ETV Bharat / state

କୋରୋନା ଭୟ: ପଞ୍ଜାବରେ ଫସିଛନ୍ତି ୧୪୦ ଓଡିଆ ଛାତ୍ରଛାତ୍ରୀ, ଉଦ୍ଧାର ପାଇଁ ଗୁହାରୀ

author img

By

Published : Mar 16, 2020, 7:49 PM IST

କୋରୋନା ପାଇଁ 140 ଜଣ ଓଡ଼ିଆ ଛାତ୍ରଛାତ୍ରୀ ଫସିଛନ୍ତି ପଞ୍ଜାବର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭଟିଣ୍ଡାରେ । 2ଦିନ ଭିତରେ ବିଶ୍ବବିଦ୍ୟାଳୟ ଖାଲି କରିବାକୁ କଲେଜ କର୍ତ୍ତୃପକ୍ଷ ପକ୍ଷରୁ ନୋଟିସ ଜାରି ହୋଇଛି । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ୧୪୦ ଓଡ଼ିଆ ଛାତ୍ରଛାତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ପାଇଁ ପଞ୍ଜାବରେ ଫସିଛନ୍ତି ୧୪୦ ଓଡିଆ ଛାତ୍ରଛାତ୍ରୀ
କୋରୋନା ପାଇଁ ପଞ୍ଜାବରେ ଫସିଛନ୍ତି ୧୪୦ ଓଡିଆ ଛାତ୍ରଛାତ୍ରୀ

ଯାଜପୁର: କୋରୋନା ପାଇଁ 140 ଜଣ ଓଡ଼ିଆ ଛାତ୍ରଛାତ୍ରୀ ପଞ୍ଜାବର ଭଟିଣ୍ଡାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଫସିଛନ୍ତି । ଭାରତର ସବୁ ରାଜ୍ୟରେ କୋରୋନା ପ୍ରଭାବ ଦେଖିବାକୁ ମିଳିଛି । ଆଉ ଏଥିପାଇଁ ସବୁ ସ୍କୁଲ, କଲେଜ, ସିନେମା ହଲ ଠାରୁ ଆରମ୍ଭ କରି ସବୁ ଜନବହୁଳ ଅଞ୍ଚଳକୁ ବନ୍ଦ କରିବା ପାଇଁ କେନ୍ଦ୍ର ଆଉ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ପଞ୍ଜାବ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ।

କୋରୋନା ପାଇଁ ପଞ୍ଜାବରେ ଫସିଛନ୍ତି ୧୪୦ ଓଡିଆ ଛାତ୍ରଛାତ୍ରୀ

ସୂଚନା ମୁତାବକ ସରକାରଙ୍କ ନିର୍ଦ୍ଦେଶ ପରେ କଲେଜ ଛାଡିବାକୁ ସବୁ ଛାତ୍ରଛାତ୍ରୀଙ୍କୁ ନୋଟିସ ଯାଇଛି । ତେବେ ଏହି ବିଶ୍ବବିଦ୍ୟାଳୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପଢ଼ୁଥିବା ୧୪୦ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀରେ କୋରୋନା କାୟା ବିସ୍ତାର କରିଥିବାରୁ ଛାତ୍ରଛାତ୍ରୀ ଦିଲ୍ଲୀ ଦେଇ ଓଡିଶା ଯିବାକୁ ଭୟଭୀତ ହେଉଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ଟ୍ରେନ ଟିକେଟ ମଧ୍ୟ ମିଳୁନଥିବା ଜଣାପଡିଛି । ସେପଟେ 2 ଦିନ ଭିତରେ ବିଶ୍ବବିଦ୍ୟାଳୟ ଖାଲି କରିବାକୁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ତେବେ ଏଭଳି ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ୧୪୦ ଓଡ଼ିଆ ଛାତ୍ରଛାତ୍ରୀ । ତୁରନ୍ତ ପଦେକ୍ଷପ ନେବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ଉକ୍ତ ଛାତ୍ରଛାତ୍ରୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.