ETV Bharat / state

କାଶୀପୁର ନାବାଳିକା ଦୁଷ୍କର୍ମ ମାମଲା, ପୀଡ଼ିତାଙ୍କ ପରିବାରକୁ ଭେଟିଲେ କୋରାପୁଟ ସାଂସଦ

author img

By ETV Bharat Odisha Team

Published : Sep 27, 2023, 7:33 AM IST

ପୀଡିତାଙ୍କ ପରିବାରକୁ ଭେଟିଲେ କୋରାପୁଟ ସାଂସଦ
ପୀଡିତାଙ୍କ ପରିବାରକୁ ଭେଟିଲେ କୋରାପୁଟ ସାଂସଦ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡ଼ଙ୍ଗାସିଲର ଏକ ସ୍କୁଲରେ ଛାତ୍ରୀ ଦୁଷ୍କର୍ମ ଘଟଣା । ପୀଡ଼ିତା ଓ ଗ୍ରାମବାସୀଙ୍କୁ ଭେଟି ଆଲୋଚନା କଲେ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା । ଅଧିକ ପଢ଼ନ୍ତୁ

ପୀଡିତାଙ୍କ ପରିବାରକୁ ଭେଟିଲେ କୋରାପୁଟ ସାଂସଦ

ରାୟଗଡା: ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକରେ ଜଣେ ତୃତୀ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଘଟିଥିବା ଅଭଯୋଗ ହୋଇଥିଲା । ଏହାପରେ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା । ପୀଡ଼ିତାଙ୍କ ପରିବାର ତଥା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଫେରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ପୀଡ଼ିତା ଏବଂ ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିବା ପରେ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ସାଂସଦ । ତଦନ୍ତ କରି ଏପରି ଲଜ୍ୟାଜନକ କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି କୋରାପୁଟ ସାଂସଦ ।

ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, "ଘଟଣାକୁ ନେଇ ଗାଁରେ ଅଶାନ୍ତ ପରିବେଶକୁ ରହିଛି । ଗ୍ରାମବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଣୁ ଜିଲ୍ଲାପାଳ, SP ସ୍ଥାନୀୟ ପ୍ରତିନିଧିଙ୍କ ସହ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରି ଶାନ୍ତି ଫେରାଇ ଆଣିବା ଏକାନ୍ତ ଆବଶ୍ୟକ ରହିଛି । ଅନ୍ୟପଟେ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ବାଚସ୍ପତି ଏକ ତଦନ୍ତ କମିଟି ଗଠନ କରି ପୀଡିତାକୁ ନ୍ୟାୟ ଦିଅନ୍ତୁ । ବିଧାନସଭା ଚାଲିଥିବା ବେଳେ ଗୃହରେ ଏପରି ନିନ୍ଦନୀୟ ଘଟଣାନେଇ ସମସ୍ତ ରାୟଗଡା ବିଧାୟକ ସ୍ବର ଉତ୍ତଳନ କରନ୍ତୁ । ଏହାସହ ସଂସଦରେ ମୁଁ ମଧ୍ୟ ଏହି ପ୍ରସଙ୍ଗକୁ ଉପସ୍ଥାପନ କରିବି ।" ଏହି ଗସ୍ତ ଏବଂ ସାକ୍ଷାତ ସମୟରେ ରାଜ୍ୟ କଂଗ୍ରେସ ନେତା ଦୁର୍ଗା ପଣ୍ଡା ଓ ଜିଲ୍ଲା କଂଗ୍ରେସ ସଭାପତି ବିଜୟ ଗମାଙ୍ଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ..ଜନ୍ମକଲା ଝିଅକୁ ଦୁଷ୍କର୍ମ କରୁଥିଲା ବାପା; ଗୁଳି କରି ହତ୍ୟା କଲେ ପୀଡିତା

ସୂଚନା ଅନୁଯାୟୀ, 22 ତାରିଖ ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଡଙ୍ଗାସିଲର ଏକ ତୃତୀୟ ଶ୍ରେଣୀ ଛାତ୍ରୀ ସହ ଗଣଦୁଷ୍କର୍ମ ଭଳି ଅମାନବୀୟ ଘଟିଥିବା ଅଭିଯୋଗ ହୋଇଥିଲା । ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ବିରୁଦ୍ଧରେ ଏଭଳି ଅଭିଯୋଗ ଅଣିଥିଲେ ପରିବାରବର୍ଗ । ଏ ନେଇ ସେବାଶ୍ରମ ସମ୍ମୁଖରେ ଗ୍ରାମବାସୀଙ୍କ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତେଜିତ ଲୋକେ ପୋଲିସର ଏକ ବସକୁ ପୋଡିଦେବା ଫଳରେ ଲାଠିଚାର୍ଜ ହୋଇଥିଲା । ପରେ ସ୍ଥାନୀୟ ପୋଲିସ ଉକ୍ତ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପୋଲିସ ବସକୁ ଜାଳି ଦେବା ଘଟଣାରେ 30 ଜଣ ଗ୍ରାମବାସୀଙ୍କୁ ଅଟକ ରଖି ତଦନ୍ତ କରୁଛି ରାୟଗଡ଼ା ପୋଲିସ ।

ଇଟିଭି ଭାରତ, ରୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.