ETV Bharat / state

ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ମାଆ ଶାରଳା ପୀଠ, ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟ ଶକ୍ତି ପୀଠ

author img

By ETV Bharat Odisha Team

Published : Oct 21, 2023, 10:24 AM IST

Updated : Oct 21, 2023, 2:23 PM IST

ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ମାଆ ଶାରଳା ପୀଠ, ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟ ଶକ୍ତି ପୀଠ
ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ମାଆ ଶାରଳା ପୀଠ, ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟ ଶକ୍ତି ପୀଠ

ଶାରଦୀୟ ଦୁର୍ଗାପୂଜାକୁ ନେଇ ଜଗତସିଂହପୁର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଶାରଳାଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇଉଠିଛି । ଆଗକୁ ପଢନ୍ତୁ

ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ମାଆ ଶାରଳା ପୀଠ, ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟ ଶକ୍ତି ପୀଠ

ଜଗତସିଂହପୁର: ଜିଲ୍ଲା ଝଙ୍କଡଠାରେ ଅବସ୍ଥିତ ମାଆ ଶାରଳାଙ୍କ ମନ୍ଦିର । ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଶାରଦୀୟ ପାର୍ବଣ ପୂଜାରେ ଏହି ପୀଠ ଚଳ ଚଞ୍ଚଳ ହୋଇ ପଡ଼ିଥାଏ । ମୂଳାଷ୍ଟମୀଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାର ପୂଜା, ସାମୁହିକ ଚଣ୍ଡୀ ପାଠ ଓ ସୁନାବେଶରେ ମା, ଦର୍ଶନ ଦେଇଥାନ୍ତି ।

ଏହାମଧ୍ୟ ପଢନ୍ତୁ..ଝଙ୍କଡ଼ ପୀଠରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା; ଚନ୍ଦନ ଲାଗି ହୋଇ ଚନ୍ଦନ ପୁଷ୍କରିଣୀକୁ ବିଜେ କଲେ ମା' ଶାରଳା

ଶାରଦୀୟ ଦୁର୍ଗାପୂଜାକୁ ନେଇ ଜଗତସିଂହପୁର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଶାରଳାଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇଉଠିଛି । ମୂଳାଷ୍ଟମୀଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଷୋଡଶ ଉପଚାର ପୂଜା, ସାମୁହିକ ଚଣ୍ଡୀ ପାଠ ଓ ସୁନାବେଶରେ ମାଆ ଦର୍ଶନ ଦେଇଥାଆନ୍ତି । ଦୁର୍ଗାପୂଜା ସମୟରେ ମାଆଙ୍କ ବିଭିନ୍ନ ରୂପର ଦର୍ଶନ ପାଇବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ ।

ତେବେ କିମ୍ୱଦନ୍ତି ଅନୁଯାୟୀ, ସତ୍ୟଯୁଗରୁ ଝଙ୍କଡ଼ରେ ମାଆଙ୍କ ଆରାଧନା ହୋଇ ଆସୁଛି । କୃପାଜଳ ନାମକ ଜଣେ ଋଷି ମାଆଙ୍କୁ ଏହିଠାରେ ଆରାଧନା କରିଥିଲେ। ମାଆ ପ୍ରସନ୍ନ ହୋଇ କୃପାଜଳ ଋଷିଙ୍କୁ ଏହି ସ୍ଥାନ ରେ ଦର୍ଶନ ଦେଇଥିଲେ । ତ୍ରେତୟା ଯୁଗରେ ଭଗବାନ ପର୍ଶୁରାମ ଏହିଠାରେ ନିଜର ଧନୁକୁ ରଖି ସ୍ନାନ କରିବା ପାଇଁ ଯାଇଥିଲେ । ସ୍ନାନ ସାରି ଆସି ଦେଖନ୍ତି ତ ଧନୁଟି ମାଟିକୁ ସ୍ପର୍ଶ ନକରି ଶୂନ୍ୟରେ ରହିଅଛି । ତାହାଦେଖି ଭଗବାନ ପର୍ଶୁରାମ ଚକିତ ହେବା ସହିତ ସେହି ସ୍ଥାନରେ ଧ୍ୟାନମଗ୍ନ ହୋଇଥିଲେ। ସେଠାରେ ପର୍ଶୁରାମଙ୍କୁ ମାଆ ଦର୍ଶନ ଦେବା ସହିତ ଭୂଗର୍ଭରେ ପୋତିହୋଇ ପଡିଥିବା ଶିଳାଖଣ୍ଡକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭଗବାନ ପର୍ଶୁରାମ ସେହି ମହାଶକ୍ତି ଶିଳାଖଣ୍ଡ ଉଦ୍ଧାର କରି ନିଜ ଶର ମୁନରେ ଦେବୀଙ୍କ ପ୍ରତିମୂର୍ତ୍ତି ଅଙ୍କନ କରିଥିଲେ । ଶର ମୁନରେ ଅଙ୍କିତ ହୋଇ ଥିବାରୁ ତାଙ୍କୁ ସେହିଦିନଠାରୁ ଦେବୀ ଶାରଳା ନାମରେ ପୂଜା ପାଇ ଆସୁଛନ୍ତି ।

ଏହାମଧ୍ୟ ପଢନ୍ତୁ..ଶେଷ ହେଲା ମା' ଶାରଳାଙ୍କ ଝାମୁଯାତ୍ରା, ନିଆଁରେ ଚାଲିଲେ ଘଟ ପାଟୁଆ

ମାଆ ଶାରଳା ମହକାଳୀ, ମହାଲକ୍ଷ୍ମୀ ଓ ମାଆ ସରସ୍ବତୀ ରୂପରେ ପୂଜା ପାଇଥାନ୍ତି । ପ୍ରତ୍ୟେକ ଏକାଦଶୀରେ ମାଆ ଶାରଳାଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ଦେଉଥିବା ମଧ୍ୟ ପୌରାଣିକ କଥା ରହିଛି । ଦେବୀଙ୍କ ମାର୍ଯ୍ୟଣା ପରେ ପ୍ରତ୍ୟେକ ଦିନ ମହାପ୍ରସାଦ ଅର୍ପଣ କରାଯାଇଥାଏ । ଯାହା ଏକ ଅନନ୍ୟ ପରମ୍ପରା । ଓଡ଼ିଶାର ଯେ କୌଣସି କବି, ଲେଖକ, ସାହିତ୍ୟକ ପାଲାକାର, ସମସ୍ତେ ଏହି ପୀଠକୁ ଆସି ମାଆଙ୍କର ଆଶୀର୍ବାଦ ନେଇଥାନ୍ତି । ଶାରଦୀୟ ପାର୍ବଣ ପୂଜାରେ ଏହିପୀଠ ଚଳ ଚଞ୍ଚଳ ହୋଇ ପଡ଼ିଥାଏ । ମାଆ ଶାରଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।


ଇଟିଭି ଭାରତ, ଜଗତସିଂହପୁର

Last Updated :Oct 21, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.