ETV Bharat / state

ପାଇକା ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

author img

By

Published : Jun 30, 2021, 10:22 PM IST

ପାଇକା ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ
ପାଇକା ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ । ନଦୀର ଗଭୀର ଜଳରାଶିରେ ଖୋଜାଖୋଜି ଜାରି ରଖିଛି ଦମକଳ ବାହିନୀ । ଅଧିକ ପଢନ୍ତୁ...

ଜଗତସିଂହପୁର: ନଦୀରେ ଗାଧୋଇବା ସମୟରେ ଯୁବକ ନିଖୋଜ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶଙ୍ଖେଶ୍ୱର ଆମ୍ବକୀ ଗ୍ରାମର 3 ଜଣ ଯୁବକ ସ୍ଥାନୀୟ ପାଇକା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ସୁମନ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସିଯିବାରୁ ସେ ଭାସିଯାଇ ନିଖୋଜ ହୋଇ ଯାଇଥିବା ନେଇ ସୂଚନା ମିଳିଛି ।

ପାଇକା ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ବୁଧବାର ଅପରାହ୍ନରେ ତିନିଜଣ ସାଙ୍ଗ ଏକାଠି ହୋଇ ପାଇକା ନଦୀକୁ ଗାଧୋଇବାକୁ ଯାଇଥିଲେ । 3ଜଣ ଯାକ ଗାଧୋଉଥିବା ସମୟରେ ସେମାନଙ୍କ ମଧ୍ୟରୁ ସୁମନ ମଲ୍ଲିକ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଦୁଇ ସାଙ୍ଗ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହେବାପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସୁମନଙ୍କ ପତ୍ତା ମିଳିପାରିନଥିଲା ।

ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ପହଞ୍ଚି ସୁମନକୁ ନଦୀର ଗଭୀର ଜଳରେ ଖୋଜାଖୋଜି କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ସୁମନ ନିଖୋଜ ଥିବା ଜଣାପଡ଼ିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.