NRL କମ୍ପାନୀର ଅଣଦେଖା, ପାରାଦ୍ୱୀପ-ଷଣ୍ଡକୁଦ ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ

author img

By

Published : Nov 24, 2022, 2:05 PM IST

NRL କମ୍ପାନୀର ଅଣଦେଖା

NRL କମ୍ପାନୀର ଅଣଦେଖା ଅଭିଯୋଗ । ଏହାକୁ ବିରେଧ କରି ଧାରଣାରେ ୩ଟି ଓ୍ବାର୍ଡର ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ

ପାରାଦ୍ବୀପ: କାର୍ଯ୍ୟ ଆରମ୍ଭରୁ ସ୍ଥାନୀୟ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରିବା ଆରମ୍ଭ କରିଛି ଷଣ୍ଢକୁଦରେ ତିଆରି ହେଉଥିବା ଏନ୍ଆରଏଲ (ଲୁମାଲି ଗଡ଼ ରିଫାଇନାରୀ) କମ୍ପାନୀ । କମ୍ପାନୀର ନିଜସ୍ଵ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସ୍ଥାନୀୟ ଲୋକଙ୍କ କମ୍ପାନୀ ଦେଇଥିବା ପ୍ରତିଶୃତିକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଷଣ୍ଢକୁଦ ୩ଟି ଓ୍ବାର୍ଡର ବସ୍ତି ବାସିନ୍ଦା ଗତକାଲି ଧାରଣାକୁ ଓହ୍ଲାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ତେଜୁଛି ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ କଣ୍ଟାବାଞ୍ଜି-ଟିଟିଲାଗଡ଼ ବନ୍ଦ

NRL କମ୍ପାନୀର ଅଣଦେଖା

କମ୍ପାନୀକୁ ସଂଯୋଗ କରୁଥିବା ଦୁଇଟି ଯାକ ପ୍ରବେଶ ପଥରେ ଧାରଣା ଦେଇଛନ୍ତି । ଫଳରେ କମ୍ପାନୀର କାର୍ଯ୍ୟ ବନ୍ଦ ହୋଇଯାଇଛି । ଅଭିଯୋଗ ଅନୁସାରେ, ଗତ ଦୁଇବର୍ଷ ତଳେ କମ୍ପାନୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ବସ୍ତିର ଡ୍ରେନେଜ ସିଷ୍ଟମ, ବସ୍ତିର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କମ୍ପାନୀ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସ୍ଥାନୀୟ ସମସ୍ୟାକୁ ଅଣଦେଖା କରିଛି । ଓଲଟି ବସ୍ତିରୁ ବର୍ଷା ଜଳ ନିଷ୍କାସନ ପାଇଁ ଥିବା ନାଳକୁ ପୋତି ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଯାହାକୁ ବିରୋଧ କରି କମ୍ପାନୀର ଦୁଇଟି ଯାକ ପ୍ରବେଶ ପଥକୁ ଅବରୋଧ କରିବା ସହିତ ଧାରଣା ଦେଇଛନ୍ତି ଷଣ୍ଢକୁଦ ବସ୍ତି ବାସିନ୍ଦା । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବେଲି ଚେତାବନୀ ଦେଇଛନ୍ତି ବସ୍ତିବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.