ମାଡିଗଲା ମାଲଗାଡି, ଅଧା ରହିଗଲା ଯାତ୍ରା

author img

By

Published : Nov 21, 2022, 9:35 PM IST

Updated : Nov 21, 2022, 10:51 PM IST

ମାଡିଗଲା ମାଲଗାଡି,  ଅଧା ରହିଗଲା ଯାତ୍ରା

କୋରେଇ ରେଳଷ୍ଟେସନରେ ବଡଧରଣର ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଶିଶୁ ସମେତ 6ଜଣ ଆହତ । ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା ଲାଇନଚ୍ୟୁତ ବଗି । ଅଧିକ ପଢନ୍ତୁ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ବଡଧରଣର ଦୁର୍ଘଟଣା । ଯାତ୍ରୀଙ୍କ ଉପରେ ମାଡିଗଲା ଲୌହ ଦାନବ । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଶିଶୁ ସମେତ 6ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତେବେ ମୃତକମାନେ ହେଲେ କୋରେଇ ବ୍ଲକ ଓଚିନ୍ଦା ଗ୍ରାମର ପାର୍ବତୀ ବିନ୍ଧାଣି, କଣ୍ଢେଇ ବିନ୍ଧାଣି ଏବଂ ଫାଜଲପୁର ଗ୍ରାମର ଅବଜୁଲ ବିବି ବୋଲି ଜଣାପଡିଛି ।

ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା ଲାଇନଚ୍ୟୁତ ବଗି

ତେବେ ସୂଚନା ଅନୁଯାୟୀ, ସମୟ ପାଖାପାଖି ସକାଳ ୬.୪୦ ମିନିଟରେ ଖଡଗପୁରରୁ ଛତ୍ରପୁର ଅଭିମୁଖେ ଆସୁଥିଲା ଏକ ମାଲବାହୀ ଟ୍ରେନ । ହଠାତ ଟ୍ରେନଟି ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ହୋଇଥିଲା ଲାଇନଚ୍ୟୁତ । ଦୁର୍ଘଟଣା ସମୟରେ ଶବ୍ଦ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକେ ହୋଇ ପଡିଥିଲେ ଆତଙ୍କିତ । ବେଗ ଅଧିକ ଥିବାରୁ ଯାତ୍ରୀ ବିଶ୍ରାମାଗାର ଓ ଟିକେଟ କାଉଣ୍ଟର ଉପରକୁ ଛିଟିକି ପଡିଥିଲା ଦୁଇଟି ବଗି । ଏଥିସହ ଉପରତଳ ହୋଇ ମୋଟ ପ୍ରାୟ 14ଟି ବଗି ହୋଇଥିଲା ଲାଇନଚ୍ୟୁତ । ଅନ୍ୟପଟେ ବାଲେଶ୍ବର-ପଲାସା ଦୈନିକ ପାସେଞ୍ଜର ଡିଏମୟୁ ଟ୍ରେନରେ ଯିବାକୁ ଅପେକ୍ଷା କରି ରହିଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । 4ଟି ଡବା ପ୍ଲାଟଫର୍ମ ଉପରକୁ ମାଡ଼ିଯିବା ସହିତ ଫୁଟ ଓଭର ବ୍ରିଜ ଭାଙ୍ଗିଯାଇଥିବା ଜଣାପଡିଛି। ଫଳରେ ଏହା ମଧ୍ୟ ଯାତ୍ରୀ ବିଶ୍ରାମଗୃହ ସମେତ ଟିକେଟ କାଉଣ୍ଟର ଗୃହକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଦେଇଛି l ଏଥିରେ ଷ୍ଟେସନମାଷ୍ଟର କାର୍ଯ୍ୟାଳୟ ମଧ୍ୟ ଅଧା ଭାଙ୍ଗିଯାଇଥିବା ଜଣାପଡିଛି ।

ଏହି ଟ୍ରେନ ଦୁର୍ଘଟଣାରେ ମୃତ ଅବଜୁନ ବିବିଙ୍କ ପରିବାର ପକ୍ଷରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରମ ଓ ପରିବାରର ଜଣକୁ ଚାକିରୀ ଦାବିରେ ଷ୍ଟେସନ ପରିସରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେପଟେ ମୃତକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ନେଇ ଘୋଷଣା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରେଳ ବିଭାଗ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଆହତମାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହାୟତା ଭାବେ ଘୋଷଣା କରାଯାଇଛି । ଏହାସହ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ ।

