ETV Bharat / state

ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟ ପଡିଲା ମହଙ୍ଗା, ବନ୍ଧୁକ ସହ 5 ଗିରଫ

author img

By

Published : Jan 22, 2022, 7:04 PM IST

ଜଗତସିଂହପୁରରେ ଜଣେ ଘରୋଇ ବ୍ୟାଙ୍କର ମହିଳା କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ 63 ହଜାର ଟଙ୍କା ସହ ସ୍କୁଟି ନେଇ ପଳାଇଥିବା 5 ଜଣ ଦୁର୍ବୃତ୍ତଙ୍କୁ ଜଗତସିଂହପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

ବନ୍ଧୁକ ସହ 5 ଅପରାଧୀଙ୍କୁ ଗିରଫ କଲା ଜଗତସିଂହପୁର ପୋଲିସ
ବନ୍ଧୁକ ସହ 5 ଅପରାଧୀଙ୍କୁ ଗିରଫ କଲା ଜଗତସିଂହପୁର ପୋଲିସ

ଜଗତସିଂହପୁର: ଜଗତସିଂହପୁରରେ ଜଣେ ଘରୋଇ ବ୍ୟାଙ୍କର ମହିଳା କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ 63 ହଜାର ଟଙ୍କା ସହ ସ୍କୁଟି ନେଇ ପଳାଇଥିବା 5 ଜଣ ଦୁର୍ବୃତ୍ତଙ୍କୁ ଆଜି(ଶନିବାର) ଜଗତସିଂହପୁର ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରକାଶ କରିଛି ଯେ, ୟୁନିଟ ସ୍ମଲ ଫାଇନାନ୍ସ କମ୍ପାନୀ ନାମକ ଏକ ଘରୋଇ ଅର୍ଥ ବିତରଣକାରୀ ସଂସ୍ଥାର ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ପ୍ରିୟଦର୍ଶିନୀ ବିଶ୍ୱାଳ ଟଙ୍କା ଅସୁଲ କରି ଫେରୁଥିବା ସମୟରେ ଲୁଟର ଶିକାର ହୋଇଥିଲେ ।

ବନ୍ଧୁକ ସହ 5 ଅପରାଧୀଙ୍କୁ ଗିରଫ କଲା ଜଗତସିଂହପୁର ପୋଲିସ

ଜଗତସିଂହପୁର ଉପକଣ୍ଠ ଓଡିସ ନିକଟରେ 5 ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିବା ସହ ଏକ ନିଛାଟିଆ ସ୍ଥାନରେ ଅଟକାଇ ବନ୍ଧୁକ ଦେଖାଇବା ସହ ତାଙ୍କଠାରୁ 63 ହଜାର ଟଙ୍କା ଓ ସ୍କୁଟି ଲୁଟ କରି ପଳାଇଥିଲେ । ଏ ସମ୍ପର୍କରେ ପ୍ରିୟଦର୍ଶିନୀ ମହାନ୍ତି ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ଫୋନ ଟ୍ରାପ କରି ସେହି ଓଡିସ ଗ୍ରାମର ଅଭିଜିତ ମହାରଣା, ସାଗର ମହାରଣା, କାଶୀନାଥ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଭୋଇ ଓ ଭଞ୍ଜ ନଗର କରତି ଗ୍ରାମର ରାକେଶ ପ୍ରଧାନକୁ ଗିରଫ କରିଥିଲା ।

ସେମାନଙ୍କ ଠାରୁ 32 ହଜାର, 200 ଟଙ୍କା ସହ ଏକ ବନ୍ଧୁକ ଓ ଅପରାଧ କରିବା ପାଇଁ ଯୋଗାଯୋଗ କରୁଥିବା 5ଟି ମୋବାଇଲ ଫୋନକୁ ଜବତ କରାଯାଇଛି । ପୋଲିସ ଅଭିଯୁକ୍ତ ମାନଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.