ETV Bharat / state

ଦୁଷ୍ମନ୍ତଙ୍କ ମୃତ୍ୟୁ ମାମଲା; ଅବହେଳା ନା ଅବ୍ୟବସ୍ଥା ?

author img

By

Published : Sep 10, 2021, 4:14 PM IST

ଦୁଷ୍ମନ୍ତଙ୍କ ମୃତ୍ୟୁ ମାମଲା; ଦାୟୀ ସରକାରୀ ବ୍ୟବସ୍ଥା !
ଦୁଷ୍ମନ୍ତଙ୍କ ମୃତ୍ୟୁ ମାମଲା; ଦାୟୀ ସରକାରୀ ବ୍ୟବସ୍ଥା !

ଦୁଷ୍ମନ୍ତଙ୍କ ମୃତ୍ୟୁ ମାମଲା । ବୁଧବାର ବିଧାନସଭା ଆଗରେ ଉତ୍ତମ ଚିକିତ୍ସା ନପାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ହେଲା ଦେହାନ୍ତ । ଆଉ ସରକାର ନିଜ ତ୍ରୁଟି ଲୁଚାଇବାକୁ ଯାଇ ରାତାରାତି ବ୍ୟବଚ୍ଛେଦ କରି ପୁରୀ ସ୍ବର୍ଗଦ୍ବାରରେ ସତ୍କାର ବି କରି କାମ ସାରିଦେଲେ । ହେଲେ ଏତେ ବର୍ଷ ଧରି ଦୁଷ୍ମନ୍ତ ଯେଉଁ କଷ୍ଟ ପାଇଛନ୍ତି ଆଉ ଏବେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଆଜି ଯେଉଁ ଅବସ୍ଥା ସେଥିପାଇଁ ଦାୟୀ କିଏ ? ଅଧିକ ପଢନ୍ତୁ...

ଜଗତସିଂହପୁର: ରୋଜଗାରିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ବାପା । ଅଣ୍ଟା ସଳଖି ଠିଆ ହେବାର ବଳ ନାହିଁ ତାଙ୍କ ଅଣ୍ଟାରେ । ଏ ବୟସରେ ସେ ହରାଇଛନ୍ତି ନିଜ ଭେଣ୍ତିଆ ପୁଅକୁ । ଏ ହେଉଛନ୍ତି ଦୁଷ୍ମନ୍ତ ଦାସଙ୍କ ବାପା ଦାଶରଥି । ଉତ୍ତମ ଚିକିତ୍ସାରୁ ବଞ୍ଚିତ ହୋଇ ବିଧାନସଭା ଆଗରେ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ହତଭାଗା ବାପାଙ୍କ ପୁଅ ଦୁଷ୍ମନ୍ତ । ହାତ ଶିର କାଟିବା ସହ ବିଷପାନ କରି ଗୁରୁତର ଅବସ୍ଥାରେ ଏସିବିରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଦୁଷ୍ମନ୍ତଙ୍କୁ ବଞ୍ଚାଇ ପରିନଥିଲେ ଡାକ୍ତର । ଆଉ ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିଲା କାଦୁଆ ଫିଙ୍ଗା ରାଜନୀତି । ବିରୋଧୀ ବିଜେପି ପକ୍ଷରୁ କଟକ ପାରାଦ୍ୱୀପ ରାସ୍ତା ଅବରୋଧ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଦୁଷ୍ମନ୍ତଙ୍କ ପରିବାରକୁ 10ଲକ୍ଷ ଟଙ୍କା ଓ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

ଦୁଷ୍ମନ୍ତଙ୍କ ମୃତ୍ୟୁ ମାମଲା; ଦାୟୀ ସରକାରୀ ବ୍ୟବସ୍ଥା !
ଜଗତସିଂହପୁର ମନ୍ତ୍ରୀପାଟଣା ଗାଁରେ ଦୁଷ୍ମନ୍ତଙ୍କ ଘର । ବାପା, ମା, ସ୍ତ୍ରୀ ଓ ଝିଅକୁ ନେଇ ତେଲ ଲୁଣର ସଂସାର । ହେଲେ ଦଇବ ସହିଲା ନାହିଁ । 2020 ମାର୍ଚ୍ଚ 22ରେ ନିଜ ଗାଁ ପାଖ ରାସ୍ତାରେ ଛିଡା ହୋଇଥିଲେ ଦୁଷ୍ମନ୍ତ । ଏ ସମୟରେ ତାଙ୍କୁ ଏକ ବାଇକ ଧକ୍କା ହେଇଥିଲା । ଗୋଡରେ ଶକ୍ତ ଆଘାତ ଲାଗିବା ପରେ କଟକ ବଡ ମେଡିକାଲରେ ସେ ହୋଇଥିଲେ ଭର୍ତ୍ତି । ଆରୋଗ୍ୟ ପାଇଁ ସେଠାରେ ସଫଳ ଅସ୍ତ୍ରୋପଚାର ହେଲା । କିନ୍ତୁ ଗୋଡ ଭଲ ନ ହେବାରୁ ଏସିବି କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇ ଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ପୁଣି ଥରେ ଏସସିବି ଯାଇଥିଲେ ।

ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା କାର୍ଡ ସେଠାରେ କାମ କରି ନଥିଲା । ପରେ ସେ କଟକ ବଡ଼ ମେଡିକାଲକୁ ଫେରି ଆସିଥିଲେ। କିନ୍ତୁ ତାଙ୍କୁ ଚିକିତ୍ସା ମିଳି ନଥିଲା। ନିରାଶ ହୋଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମାଗିଥିଲେ । ଶେଷରେ ବିଧାନସଭା ଚାଲିଥିବା ସମୟରେ ସୁରକ୍ଷାବଳୟକୁ ଭେଦ କରି ସେଠାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ, ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ପ୍ରଶାସନିକ ଅବ୍ୟବସ୍ଥା ନା ସରକାରଙ୍କ ଅବହେଳା ? ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.