ETV Bharat / state

ହୋଟେଲରେ ରୂପ ବ୍ୟବସାୟ, ପୋଲିସର ଚଢାଉ

author img

By

Published : Apr 26, 2021, 9:56 PM IST

sex racket in jagasingpur hotel
ହୋଟେଲରେ ଦେହ ବ୍ୟବସାୟ, ପୋଲିସର ଚଢାଉ

ଜଗତସିଂହପୁରରେ ଖୁଲମ ଖୋଲା ଚାଲିଛି ସେକ୍ସ ରାକେଟ । ଜଣେ ଯୁବତୀଙ୍କ ସହ ଜଣେ ଯୁବକଙ୍କୁ ଅଟକ । ଅଧିକ ପଢନ୍ତୁ....

ଜଗତସିଂହପୁର : ସହରରେ ଖୁଲମ ଖୋଲା ଚାଲିଛି ସେକ୍ସ ରାକେଟ । ବିଭିନ୍ନ ହୋଟେଲରେ ହୋଟେଲ ମାଲିକ ମାନେ ଦେହ ବ୍ୟବସାୟ ଚଲାଉ ଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଛି। ଫଳରେ ଏହାର ପ୍ରଭାବ ଯୁବବର୍ଗଙ୍କ ଉପରେ ପଡୁଛି। ସଭ୍ୟ ସମାଜରେ ଏହା ଗ୍ରହଣୀୟ ହେଉ ନଥିବା ବେଳେ ପୋଲିସର କୋହଳ ମାନଭାଵ ଦେହ ବେବସାୟକୁ ପ୍ରୋତ୍ସାହିତ କରୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ହେବାପରେ ଆଜି ପୋଲିସ ସହରର ଗାନ୍ଧିଛକ ନିକଟରେ ଥିବା ଏକ ହୋଟେଲରେ ଚଢାଉ କରିଥିଲେ।

ହୋଟେଲରେ ଦେହ ବ୍ୟବସାୟ, ପୋଲିସର ଚଢାଉ

ପୋଲିସ ଚଢାଉ କରିବା ସମୟରେ ଯୁବତୀ ଓ ଗ୍ରାହକ ପଛପଟ ଦ୍ବାର ଦେଇ ପଲାଇ ଯାଇଥିଲେ। କିନ୍ତୁ ପୋଲିସ ଜଣେ ଯୁବତୀଙ୍କ ସହ ଜଣେ ଯୁବକଙ୍କୁ ଅଟକ ରଖିଛି। ଉଭୟ ପ୍ରେମିକ ପ୍ରେମିକା ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି। ସେପଟେ, ପୋଲିସ ହୋଟେଲ ମାଲିକକୁ ଥାନାକୁ ଆଣି ପଚରା ଉଚରା ଚଳାଇଛି। କିଛିଦିନ ପୂର୍ବେ ସ୍ଥାନୀୟ ଏକ ଗେଷ୍ଟ ହାଉସରେ ପୋଲିସ ଚଢାଉ କରି ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ଗ୍ରାହକକୁ ଗିରଫ କରି ଗେଷ୍ଟ ହାଉସକୁ ସିଲ କରିଥିଲା।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.