଷାରେ ମୃତକଙ୍କ ପରିବାର

ତେବେ ଗତକାଲି ଯାଜପୁର କୋରାଇ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା କିଛି ଏପରି ଦୃଶ୍ୟ । ଏକ ମାଲବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ଛାରଖାର ହୋଇଯାଇଥିଲା ରେଳ ଷ୍ଟେସନ । ଆଉ ପାସେଞ୍ଜର ଟ୍ରେନକୁ ଅପେକ୍ଷା କରିଥିବା ଅନେକ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ହୋଇଥିଲେ ଆହତ । ତେବେ ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୩ ମହିଳା ହେଲେ ଅବିଜୁଲ ବିବି, ପାର୍ବତୀ ବିନ୍ଧାଣୀ, କଣ୍ଢେଇ ବିନ୍ଧାଣୀ ।

ପାଣିକୋଇଲି ଥାନା ତାଜପୁର ଗ୍ରାମର କୁନା ବିନ୍ଧାଣିଙ୍କ ସ୍ତ୍ରୀ ପାର୍ବତୀ ବିନ୍ଧାଣି ଏବଂ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣି, ଜ୍ବାଇଁ ଓ ୩ ମାସର ନାତି କଟକ ବଡ ମେଡ଼ିକାଲ ଯିବାପାଇଁ ଘରୁ ବାହାରିଥିଲେ । ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ। କୋରାଇ ରେଳ ଷ୍ଟେସନରେ ପହଞ୍ଚିବା ପରେ ଟିକେଟ କାଟି ପ୍ଲାଟଫର୍ମରେ ବସି ରହିଥିଲେ । ଜ୍ବାଇଁ ଜଳଖିଆ ଆଣିବାକୁ ଯାଇଥିବା ସମୟରେ ହଠାତ୍ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିବା ବେଳେ ପ୍ଲାଟଫର୍ମ ଓ ଟିକେଟ କାଉଣ୍ଟର ଉପରକୁ ମାଡ଼ି ଯାଇଥିଲା । ତେବେ ଟ୍ରେନ ବଗି ମାଡ଼ି ଆସୁଥିବା ଦେଖି ନାତିକୁ ଫିଙ୍ଗି ଦେଇଥିଲେ ଆଇ । ଫଳରେ ନାତିର ଜୀବନ ବଞ୍ଚି ଯାଇଥିବା ବେଳେ ଆଇ ପାର୍ବତୀ ଓ ପିଲାର ମା' କଣ୍ଢେଇ ମୃତ୍ୟୁବରଣ କରିଥିଲେ । ଶିଶୁଟିକୁ ଛୁଇଁ ପାରି ନଥିଲା ମୃତ୍ୟୁଦୂତ । ଶିଶୁଟି ମା' କୋଳରେ ଘରୁ ବାହାରିଥିବା ବେଳେ ଘରକୁ ଏକା ଫେରିଥିଲା । ତେବେ କଣ୍ଢେଇ ଙ୍କ ଅକାଳ ମୃତ୍ୟୁ ପରେ ଏବେ ତାଙ୍କ ୩ ସନ୍ତାନଙ୍କ ଭାର ତାଙ୍କ ସ୍ବାମୀ କାନ୍ଧରେ ।

