ETV Bharat / state

ସମ୍ବଲପୁରର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସ, ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

author img

By

Published : Aug 9, 2023, 10:02 PM IST

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗାଁରେ 2020 ମସିହାରେ ହୋଇଥିବା ଗୋଟିଏ ପରିବାରର ଟ୍ରିପଲ ମର୍ଡର ଘଟଣା । ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ, ସହଯୋଗୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରା ଜଜ । ଅଧିକ ପଢନ୍ତୁ

ସମ୍ବଲପୁର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସ୍‌
ସମ୍ବଲପୁର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସ୍‌

ସମ୍ବଲପୁର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସ୍‌

ସମ୍ବଲପୁର: ବିଳମ୍ବରେ ହେଉ ପଛେ ମିଳିଲା ନ୍ୟାୟ । ସମ୍ବଲପୁର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସ୍‌ । ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ, ସହଯୋଗୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ । ସମ୍ବଲପୁରର ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗ୍ରାମରେ ଘଟିଥିଲା ଲୋମ ଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।

ଏହା ବି ପଢନ୍ତୁ.. ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲା, ଦୁଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

୨୧ ଅକ୍ଟୋବର ୨୦୨୦ ମସିହା ଅପରାହ୍ନରେ ପଡୋଶୀ ନବୀନ ଦେହୁରୀ ଲପଡା ଗ୍ରାମର ଗିରୀଧାରୀ ସାହୁ, ପତ୍ନୀ ସାବିତ୍ରୀ ସାହୁ ଓ ଗିରୀଧାରୀଙ୍କ ମା’ ପିରୁବତି ବେହେରାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିଲେ । ମୁଖ୍ୟ ଅଭିଯୁକ୍ତର ପୁଅ ହେମାନନ୍ଦ ଦେହୁରୀ ଏହି ହତ୍ୟାକାଣ୍ଡରେ ବାପକୁ ସହଯୋଗ କରିଥିଲା । ଆଜି ସେହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣାର ଶୁଣାଣି କରିଛିନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ । କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ରାଜ କିଶୋର ଲେଙ୍କା ଅଭିଯୁକ୍ତ ନବୀନ ଦେହୁରୀକୁ ମୃତ୍ୟୁଦଣ୍ଡାଦେଶ ଓ ସହଯୋଗୀ ପୁଅ ହେମନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣେଇଛନ୍ତି । ଏହାସହ 1ଲକ୍ଷ ଟଙ୍କା ଜୋରିମାନା ଶୁଣାଇଛନ୍ତି କୋର୍ଟ । ଜିଲ୍ଲା ଦୌରା ଜଜ ଏହି ମାମଲାକୁ ଅତ୍ୟନ୍ତ ନୃଶଂସତା ଓ ବର୍ବରତା ଭାବେ ବିବେଚନା କରି ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିବା ସରକାରୀ ଓକିଲ କହିଛନ୍ତି ।

ଏହା ବି ପଢନ୍ତୁ.. ମହୁଲପାଲି ଟ୍ରିପଲ ମର୍ଡର ଘଟଣା, ଧରାପଡିଲେ 2 ଅଭିଯୁକ୍ତ

ସୂଚନା ଅନୁଯାୟୀ, ୨୧ ଅକ୍ଟୋବର ୨୦୨୦ ମସିହାରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ଲପଡା ଗାଁର ଗୋଟିଏ ପରିବାରର ତିନି ଜଣଙ୍କୁ ଦୁଇ ଅଭିଯୁକ୍ତ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିଲେ । ତେବେ ପୂର୍ବରୁ ଦୀର୍ଘ ଦିନ ଧରି ଜମି ବିବାଦକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ବିବାଦ ଲାଗିଥିଲା । ଏହାକୁ କେନ୍ଦ୍ର କରି ଅଭିଯୁକ୍ତ ନବୀନ ଦେହୁରୀକୁ ଓ ତା ପୁଅ ହେମନନ୍ଦ ଦେହୁରୀ ଘରେ ପଶି ପିରୁବତି ବେହେରା, ଜ୍ବାଇଁ ଗିରିଧାରୀ ସାହୁ ଓ ସାବିତ୍ରୀ ସାହୁଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ଘଟିବା ପରେ ମହୁଲପାଲି ପୋଲିସ ଓ କୁଚିଣ୍ଡା ଏସ୍‌ଡିପିଓ ତଦନ୍ତ କରିଥିବା ବେଳେ, ଗତବର୍ଷ ଅକ୍ଟୋବର 22ରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.