ତେଜୁଛି ଜିଲ୍ଲା ମାନ୍ୟତା ଦାବି, 12 ଘଣ୍ଟିଆ କଣ୍ଟାବାଞ୍ଜି-ଟିଟିଲାଗଡ଼ ବନ୍ଦ

author img

By

Published : Nov 24, 2022, 12:55 PM IST

କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ବନ୍ଦ

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ଓ ଟିଟିଲାଗଡ଼କୁ ବନ୍ଦ ଡାକରା । ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଅଧିକ ପଢନ୍ତୁ

ବଲାଙ୍ଗୀର: ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ଓ ଟିଟିଲାଗଡ଼କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକୁ ସମର୍ଥନ କରି ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଛି ।

କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ବନ୍ଦ

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଉଛି । ଯେଉଁଥିରେ ଟିଟିଲାଗଡ, କଣ୍ଟାବାଞ୍ଜି, ସଇଁତଳା, ସିନ୍ଧେକେଲା, ବଙ୍ଗୋମୁଣ୍ଡାରେ ସବୁ ଦୋକାନ ବଜାର ସମେତ ସବୁ ସରକାରୀ ଅନୁଷ୍ଠାନ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ଏହାସହ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଛି । ତେବେ ଆଜି କଣ୍ଟାବାଞ୍ଜି ଠାରେ ଜିଲ୍ଲା ଦାବି କରି ଆସୁଥିବା ସଂଘର୍ଷ ସମିତି ଓ ଅନ୍ୟାନ୍ୟ ସଂଗଠନ ମାନେ ସକାଳୁ ପିକେଟିଂ କରି ସବୁ ବନ୍ଦ କରିଛନ୍ତି । ସେହିପରି ବିଭିନ୍ନ ଛକରେ ଟାୟାର ଜାଲି ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Assembly Winter session: ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ

ସମାନ ଭାବରେ ଟିଟିଲାଗଡରେ ମଧ୍ୟ ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ସହରରେ ବନ୍ଦ ପାଳନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଏମାନଙ୍କୁ ମଧ୍ୟ ଟିଟିଲାଗଡ଼ର ଶତାଧିକ ଅନୁଷ୍ଠାନ ଓ ସଂଗଠନ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ଆଜି ଏହି ବନ୍ଦରେ ସଇଁତଳା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେପଟେ କଂଗ୍ରେସ ସମେତ ବିଭିନ୍ନ ସଂଗଠନ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି । ଆଗାମୀ ଦିନରେ ଜିଲ୍ଲା ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.