ଅନ୍ୟପଟେ ଦୁର୍ଘଟଣା ପରେ ଏକ୍ସପର୍ଟ ଟିମ ଆସି ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ବତଟ ରେଳବାଇ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ଏହି ଟ୍ରେନ ଦୁର୍ଘଟଣାରେ ଆହତ ଓ ମୃତ ବ୍ୟକ୍ତି ମାନେ ଚିକିତ୍ସା ପାଇଁ ପ୍ରଥମେ କୋରେଇ ଓ ପରେ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ସେହିପରି ମୃତ ବ୍ୟକ୍ତିମାନେ କେଉଁ ଭଲି ପରିସ୍ଥିତିରେ ଏଠାକୁ ଆସିଥିଲେ ଆଉ ସେମାନଙ୍କ ସ୍ଥିତି କିଭଳି ଅଛି ଜାଣିବାକୁ ସନ୍ଧ୍ୟାରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପୋଲିସ କମିଶନର, ଜିଏମ, ଖୋର୍ଦ୍ଧା ଡିଆରଏମଙ୍କ ସମେତ ଅନେକ ଅଧିକାରୀ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ l

ଏହା ମଧ୍ୟ ପଢନ୍ତୁ -କୋରେଇ ରେଳ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ତଦନ୍ତ

ଏନେଇ କୋରେଇ ଟ୍ରେନ ଟ୍ରାଜେଡି ପରେ ଅନେକ ଟ୍ରେନ ବାତିଲ ହୋଇଥିବା ବେଳେ ଅନେକ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ରେଳଲାଇନ ଶୀଘ୍ର ଫାଙ୍କା କରାଯାଉଛି ବୋଲି ରେଳବାଇ ସୂଚନା ଦେଇଥିଲା ।

ତେବେ ଦୁର୍ଘଟଣା ପରେ ଦୁଇ ଲାଇନରୁ ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିବା ବେଳେ ଗୋଟିଏ ଲାଇନରେ ଟ୍ରେନ ଖୁବଶୀଘ୍ର ଚଳାଚଳ କରିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଳବାଇ । ତେବେ ରେଲୱେ ସେଫ୍ଟି କମିଶନସ୍ତରୀୟ ତଦନ୍ତ ହେବ ବୋଲି ସୂଚନା ଦେଇଛି ରେଳବାଇ । ଏପଟେ ଏହି ଟ୍ରେନ୍ ଦୁର୍ଘଟଣା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳଯାତ୍ରୀ ଅନକ ସମସ୍ୟା ଭୋଗିଛନ୍ତି । ତେବେ ରାତି 10 ଟାରେ ଟ୍ରାକ ସ୍ୱାଭାବିକ ହେବା ସହ ଟ୍ରେନ ଚଳା ଚଳ କରିବ ବୋଲି ସୂଚନା ଦେଲେ ଇଷ୍ଟ କୋଷ୍ଟ ରେଲୱେ, ଜିଏମ ରୂପ ନାରାୟଣ ସୁନ କର ।

ସୂଚନା ସକାଳ 6.45ମିନିଟରେ ରେଳ ଦୁର୍ଘଟଣା ଯୋଗୁ ପ୍ରାୟ ଦୀର୍ଘ 10ଘଣ୍ଟା ପରେ ରେଳ ଚଳାଚଳ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି l ତେବେ ଟ୍ରେନ ଚାଲିବାକୁ ନେଇ ଗଣମାଧ୍ୟମ ଆଗେରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ରେଳ ବିଭାଗର ଜିଏମ ରୂପ ନାରାୟଣ ସୁନ କର l ଏପଟେ ଦିର୍ଘ ୧୪ ଘଣ୍ଟାର ପରିଶ୍ରମ ପରେ ଡାଉନ ରେଳଲାଇନରେ କୋରେଇ ରେଳ ଷ୍ଟେସନରୁ ଗଡିଲା ପ୍ରଥମ ମାଲବାହୀ ଟ୍ରେନ l ତେବେ ଏହାପରେ ଧୀରେ ଧୀରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି l

ଇଟିଭି ଭାରତ, ଯାଜପୁର

Last Updated :Nov 21, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.