ETV Bharat / state

ଯୌତୁକ ଦାବି କରି ବୋହୂକୁ ହତ୍ୟା, ଅଭିଯୋଗ କଲେ ପରିବାର

author img

By

Published : Mar 21, 2020, 1:30 PM IST

Updated : Mar 21, 2020, 3:47 PM IST

ବିବାହର 7 ବର୍ଷ ପରେ ବୋହୂକୁ ଯୌତୁକ ପାଇଁ ହତ୍ୟା କଲେ ଶାଶୂଘର ଲୋକେ । ଏଭଳି ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ...

Allegations of murder for Dowry
ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର: ବୈଦ୍ୟରାଜପୁର ଗାଁରେ ବଧୁହତ୍ୟା ଅଭିଯୋଗ । ଗାଁର ମନୋରଂଜନ ସ୍ବାଇଁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଅଭିଯୋଗ ମୁତାବକ ଜେନାପୁର ଥାନା ସୋରେଇ ଗାଁର ଲକ୍ଷ୍ମୀପ୍ରିୟା ୨୦୧୩ ମସିହାରେ ମନୋରଂଜନଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ଲକ୍ଷ୍ମୀପ୍ରିୟାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ ଶାଶୂଘର ଲୋକେ । ଲକ୍ଷ୍ମିପ୍ରିୟାଙ୍କ ବାପା ସରକାରୀ ଚାକିରୀରୁ ଅବସର ନେବା ପରେ ତାଙ୍କ ଠାରୁ ଟଙ୍କା ଆଣିବା ପାଇଁ ଶାଶୂଘର ଲୋକେ ଅନେକ ସମୟରେ ଚାପ ପ୍ରୟୋଗ କରୁଥିଲେ ।

ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗତକାଲି ହଠାତ୍ ଲକ୍ଷ୍ମୀପ୍ରିୟାଙ୍କ ଦେହ ଅସୁସ୍ଥ ଥିବା ନେଇ ଖବର ଦେଇଥିଲେ ଶାଶୂଘର । ବାପ ଘର ଲୋକେ ଯାଜପୁର ଡାକ୍ତରଖାନାରେ ପହଂଚିବା ବେଳକୁ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଯୌତୁକ ପାଇଁ ଲକ୍ଷ୍ମୀପ୍ରିୟାକୁ ହତ୍ୟା କରାଯାଇଥିବା ବାପ ଘର ଲୋକେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 21, 2020, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.