ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ

author img

By ETV Bharat Odisha Team

Published : Sep 28, 2023, 7:55 AM IST

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକସୋ ଅଦାଲତ । ଅଧିକ ପଢ଼ନ୍ତୁ

man sentence to 20 years imprisonment
man sentenced to 20 years imprisonment

man sentenced to 20 years imprisonment

ଫୁଲବାଣୀ: ଦେଢ଼ବର୍ଷ ପରେ ଦୁଷ୍କର୍ମକାରୀଙ୍କୁ ମିଳିଲା ଦଣ୍ଡ । 20 ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକସୋ ଅଦାଲତ । ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି କୋର୍ଟ। ଏଥିସହ ଅଭିଯୁକ୍ତକୁ 10 ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛି ବାଲିଗୁଡା ଥାନା ଅଞ୍ଚଳର ନୂପୁରା ଦିଗାଲ।

ଏହା ମଧ୍ୟ ପଢନ୍ତୁ-ସାଙ୍ଗଙ୍କ ସହ ମିଶି ପ୍ରମିକାକୁ ଦୁଷ୍କର୍ମ କଲା ପ୍ରେମିକ ! ବନ୍ଧା ହେଲେ ତିନି ଯୁବକ, ହୋଟେଲ ମ୍ୟାନେଜର ଅଟକ

ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ ଅପ୍ରେଲ 9 ତାରିଖ ଦିନ 8 ବର୍ଷର ପୀଡିତା ନାବାଳିକା ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହିତ ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଗାଁ ପାଖ ଆମ୍ବ ତୋଟାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ନୂପୁରା ପୀଡିତାଙ୍କୁ ଟାଣି ନେଇ ଦୁଷ୍କର୍ମ କରିଥିଲା । ଅନେକ ସମୟ ଧରି ନାବାଳିକା ଜଣଙ୍କ ନଫେରିବାରୁ ଘଟଣାସ୍ଥଳରେ ତାଙ୍କ ସାଙ୍ଗ ମାନେ ପହଞ୍ଚିଥିଲେ । ଏହାପରେ ଅଭିଯୁକ୍ତ ଜଣଙ୍କ ସମସ୍ତଙ୍କୁ ଘଟଣା ସମ୍ପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲା ଅଭିଯୁକ୍ତ । ନାବାଳିକାଙ୍କ ବାପା କେରଳରେ ରହୁଥିବାରୁ ଏହାର ସୁଯୋଗ ନେଇ ଅଭିଯୁକ୍ତ ଏ ବିଷୟରେ କାହାକୁ ଜଣାଇଲେ ଜୀବନରେ ମାରିଦେବ ବୋଲି ପରିବାରକୁ ବାରମ୍ବାର ଧମକ ଦେଇଥିଲା । ପରେ ପୀଡିତା ଜଣକ ମାଆଙ୍କୁ ପୁରା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ପୀଡିତାଙ୍କ ମାଆ ଏ ନେଇ ବାଲିଗୁଡା ଥାନାରେ ଏତଲା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-କାଶୀପୁର ନାବାଳିକା ଦୁଷ୍କର୍ମ ମାମଲା, ପୀଡ଼ିତାଙ୍କ ପରିବାରକୁ ଭେଟିଲେ କୋରାପୁଟ ସାଂସଦ

ଏତଲା ଆଧାରରେ ପୋଲିସ ୧୦୦/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଗତ ବୁଧବାର ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ ଅଦାଲତର ବିଚାରପତି ସଞ୍ଜିତ କୁମାର ବେହେରା ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ । ଏହି ଘଟଣାରେ ପୀଡିତାଙ୍କ ପରିବାରକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବା ପାଇଁ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.