ETV Bharat / state

ପାରାଦ୍ବୀପରେ ଋଷୀୟ ନାଗରିକଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Jan 3, 2023, 8:40 AM IST

Updated : Jan 3, 2023, 10:56 AM IST

ରାୟଗଡା ପରେ ଏବେ ପାରାଦ୍ବୀପରେ ଋଷୀୟ ନାଗରିକଙ୍କର ମୃତ୍ୟୁ ( russian nationals death in paradeep ) । ପାରାଦ୍ୱୀପରେ ଋଷୀୟ ଚିଫ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

russian nationals death in paradeep
ପାରାଦ୍ବୀପରେ ଋଷିଆ ନାଗରିକଙ୍କର ମୃତ୍ୟୁ

ପାରାଦ୍ବୀପରେ ଋଷୀୟ ନାଗରିକଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ

ଜଗତସିଂହପୁର/ପାରାଦ୍ବୀପ: ପାରାଦ୍ବୀପ ବନ୍ଦରାଞ୍ଚଳରେ ଅଘଟଣ । ରୟଗଡା ପରେ ଏବେ ପାରାଦ୍ବୀପରେ ଜଣେ ଋଷୀୟ ନାଗରିକଙ୍କର ମୃତ୍ୟୁ ହୋଇଛି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଜଣେ ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଚିଫ୍ ଇଞ୍ଜିନିୟର ୟାକୁବ ସର୍ଜଇଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ତଦନ୍ତ ହେବା ପୂର୍ବରୁ କିଛି କହିହେବ ନାହିଁ ବୋଲି କହିଛନ୍ତି ବନ୍ଦର ଅଧ୍ୟକ୍ଷ ପି ଏଲ୍ ହାରନାଦ ।

russian nationals death in paradeep
russian nationals death in paradeep

ମିଳିଥିବା ସୂଚନା ଅନୁଯାୟୀ ଋଷୀୟ ନାଗରିକ ଇଞ୍ଜିନିୟର ମିଲ ୟାକୁବ ସର୍ଜଇ ଏକ ଜାହାଜ ଅଲଦାନା ଭେସେଲରେ ପାରାଦ୍ବୀପ ଆସିଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କିଭଳି ତାଙ୍କର ମୃତ୍ୟୁ ହେଲେ ସେ ନେଇ ପାରାଦ୍ବୀପ ବନ୍ଦର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଘଟଣାର ତଦନ୍ତ ପରେ ଋଷୀୟ ନାଗରିକଙ୍କର ମୃତ୍ୟୁ କାରଣ ଜଣାପଡିବ ।

ଏହା ବି ପଢନ୍ତୁ...ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ହତ୍ୟା ଷଡ଼ଯନ୍ତ୍ର ନଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

ପ୍ରକାଶ ଥାଉ କି ରାୟଗଡାରେ ଦୁଇଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବାବେଳେ ପରାଦ୍ବୀପରେ ଜଣେ ଋଷୀୟ ନାଗରିକଙ୍କର ମୃତ୍ୟୁ ସନ୍ଦେହ ବଢାଉଛି । ଗତ ବର୍ଷ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ଏହାର ଠିକ ଦିନକ ପରେ ଆର୍ଥାତ ୨୪ ତାରିଖ ଦିନ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲଙ୍କ ମୃତ୍ୟୁ ହୋଇଥିଲା । ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଥିଲା । ଦୁଇ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jan 3, 2023, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.