ETV Bharat / state

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

author img

By ETV Bharat Odisha Team

Published : Nov 16, 2023, 9:19 PM IST

couple murder case
ଦମ୍ପତିଙ୍କୁ ହତ୍ୟା ଘଟଣାରେ ସଜ୍ଜା

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ 17 ଜଣ ଅଭିଯୁକ୍ତଙ୍କୁ ସଜ୍ଜା ଶୁଣାଇଲେ କୋର୍ଟ । ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ଦମ୍ପତିଙ୍କୁ ହତ୍ୟା ଘଟଣାରେ ସଜ୍ଜା

ଯାଜପୁର: ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା । ଯାଜପୁର ରୋଡ୍ କୋର୍ଟରେ 17 ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଯାଜପୁର ଜିଲ୍ଲା ନିମପଲ୍ଲୀ ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏନେଇ 17 ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ l ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି ।


ସୂଚନା ଅନୁଯାୟୀ, ଗତ 2020 ମସିହା ଜୁଲାଇ 7 ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁର ସୁରିସାଇ ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜ୍ ଖାଇ ପିଇ ସାରି ଶୋଇଥିଲେ । ହଠାତ୍‌ ବିଳମ୍ବିତ ରାତିରେ ସେହି ଗାଁର କିଛି ଯୁବକ ଶୈଳ ବାଲମୁଜଙ୍କ ଘରେ ପଶି କାହିଁକି ଗୁଣିଗାରେଡି କରୁଛ ? ବୋଲି ପ୍ରଶ୍ନ କରିବା ସହ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ, ଦମ୍ପତିଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଫଳରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଆଉ ଘରୁ ନବାହାରିପାରି ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ । ତେବେ ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ପୋଲିସ ଏକ ମାମଲା ରୁଜୁ କରି 17 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ l

ଏହା ବି ପଢନ୍ତୁ...ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ

ଏହା ବି ପଢନ୍ତୁ...ସମ୍ବଲପୁରର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସ, ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ତେବେ ଯାଜପୁରରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ 3 ବର୍ଷ ବିତିଯାଇଥିଲେ ବି ଶେଷରେ ମୃତକଙ୍କୁ ନ୍ୟାୟ ମିଳିଛି । ଦୀର୍ଘ 3 ବର୍ଷ ପରେ ଆଜି ଏହି ମାମଲାର ଶୁଣାଣି କରିଛନ୍ତି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ହୃଷିକେଶ ଆଚାର୍ଯ୍ୟ । ଏହି ମାମଲାରେ ପ୍ରାୟ 20 ଜଣ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ଏହି ହତ୍ୟାକାଣ୍ଡ ସହ ଜଡିତ ଥିବା 17 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ 10 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରଜତ କୁମାର ରାଉତ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.