ସେହିପରି ଅବଜୁନ ବିବିଙ୍କ ମୃତ୍ୟୁ ମଧ୍ୟ ଥିଲା ଆହୁରି ଯନ୍ତ୍ରଣାଦାୟକ । ପକ୍ଷାଘାତରେ ପୀଡିତ ସ୍ବାମୀର ଔଷଧ ପାଇଁ ଆସି ଆଉ ଘରକୁ ଫେରି ନ ଥିଲେ ସ୍ତ୍ରୀ । ଘଟଣା ମୁତାବକ କୋରେଇ ଥାନା ଶଙ୍ଖପାରୀ ମୁସଲମାନ ସାହିର ଏମ. କ ମୋଇଙ୍କ ସ୍ତ୍ରୀ ଅବଜୁନ ବିବି l ଅବଜୁନ ବିବି ଗତକାଲି ନିଜ ସ୍ବାମୀଙ୍କର ଚିକିତ୍ସା ପାଇଁ କଟକରୁ ଔଷଧ ଆଣିବାକୁ ଯିବା ପାଇଁ ଡିଏମୟୁ ଟ୍ରେନକୁ କରିଥିଲେ ଅପେକ୍ଷା l ତେବେ ଏହି ଅପେକ୍ଷା ତାଙ୍କ ଜୀବନର ଶେଷ ଅପେକ୍ଷା ହେବ ବୋଲି ସେ ଜାଣି ନଥିଲେ l ଯେମିତି ତାଙ୍କୁ ବାଟରେ ଜଗି ବସିଥିଲା ମୃତ୍ୟୁ । କୋରାଇ ରେଳ ଷ୍ଟେସନରେ ପହଞ୍ଚିବା ପରେ ଟିକେଟ କାଟି ପ୍ଲାଟଫର୍ମ ରେ ବସି ରହିଥିଲେ । ତାଙ୍କ ସମ୍ପର୍କୀୟ ପ୍ଲଟ ଫର୍ମରେ ଛାଡି ଯାଇଥିବା ସମୟରେ ହଠାତ୍ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇ ଟ୍ରେନ ବଗି ମାଡ଼ି ଆସୁଥିବା ଦେଖି ଧାଇଁ ଥିଲେ ଅବଜୁନ ବିବି l ମାତ୍ର ମୃତ୍ୟୁଦୂତ ତାଙ୍କ ପଛ ଛାଡି ନଥିଲା l ଅନାଉ ଅନାଉ ତାଙ୍କ ଉପରେ ମାଲ ଗାଡିର ବଗି ଗୁଡିକ ଓ ଘର କାନ୍ଥ ପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ତେବେ ଅବଜୁନଙ୍କ ଅକାଳ ମୃତ୍ୟୁ ପରେ ଏବେ ତାଙ୍କ 2ଟି ଝିଅ ଓ 2ଟି ପୁଅ ଓ ପକ୍ଷାଘାତ ପୀଡିତ ସ୍ବାମୀ ନିରୁପାୟ ନିଜର ଜୀବନ ବଞ୍ଚେଇବା ପାଇଁ ଚିନ୍ତାରେ l ଏଭଳି ପରିସ୍ଥିତି ରେ ଏହି ଦୁଇ ପରିବାରକୁ ଚାକିରି ସହିତ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ- ମାଡିଗଲା ମାଲଗାଡି, ଅଧା ରହିଗଲା ଯାତ୍ରା

ଅନ୍ୟପଟେ ରେଳ ଷ୍ଟେସନରେ ଥିବା ବିଶ୍ରାମ ଘର, ରେଳ ପ୍ଲାଟଫର୍ମ ଠାରୁ ଆରମ୍ଭ କରି ଅନେକ କ୍ଷୟକ୍ଷତି ଘଟିଛି l ଯାହା ଫଳରେ ଷ୍ଟେସନ ପରିସରରେ ରେଳ ଯାତ୍ରୀଙ୍କର କୌଣସି ସୁବିଧା ନଥିବାରୁ ଆସନ୍ତା 5ଦିନ ପର୍ଯ୍ୟନ୍ତ କୋରେଇ ରେଳ ଷ୍ଟେସନ ପରିସରରେ କୌଣସି ଟ୍ରେନ ନରହିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ସେପଟେ ଯାତ୍ରୀ ମାନେ ଏହି 5ଦିନ ପର୍ଯ୍ୟନ୍ତ ସହଯୋଗ କରିବାକୁ ରେଳ ବିଭାଗ ପକ୍ଷରୁ ନିବେଦନ କରାଯାଇଛି l

ଇଟିଭି ଭାରତ, ଯାଜପୁର

Last Updated :Nov 22, 2022, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.